ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନିଯୁକ୍ତି ପତ୍ର ପ୍ରଦାନ ପ୍ରଦାନ ବେଳେ ନବ ନିଯୁକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସେବା କେବଳ ଏକ କର୍ମ ନିଯୁକ୍ତି ନୁହେଁ, ଏହା ଆପଣମାନଙ୍କ ପାଇଁ ଏକ ଗୁରୁଦାୟିତ୍ୱ।
Also Read
ଆଜି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ୮୨ ଜଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୩୯ ଜଣ, ଉଚ୍ଚଶିକ୍ଷା ବିଭାଗର ୨୪ ଜଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨୩୧ ଜଣ, ସୂଚନା ଓ ଲୋକସଂପର୍କ ବିଭାଗର ୫ ଜଣ, ଯୋଜନା ଓ ସଂଯୋଜନ ବିଭାଗର ୬୧ ଜଣ ଏବଂ ଅନୁସୂଚିତ ଜନଜାତି ଓ ଜାତି ବିଭାଗର ୩୪ ଜଣ। ମୋଟ ୪୭୬ ଜଣ ନବନିଯୁକ୍ତ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ତନ୍ମଧ୍ୟରେ ଗ୍ରୁପ-ଏ ବର୍ଗର ୯୮ ଜଣ ଅଧିକାରୀ, ଗ୍ରୁପ-ବି ବର୍ଗର ୧୩୦ ଜଣ ଅଧିକାରୀ ଏବଂ ଗ୍ରୁପ-ସି ବର୍ଗର ୨୪୮ ଜଣ କର୍ମଚାରୀ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Jobs
ମୋଦି ଗ୍ୟାରେଣ୍ଟିର ଇଫେକ୍ଟ: ମିଳିଲା ୧୬.୭୩ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି, କିଏ ସେ ଟପ୍-୧୫ ନିବେଶକ
ମେକ୍ ଇନ୍ ଓଡ଼ିଶାର ଚତୁର୍ଥ ସଂସ୍କରଣ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ ମାଧ୍ୟମରେ ରାଜ୍ୟରେ ରେକର୍ଡ ପରିମାଣର ପୁଞ୍ଜିନିବେଶ ହେବ ।
Jobs
ଦେଢ଼ବର୍ଷ ପରେ ସରକାରଙ୍କ ମନେପଡ଼ିଲା: ଓଇଆରସି ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଦେଲେ ବିଜ୍ଞାପନ
ଆସନ୍ତା ଫେବୃୟାରୀ ୨୪ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବାକୁ ବିଜ୍ଞାପନରେ ଦର୍ଶାଯାଇଛି ।
Jobs
ନିଯୁକ୍ତି ଆୟୋଗ ଅଧ୍ୟକ୍ଷମାନଙ୍କ ସହ ବୈଠକ: ସରକାରଙ୍କ ଟାର୍ଗେଟ୍ ୫ ବର୍ଷରେ ଦେଢ଼ଲକ୍ଷ ପଦବୀ ପୂରଣ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେବା ସହ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗଗୁଡ଼ିକ ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ ପାଇଁ ପରାମର୍ଶ ଦେଇଛନ୍ତି।
Miscellaneous
ପୁଲିସ୍ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗତ ଅକ୍ଟୋବର ୭ ତାରିଖରେ ଓଡ଼ିଶା ପୁଲିସରେ ୪୦୫ଟି ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପୁଲିସ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।