/odisha-reporter/media/post_attachments/uploadimage/library/16_9/16_9_0/opsc_1693308924.jpg)
opsc
ଓଡ଼ିଶା ସିଭିଲ ସର୍ଭିସ (OCS) ପ୍ରିଲିମ ପରୀକ୍ଷା-୨୦୨୨ର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୧୫ ତାରିଖ (ରବିବାର)ରେ ପ୍ରିଲିମ ପରୀକ୍ଷା ହେବ ବୋଲି କହିଛି ଓଡ଼ିଶା ଲୋକସେବା ଆୟୋଗ (OPSC)। ଏହି ପରୀକ୍ଷା ସମ୍ପର୍କିତ ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି। ଏହା ସହିତ ଏନେଇ ଅଧିକ ସୂଚନା ପାଇଁ ଆୟୋଗର ୱେବସାଇଟ୍ http://opsc.gov.in କୁ ଯିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।
Advertisment
ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ର ଫଳ ଗତ ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା। ଏଥିରେ ମୋଟ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧୬୪ ଜଣ ଝିଅ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
