ଓଜେଏସ୍ ପରୀକ୍ଷା ଶୁଶ୍ରିତା ମିଶ୍ର ଟପ୍ପର, ଟପ୍ ଟେନରେ ୮ ମହିଳା

ଓପିଏସସି ପକ୍ଷରୁ ଜାରି ସୂଚନା ଅନୁସାରେ, ମୋଟ୍ କୃତକାର୍ଯ୍ୟ ୫୫ଜଣଙ୍କ ମଧ୍ୟରୁ ୩୯ଜଣ ମହିଳା ବା ଝିଅ । ପ୍ରଥମ ୧୦ଜଣରେ ମାତ୍ର ୨ଜଣ ପୁଅ ଥିବାବେଳେ ୮ଜଣ ଝିଅ ଅଛନ୍ତି ।

ଓଜେଏସ୍‌ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି

  • Published: Wednesday, 27 December 2023
  • , Updated: 27 December 2023, 08:09 PM IST

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୫୫ଜଣ କୃତକାର୍ଯ୍ୟ ହୋଇଛନ୍ତି ଓ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ଶୁଶ୍ରିତା ମିଶ୍ର ଟପ୍ପର ହୋଇଛନ୍ତି ।

ଓପିଏସସି ପକ୍ଷରୁ ଜାରି ସୂଚନା ଅନୁସାରେ, ମୋଟ୍ କୃତକାର୍ଯ୍ୟ ୫୫ଜଣଙ୍କ ମଧ୍ୟରୁ ୩୯ଜଣ ମହିଳା ବା ଝିଅ । ପ୍ରଥମ ୧୦ଜଣରେ ମାତ୍ର ୨ଜଣ ପୁଅ ଥିବାବେଳେ ୮ଜଣ ଝିଅ ଅଛନ୍ତି । ପ୍ରଥମ ୧୦ଜଣଙ୍କ ମଧ୍ୟରେ ଯେଉଁମାନେ ରହିଛନ୍ତି ସେମାନେ ହେଲେ ଶୁଶ୍ରିତା ମିଶ୍ର, ନିଲିଶା ପଟ୍ଟନାୟକ,ଅନନ୍ୟା ମିଶ୍ର, ରାଣୀ ରଞ୍ଜିତା ପଟ୍ଟନାୟକ, ଲୋପାମୁଦ୍ରା ଆଚାର୍ଯ୍ୟ, ହର୍ଷିତା ମିଶ୍ର, ପ୍ରଜ୍ଞାସୁମନ ମହାପାତ୍ର, ଏସଆର ତୋଷାଳୀ, ସତ୍ୟଜିତ୍ ପାଣି ଓ ଲଳିତେନ୍ଦୁ ଦ୍ୱିବେଦୀ ।

ସୂଚନାଯୋଗ୍ୟ, ଓପିଏସସି ପକ୍ଷରୁ ମୋଟ ୫୭ଟି ଓଜେଏସ୍ ପଦବୀ ପାଇଁ ଗତ ମେ’ ୨୧ତାରିଖରେ ପ୍ରିଲିମନାରୀ ପରୀକ୍ଷା ହୋଇଥିଲା ।

 

Related story