Advertisment

OICL ନିଯୁକ୍ତି ସୁଯୋଗ, ଚାଲିଛି ଆବେଦନ ପ୍ରକ୍ରିୟା

orientalinsurance.org.in ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।

Representative Image

Representative Image

Advertisment

ଓରିଏଣ୍ଟାଲ୍ ଇନସୁରାନ୍ସ କମ୍ପାନୀ ଲିମିଟେଡ୍ (OICL) ଆଡମିନିଷ୍ଟ୍ରେଟିଭ୍ ଅଧିକାରୀ ପଦବୀ ପୂରଣ ପାଇଁ ପ୍ରକାଶ କରିଛି ବିଜ୍ଞପ୍ତି। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ orientalinsurance.org.in ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।

Advertisment

ଆବେଦନପ୍ରକ୍ରିୟା ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇଯାଇଛି। ଆବେଦନର ସମୟ ସୀମା ୧୨ ଏପ୍ରିଲ ୨୦୨୨୪ ପର୍ଯ୍ୟନ୍ତ ରହିଛି।

OICL ନିଯୁକ୍ତି ବିବରଣୀ 

ମୋଟ ପଦବୀ: ୧୦୦ଟି ପୋଷ୍ଟ 

  • Accounts: ୨୦
  • Actuarial: ୫ 
  • Engineering: ୧୫
  • Engineering (IT): ୨୦
  • Medical Officer: ୨୦
  • Legal: ୨୦
Advertisment

ଶିକ୍ଷାଗତ ଯୋଗ୍ୟତା
ଆବେଦନ କରିବାକୁ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ସ୍ନାତକ କିମ୍ବା ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା
ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ଡିସେମ୍ବର ୩୧, ୨୦୨୩ ସୁଦ୍ଧା ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଉଚିତ୍।

ଚୟନ ପ୍ରକ୍ରିୟା
ଚୟନ ପ୍ରକ୍ରିୟାରେ ତିନୋଟି ପର୍ଯ୍ୟାୟ ଅନ୍ତର୍ଭୁକ୍ତ। ପ୍ରିଲିମନାରୀ, ମେନ୍ସ ଏବଂ ଇଣ୍ଟର୍ଭ୍ୟୁ। ପ୍ରିଲିମସରେ ୧୦୦ ମାର୍କରେ ଅନଲାଇନ ମାଧ୍ୟମରେ ଅବଜେକ୍ଟିଭ୍ ଟେଷ୍ଟ ହେବ। ମେନ୍ସ ପରୀକ୍ଷାରେ ୨୦୦ ମାର୍କ ପାଇଁ ଅବଜେକ୍ଟିଭ୍ ଟେଷ୍ଟ ଏବଂ ୩୦ ମାର୍କର ଡେସ୍କ୍ରାଇବ୍ ପରୀକ୍ଷା ରହିଛି। ଦ୍ୱିତୀୟ ପର୍ଯ୍ୟାୟ ପରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ଇଣ୍ଟର୍ଭ୍ୟୁ ଦେବେ। ଚୂଡାନ୍ତ ଚୟନ ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାରରୁ ମିଳିତ ମାର୍କ ଉପରେ ଆଧାରିତ ହେବ।

Job Opportunity Job Alert OICL Recruitment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe