Advertisment

OMCରେ ଓ୍ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ସୁଯୋଗ, ଲକ୍ଷେ ଉପରେ ଦରମା

କ୍ୟାରିୟର୍‌ ମାର୍କିଂ ଓ ଇଣ୍ଟରଭ୍ୟୁ ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଉପଯୁକ୍ତ ପଦବୀ ପାଇଁ ଚୟନ କରାଯିବ।

OMC Recruitment

OMC Recruitment

Advertisment

ଓଡ଼ିଶା ଖଣି ନିଗମ ତଥା ଓଏମ୍‌ସିରେ ଚାକିରି ସୁଯୋଗ। ଏଠାରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞାପ୍ତି ଜାରି ହୋଇଛି। ଓ୍ୱାକ୍‌ ଇନ୍ ଇଣ୍ଟରଭ୍ୟୁ ଜରିଆରେ ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ। ଏଥିପାଇଁ ଆଗ୍ରହୀ ପ୍ରାର୍ଥୀ ବ୍ୟକ୍ତିଗତ ଭାବେ ହାଜର ହୋଇ ଇଣ୍ଟରଭ୍ୟୁରେ ଭାଗ ନେଇପାରିବେ।

Advertisment

ମୋଟ ପଦବୀ-୮୧

ଫୋର୍‌ମ୍ୟାନ୍‌-୧୦

ସର୍ଭେୟର୍‌-୧୫

ମାଇନିଂ ମେଟ୍‌ III – ୫୬

ଶିକ୍ଷାଗତ ଯୋଗ୍ୟତା- ଇଚ୍ଛୁକ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ / ଅନୁଷ୍ଠାନରୁ ଦଶମ / ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ। କେବଳ ଓଡ଼ିଶାର ପ୍ରାର୍ଥୀଙ୍କୁ ହିଁ ଏହି ଇଣ୍ଟରଭ୍ୟୁର ସୁଯୋଗ ମିଳିବ।

ବୟସ ସୀମା- ୧୮ରୁ ୩୮ ବର୍ଷ

ମାସିକ ଦରମା

ଫୋର୍‌ମ୍ୟାନ୍‌ ଓ ସର୍ଭେୟର୍‌ଙ୍କ ମାସିକ ଦରମା- ୩୫,୪୦୦ରୁ ୧,୧୨,୪୦୦/- ଟଙ୍କା

ମାଇନିଂ ମେଟ୍‌ III – ୨୨,୪୦୦ରୁ ୬୯,୧୦୦/- ଟଙ୍କା

କେମିତି ହେବ ଚୟନ?

କ୍ୟାରିୟର୍‌ ମାର୍କିଂ ଓ ଇଣ୍ଟରଭ୍ୟୁ ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଉପଯୁକ୍ତ ପଦବୀ ପାଇଁ ଚୟନ କରାଯିବ।

Advertisment

କେଉଁଠି ହେବ ଇଣ୍ଟରଭ୍ୟୁ?

କମ୍ୟୁନିଟି ସେଣ୍ଟର୍, ଆଞ୍ଚଳିକ କାର୍ଯ୍ୟାଳୟର ଓଏମ୍‌ସି କଲୋନୀ, ବାଡବିଲ୍, କେନ୍ଦୁଝର। ଆସନ୍ତା ଫେବ୍ରୁଆରୀ ୭ ଓ ୮ରେ ଓ୍ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବ।

ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରନ୍ତୁ 

detailed notification.

Job Vacancy Odisha Jobs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe