Advertisment

ହାଇକୋର୍ଟରେ ୧୪୭ଟି ASO ଓ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ଆରମ୍ଭ

୧୪୭ଟି ASO ପଦବୀରୁ ୭୦ଟି ଅସଂରକ୍ଷିତ ରହିଛି। SEBCଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ଏସ୍‌ଟିଙ୍କ ପାଇଁ ୫୭ ଓ ଏସ୍‌ସିଙ୍କ ପାଇଁ ୧୫ଟି ପଦ ସଂରକ୍ଷିତ ରହିଛି।

author-image
Jitendra Garnayak
High Court

High Court

ଓଡ଼ିଶା ହାଇକୋର୍ଟରେ ୧୪୭ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ଓ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ଆଜି (ମେ’ ୨୦)ଠାରୁ ଆରମ୍ଭ ହୋଇଛି ଅନ୍‌ଲାଇନ ଆବେଦନ। ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisment

୧୪୭ଟି ASO ପଦବୀରୁ ୭୦ଟି ଅସଂରକ୍ଷିତ ରହିଛି। SEBCଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ଏସ୍‌ଟିଙ୍କ ପାଇଁ ୫୭ ଓ ଏସ୍‌ସିଙ୍କ ପାଇଁ ୧୫ଟି ପଦ ସଂରକ୍ଷିତ ରହିଛି। ସେହିପରି ୧୪୭ଟି ପଦବୀରୁ ୪୯ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଅଣସଂରକ୍ଷିତ ବର୍ଗରେ ୭୦ଟି ପଦବୀ ରହିଥିବା ବେଳେ ସେଥିରୁ ୨୩ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ଏସ୍‌ଇବିସିର ୫ଟି ପଦରୁ ୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଏସ୍‌ଟି ବର୍ଗର ୫୭ଟି ପଦରୁ ୧୯ଟି ଓ ଏସ୍‌ସିଙ୍କ ପାଇଁ ଥିବା ୧୫ଟି ପଦରୁ ୫ଟି ସଂପୃକ୍ତ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଗ୍ରୁପ୍-ବିରେ ଆସୁଥିବା ଏହି ଏଏସ୍‌ଓମାନଙ୍କ ପେ’ ସ୍କେଲ୍ ୩୫,୪୦୦ରୁ ୧ଲକ୍ଷ ୧୨ ହଜାର ୪୦୦ ଟଙ୍କା ରହିଛି।

୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦରୁ ୧୨ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୧୦ଟି ପଦ ଅସଂରକ୍ଷିତ ରହିଥିବା ବେଳେ ସେଥିରୁ ୩ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। SEBCଙ୍କ ପାଇଁ ୫ଟି ପଦ ସଂରକ୍ଷିତ ରହିଥିବା ବେଳେ ସେଥରୁ ୨ଟି ସେହିବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏସ୍‌ଟିଙ୍କ ପାଇଁ ୧୨ଟି ପଦ ରହିଥିବା ବେଳେ ସେଥିରୁ ସେହି ବର୍ଗର ମହିଳାଙ୍କ ପାଇଁ ୪ଟି ପଦ ସଂରକ୍ଷିତ ରହିଛି। ଏସ୍‌ସିଙ୍କ ପାଇଁ ୮ଟି ପଦ ସଂରକ୍ଷିତ ଥିବା ବେଳେ ସେଥିରୁ ୩ଟି ସେହିବର୍ଗର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏହି ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ୍ ୨୫ ହଜାର ୫୦୦ ଟଙ୍କାରୁ ୮୧,୧୦୦ ଟଙ୍କା ରହିଛି।

Advertisment

ଏହି ବିଜ୍ଞପ୍ତି ସଂପର୍କରେ ଅଧିକ ଜାଣିବା ପାଇଁ ହାଇକୋର୍ଟରେ ଅଫିସିଆଲକୁ ଯାଇ Important Noticesରେ ସର୍ଚ୍ଚ କରନ୍ତୁ। 

Job Vacancy