Advertisment

ପ୍ରକାଶ ପାଇଲା ୨୦୨୩-OCS ପ୍ରିଲିମ ରେଜଲ୍ଟ

ଓପିଏସ୍‌ସିର ୱେବସାଇଟ୍‌ http://opsc.gov.in ରେ ଓସିଏସ୍‌ (ପ୍ରିଲିମ) ପରୀକ୍ଷା-୨୦୨୩ର ରେଜଲ୍ଟ ଉପଲବ୍ଧ ଅଛି।

author-image
Ordigital Desk
undefined

OPSC

ଓଡ଼ିଶା ସିଭିଲ ସର୍ଭିସେସ (ପ୍ରିଲିମ) ପରୀକ୍ଷା-୨୦୨୩ର ଫଳାଫଳ ଆଜି ପ୍ରକାଶ ପାଇଛି। ଓଡ଼ିଶା ଲୋକ ସେବା ଆୟୋଗ (OPSC)ଙ୍କ ତରଫରୁ ଆଜି ଏହି ସୂଚନା ଦିଆଯାଇଛି।

Advertisment

ମୋଟ ୪୭୯୯ ଜଣ ପରୀକ୍ଷାର୍ଥୀ ଓଡ଼ିଶା ସିଭିଲ ସର୍ଭିସେସ (ମେନ୍‌) ପରୀକ୍ଷା-୨୦୨୩ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୫୭୩ ଜଣ ମହିଳା ଅଛନ୍ତି। ଓଡ଼ିଶା ସିଭିଲ ସର୍ଭିସେସ (ମେନ) ପରୀକ୍ଷା-୨୦୨୩ର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ସଂପର୍କରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଓପିଏସ୍‌ସି ପକ୍ଷରୁ କୁହାଯାଇଛି।

ଓପିଏସ୍‌ସିର ୱେବସାଇଟ୍‌ http://opsc.gov.in ରେ ଓସିଏସ୍‌ (ପ୍ରିଲିମ) ପରୀକ୍ଷା-୨୦୨୩ର ରେଜଲ୍ଟ ଉପଲବ୍ଧ ଅଛି। ସେଠାରେ ମେନ୍ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ୪୭୯୯ ପରୀକ୍ଷାର୍ଥୀଙ୍କ ରୋଲ ନମ୍ବରର ତାଲିକା ଦିଆଯାଇଛି। ମେନ୍ ପରୀକ୍ଷା ସଂପର୍କିତ ସୂଚନା ପାଇବା ପାଇଁ www.opsc.gov.in ୱେବସାଇଟ୍‌କୁ ବରାବର ଦେଖିବାକୁ ପରାମର୍ଶ ଦେଇଛି ଓପିଏସ୍‌ସି।

Advertisment
Opsc