Advertisment

ପ୍ରାଣୀ ସମ୍ପଦ ବିଭାଗରେ ବମ୍ପର ନିଯୁକ୍ତି ସୁଯୋଗ, ଜାଣି ରଖନ୍ତୁ ଆବେଦନ ତାରିଖ

ଓଡ଼ିଶା ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଭେଟେନାରୀ ଆସିଷ୍ଟାଣ୍ଟ ସର୍ଜନ ଓ ଆଡିସନାଲ ଭେଟନାରୀ ସର୍ଜନ ପଦବୀ ନିମନ୍ତେ ଏକସଙ୍ଗେ ବାହାରିଛି ୫୩୯ ପଦବୀ ।

author-image
Niharika Rout
ଅଦ୍ୟତନ ହୋଇଛି
OPSC

OPSC

ଓଡ଼ିଶା ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଭେଟେନାରୀ ଆସିଷ୍ଟାଣ୍ଟ ସର୍ଜନ ଓ ଆଡିସନାଲ ଭେଟନାରୀ ସର୍ଜନ ପଦବୀ ନିମନ୍ତେ ଏକସଙ୍ଗେ ବାହାରିଛି ୫୩୯ ପଦବୀ । Odisha Public Service Commission (OPSC) ଏଥିନିମନ୍ତେ ବିଜ୍ଞପ୍ତି ଜାରି କରିଛି।

Advertisment

ସମୁଦାୟ ପଦ ସଂଖ୍ୟା- ୫୩୯

ଅଣସଂରକ୍ଷିତ-୫୬

SEBC-୯୪

ଅନୁସୂଚିତ ଜାତି-୧୬୧

ଅନୁସୂଚିତ ଜନଜାତି-୨୨୮

ଶିକ୍ଷାଗତ ଯୋଗ୍ୟତା

ଏହି ପଦ ନିମନ୍ତେ ଇଚ୍ଛୁକ ପ୍ରାର୍ଥୀ Veterinary Science ଓ Animal Husbandryରେ (B.V.Sc and A.H) ଡିଗ୍ରୀ ହାସଲ କରିଥିବା ଜରୁରୀ । ଏହାବାଦ ଦେଶର ପ୍ରମୁଖ ସ୍ୱୀକୃତପ୍ରାପ୍ତ ୟୁନିଭରସିଟି କିମ୍ବା କଲେଜ ନଚେତ ଦେଶ ବାହାରର ୟୁନିଭରସିଟିରୁ ସମାନ ଡିଗ୍ରୀ ହାସଲ କରିଥିଲେ ବି ସେମାନେ ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହେବେ ।

ସିଲେକ୍ସନ ପ୍ରକିୟା

ଏହି ପଦ ନିମନ୍ତେ ସମସ୍ତ ପ୍ରାର୍ଥୀଙ୍କୁ ୮ଶହ ମାର୍କର ଲିଖିତ ପରିକ୍ଷା ଦେବାକୁ ପଡ଼ିବ । ଏହି ପରୀକ୍ଷା ୨ଟି ପେପର ବିଶିଷ୍ଟ ହୋଇଥିବା ବେଳେ ସେଥିରେ ପେପର -୧ ଓ ପେପର-୨ ରହିଛି। ପ୍ରତି ପେପରରେ ୨ଶହଟି ଲେଖାଏ ପ୍ରଶ୍ନ ଥିବା ବେଳେ ତାହା ମୂଲ୍ୟାୟନ ୪ଶହ ମାର୍କ ବୋଲି ଜଣାଯାଇଛି। ତେଣୁ ଦୁଇଟି ପେପରର ପ୍ରଶ୍ନର ମୂଲ୍ୟାୟନ ସମୁଦାୟ ୮ଶହ ମାର୍କ ରହିଛି। 

Advertisment

ଆବେଦନ ସମୟସୀମା

ଏହି ପଦ ନିମନ୍ତେ ଆସନ୍ତା ୨୫ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏଥିନିମନ୍ତେ ଶେଷ ସମୟସୀମା ଫେବୃୟାରୀ ୨୬କୁ ଧାର୍ଯ୍ୟ କରାଯାଇଛି।

ବୟସ ସୀମା

ଏହି ପଦ ନିମନ୍ତେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଚଳିତ ବର୍ଷ ଜାନୁୟାରୀ ୧ ତାରିଖ ସୁଦ୍ଧା ସେମାନଙ୍କ ବୟସ ୩୮ ବର୍ଷରୁ ଅଧିକ ହୋଇ ନ ଥିବା ଆବଶ୍ୟକ ।

ଆବେଦନ ପ୍ରକ୍ରିୟା

ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମେ opsc.gov.in ସାଇଟ୍‌ରେ କ୍ଲିକ୍‌ କରନ୍ତୁ।

ହୋମପେଜ୍‌କୁ ଯାଇ "APPLY ONLINE" ଅପସନ୍‌ରେ କ୍ଲିକ କରନ୍ତୁ ।

ରେଜିଷ୍ଟ୍ରେଶନ ଫି ପଇଠ କରିବା ସହ ଫର୍ମ ଫିଲଅପ୍‌ କରନ୍ତୁ ।

ଉକ୍ତ ସାଇଟ୍‌ରେ ଆବଶ୍ୟକ ମୁତାବକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।

ସବମିଟ୍‌ କରିବା ପୂର୍ବରୁ ନିଜେ ଏକ ଫାଇନାଲ୍‌ କପିର ଏକ ପ୍ରିଣ୍ଟ ଆଉଟ୍‌ ବାହାର କରି ରଖନ୍ତୁ।

Job Vacancy Vacancy In Govt