Advertisment

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ପୂରଣ ହେବ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ

ଏହି ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ୍ ୨୫ ହଜାର ୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା ରହିଛି।

 Stenographer

Stenographer

Advertisment

ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଯୋଗ୍ୟ ପ୍ରାର୍ଥୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ ଜୁନ୍ ୧୮ ତାରିଖ ରହିଛି। ଏହି ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ୍ ୨୫ ହଜାର ୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା ରହିଛି।

Advertisment

୩୫ଟି ପଦରୁ ୧୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୧୦ଟି ପଦ ଅଣସଂରକ୍ଷିତ ରହିଥିବା ବେଳେ ସେଥିରୁ ୩ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। SEBCଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥରୁ ୨ଟି ସେହିବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏସ୍‌ଟିଙ୍କ ପାଇଁ ୧୨ଟି ପଦ ରହିଥିବା ବେଳେ ସେଥିରୁ ସେହି ବର୍ଗର ମହିଳାଙ୍କ ପାଇଁ ୪ଟି ପଦ ସଂରକ୍ଷିତ ରହିଛି। ଏସ୍‌ସିଙ୍କ ପାଇଁ ୮ଟି ପଦ ସଂରକ୍ଷିତ ଥିବା ବେଳେ ସେଥିରୁ ୩ଟି ସେହିବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଯେକୌଣସି ବିଷୟରେ ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ପ୍ରାର୍ଥୀ ଶର୍ଟହ୍ୟାଣ୍ଡରେ ଗୋଟିଏ ମିନିଟ୍‌ରେ ୮୦ଟି ଶବ୍ଦ ଲେଖିପାରୁଥିବା ଆବଶ୍ୟକ। ସେହିପରି ଗୋଟିଏ ମିନିଟ୍‌ରେ ୪୦ଟି ଶବ୍ଦ ଟାଇପ କରିପାରୁଥିବା ଦରକାର। ତା’ସହିତ ତାଙ୍କର କଂପ୍ୟୁଟର ଆପ୍ଲିକେସନ୍‌ରେ ଯଥେଷ୍ଟ ଜ୍ଞାନ ଥିବା ଆବଶ୍ୟକ।

Advertisment

ପରୀକ୍ଷା ଫି’

ପ୍ରାର୍ଥୀଙ୍କୁ ପରୀକ୍ଷା ଫି’ ବାବଦକୁ ୫୦୦ ଟଙ୍କା ଫି’ ଦେବାକୁ ପଡ଼ିବ। ଏହାକୁ ଆଉ ଫେରସ୍ତ କରାଯିବ ନାହିଁ। ପ୍ରାର୍ଥୀ ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ/ନେଟ୍ ବ୍ୟାଙ୍କିଂ ସିଷ୍ଟମ ଯୋଗେ ଏହି ଫି’ ଜମା କରିପାରିବେ।

ପରୀକ୍ଷା ପ୍ରକ୍ରିୟା

ପ୍ରଥମେ ୧୦୦ ମାର୍କର ଲିଖିତ ପରୀକ୍ଷା ହେବ। ଏଥିରେ ୨୦ ମାର୍କର ଇଂରାଜୀ ରଚନା, ୨୦ ମାର୍କର ଓଡ଼ିଆରୁ ଇଂରାଜୀ ପ୍ୟାସେଜ୍ ଅନୁବାଦ, ୨୦ ମାର୍କର ଇଂରାଜୀରୁ ଓଡ଼ିଆ ପ୍ୟାସେଜ ଅନୁବାଦ ଓ ୪୦ ମାର୍କର ଇଂରାଜୀ ବ୍ୟାକରଣ ପଡ଼ିବ। ଏହା ପରେ ୧୦୦ ମାର୍କର କଂପ୍ୟୁଟର ଆପ୍ଲିକେସନ ଟେଷ୍ଟ ଓ ୧୦୦ ମାର୍କର ସ୍କିଲ୍ ଟେଷ୍ଟ ହେବ।

ଏହି ବିଜ୍ଞପ୍ତି ସଂପର୍କରେ ଅଧିକ ଜାଣିବା ପାଇଁ ହାଇକୋର୍ଟରେ ଅଫିସିଆଲକୁ ଯାଇ Important Noticesକୁ କ୍ଲିକ୍ କରନ୍ତୁ। ଅଥବା ଏଠାରେ କ୍ଲିକ୍ କରନ୍ତୁ।

Odisha Highcourt Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe