Advertisment

୧୩୭୫ PGTଙ୍କୁ ମିଳିବ ନିଯୁକ୍ତି, ଚାଲିଛି ଆବଦନ ପ୍ରକ୍ରିୟା

ରାଜ୍ୟ ସରକାର ଆବେଦନ ଆହ୍ୱାନ କରିଥିବା ବେଳେ ପ୍ରକ୍ରିୟା ଏବେ ଚାଲୁ ରହୁଛି।

ଅଦ୍ୟତନ ହୋଇଛି
JOB

JOB

Advertisment

ସମଗ୍ର ରାଜ୍ୟରେ ୧୩୭୫ଟି PGT (Post Graduate Teacher) ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ଏଥିନିମନ୍ତେ ରାଜ୍ୟ ସରକାର ଆବେଦନ ଆହ୍ୱାନ କରିଥିବା ବେଳେ ପ୍ରକ୍ରିୟା ଏବେ ଚାଲୁ ରହୁଛି। OPSC ପକ୍ଷରୁ ଏଥିନିମନ୍ତେ ଆବେଦନ ଆହ୍ୱାନ କରାଯାଇଥିବା ବେଳେ ଏହାର ଶେଷ ତାରିଖ ମାର୍ଚ୍ଚ ୨ ତାରିଖ ବୋଲି ଧାର୍ଯ୍ୟ କରାଯାଇଛି।

Advertisment

ଆବେଦନ ପ୍ରକିୟା

ଇଚ୍ଛୁକ ପ୍ରାର୍ଥୀ OPSCର ଅଫିସିଆଲ ୱେବସାଇଟ୍‌ www.opsc.gov.in.ରେ ଏହି ଆବେଦନ କରି ପାରିବେ।

ସମୁଦାୟ ପଦବୀ ସଂଖ୍ୟା-୧୩୭୫

ମହିଳା ସଂରକ୍ଷଣ ପଦ -୪୬୧

ଶିକ୍ଷାଗତ ଯୋଗ୍ୟତା

ଏହି ପଦ ନିମନ୍ତେ ପ୍ରାର୍ଥୀମାନେ ମାଷ୍ଟର ଡିଗ୍ରୀ, ବିଏଡ ଓ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା ବା ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

Advertisment

ବୟସ ସୀମା

ଇଚ୍ଛୁକ ପ୍ରାର୍ଥୀଙ୍କ ବୟସସୀମା ୨୧ରୁ ୩୮ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଆବେଦନ ଫି

PGT ପଦ ନିମନ୍ତେ ଆବେଦନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆବେଦନ ଫି ଲାଗୁ କରାଯାଇ ନାହିଁ। ଅର୍ଥାତ ପ୍ରାର୍ଥୀମାନେ ସମ୍ପୂର୍ଣ୍ଣ ମାଗଣାରେ ଏଥିନିମନ୍ତେ ଆବେଦନ କରି ପାରିବେ।

ସିଲେକ୍ସନ ପ୍ରକ୍ରିୟା

ମୁଖ୍ୟତଃ ଦୁଇ ପଦ୍ଧତିରେ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ କରାଯିବ । ସେଥି ମଧ୍ୟରେ ଲିଖିତ ପରୀକ୍ଷା ଥିବା ବେଳେ ଅନ୍ୟଟି ପର୍ସନାଲିଟି ଟେଷ୍ଟ ରହିଛି।

କିପରି କରିବେ ଆବେଦନ

ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମେ opsc.gov.in ସାଇଟ୍‌ରେ କ୍ଲିକ୍‌ କରନ୍ତୁ।

ହୋମପେଜ୍‌କୁ ଯାଇ "APPLY ONLINE" ଅପସନ୍‌ରେ କ୍ଲିକ କରନ୍ତୁ ।

ରେଜିଷ୍ଟ୍ରେଶନ ଫି ପଇଠ କରିବା ସହ ଫର୍ମ ଫିଲଅପ୍‌ କରନ୍ତୁ ।

ଉକ୍ତ ସାଇଟ୍‌ରେ ଆବଶ୍ୟକ ମୁତାବକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ।

ସବମିଟ୍‌ କରିବା ପୂର୍ବରୁ ନିଜେ ଏକ ଫାଇନାଲ୍‌ କପିର ଏକ ପ୍ରିଣ୍ଟ ଆଉଟ୍‌ ବାହାର କରି ରଖନ୍ତୁ।

Job Vacancy Vacancy In Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe