ଅଗ୍ନିବୀର ହେବାକୁ ଚାହାଁନ୍ତି କି? ୨୭ରୁ ଅନଲାଇନରେ ଆବେଦନ

ଇଚ୍ଛୁକ ପ୍ରାର୍ଥୀମାନେ ଜୁଲାଇ ୨୭ ତାରିଖ ପୂର୍ବାହ୍ନ ୧୦ଟାରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇ ଅଗଷ୍ଟ ୧୭ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ । ୨୦୦୩ ଜୁନ୍ ୨୭ରୁ ୨୦୦୬ ଡିସେମ୍ବର ୨୭ତାରିଖ ମଧ୍ୟରେ ଜନ୍ମିତ ପ୍ରାର୍ଥୀମାନେ ଏହି ଆବେଦନ ପ୍ରକ୍ରିୟାରେ ଭାଗ ନେଇପାରିବେ।

Agniveer

Representative image

Ordigital Desk
  • Published: Monday, 17 July 2023
  • , Updated: 17 July 2023, 10:39 PM IST

ଭାରତୀୟ ବାୟୁସେନାର ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀର(ବାୟୁ) ପଦ ନିମନ୍ତେ ଆସନ୍ତା ୨୭ତାରିଖରୁ ଅବିବାହିତ ପୁରୁଷ ଓ ମହିଳା ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ୨୦୨୪ ଜାନୁୟାରୀରେ ଏହି ନିଯୁକ୍ତି ହେବ ।

ସୂଚନା ଅନୁସାରେ, ଇଚ୍ଛୁକ ପ୍ରାର୍ଥୀମାନେ ଜୁଲାଇ ୨୭ ତାରିଖ ପୂର୍ବାହ୍ନ ୧୦ଟାରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇ ଅଗଷ୍ଟ ୧୭ତାରିଖ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ । ୨୦୦୩ ଜୁନ୍ ୨୭ରୁ ୨୦୦୬ ଡିସେମ୍ବର ୨୭ତାରିଖ ମଧ୍ୟରେ ଜନ୍ମିତ ପ୍ରାର୍ଥୀମାନେ ଏହି ଆବେଦନ ପ୍ରକ୍ରିୟାରେ ଭାଗ ନେଇପାରିବେ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟ ସର୍ବନିମ୍ନ ଯୁକ୍ତ ଦୁଇ ପରୀକ୍ଷାରେ ୫୦% ମାର୍କ ଓ ଇଂରାଜୀରେ ପୃଥକ ଭାବେ ୫୦ ପ୍ରତିଶତ ମାର୍କ ରହିଥିବା ଆବଶ୍ୟକ । ନଚେତ୍ ୩ବର୍ଷିଆ ଡିପ୍ଲୋମା ଇଞ୍ଜିନିୟରିଂ ଅବା ଦୁଇବର୍ଷ ଧନ୍ଦାମୂଳକ ପାଠ୍ୟକ୍ରମରେ ଅଣଧନ୍ଦାମୂଳକ ବିଷୟ ସହିତ ହାରାହାରି ୫୦ ପ୍ରତିଶତ ଓ ଇଂରାଜୀରେ ପୃଥକ ଭାବେ ୫୦ ପ୍ରତିଶତ ନମ୍ବର ରଖିଥିବା ପ୍ରାର୍ଥୀମାନେ ଏହି ଚୟନ ପରୀକ୍ଷାରେ ଭାଗ ନେବା ନିମନ୍ତେ ଆବେଦନ କରିପାରିବେ । ଏଥିପାଇଁ ୨୫୦ଟଙ୍କା ପରୀକ୍ଷା ଦେୟ ଧାର୍ଯ୍ୟ କରାଯାଇଛି । ଆବେଦନକାରୀମାନେ ଅଗ୍ନିପଥ ୱେବସାଇଟ୍ କିମ୍ବା ୦୬୭୪-୨୯୫୩୩୩୬ରେ ଯୋଗାଯୋଗ କରି ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ।

Related story