Advertisment

SI ଚୟନ ଅନିୟମିତତା ମାମଲାରେ ପୁଲିସ୍‌ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌

ଆବେଦନ ଅନୁଯାୟୀ ୪୭୭ଟି ସବ୍‌ ଇନ୍ସପେକ୍ଟର ପଦ ପୂରଣ ପାଇଁ ୨୦୨୧ ମସିହା ଜୁନ ୨୨ ତାରିଖରେ ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଦୁଇଟି ସିଟିଂରେ ୨ଟି ପେପରର ଲିଖିତ ପରୀକ୍ଷା କରାଯିବ ବୋଲି ବିଜ୍ଞାପ୍ତିରେ ସ୍ପଷ୍ଟ କରାଯାଇଥିଲା।

ଅଦ୍ୟତନ ହୋଇଛି
High Court

High Court

Advertisment

ଓଡ଼ିଶା ପୁଲିସ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଚୟନ ପ୍ରକ୍ରିୟା ଅନିୟମିତତା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ଼କୁ ନୋଟିସ୍‌ କରିଛନ୍ତି ହାଇକୋର୍ଟ। ଆବେଦନକାରୀ ସୁବାସ ସେନାପତିଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଏହି ନୋଟିସ୍‌ ଜାରୀ କରିଛନ୍ତି। ଚୟନ ପାଇଁ ହୋଇଥିବା ଲିଖିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଦାୟର ମାମଲାରେ ନୋଟିସ୍‌ କରିଛନ୍ତି ହାଇକୋର୍ଟ।

Advertisment

ଆବେଦନ ଅନୁଯାୟୀ ୪୭୭ଟି ସବ୍‌ ଇନ୍ସପେକ୍ଟର ପଦ ପୂରଣ ପାଇଁ ୨୦୨୧ ମସିହା ଜୁନ ୨୨ ତାରିଖରେ ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଦୁଇଟି ସିଟିଂରେ ୨ଟି ପେପରର ଲିଖିତ ପରୀକ୍ଷା କରାଯିବ ବୋଲି ବିଜ୍ଞାପ୍ତିରେ ସ୍ପଷ୍ଟ କରାଯାଇଥିଲା। ବିଳମ୍ବରେ ହେଲେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ୨୦୨୩ ନଭେମ୍ବର ୨୬ ତାରିଖରେ ପରୀକ୍ଷା ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଥିଲା।

ପରୀକ୍ଷା ଦିନ ଖୋର୍ଦ୍ଧା ମହିଳା କଲେଜରେ ଥିବା ସେଣ୍ଟରରେ ପ୍ରଥମ ସିଟିଂରେ ପେପର-୧ ପରିବର୍ତ୍ତେ ପେପର-୨ ପ୍ରଶ୍ନପତ୍ର ଭୁଲରେ ଖୋଲାଯାଇ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିଲା। ପ୍ରଶ୍ନପତ୍ର ବଣ୍ଟା ଯିବାର ପ୍ରାୟ ୨୦ ମିନିଟ ପରେ ନିଜର ଭୁଲ ବୁଝିପାରି ପରୀକ୍ଷାର୍ଥୀଙ୍କ ନିକଟରୁ ପେପର-୨ର ପ୍ରଶ୍ନପତ୍ର ନେଇଯାଇଥିଲେ। ସେହି ସେଣ୍ଟରରେ ଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଦ୍ୱତୀୟ ସିଟିଂ ପର୍ଯ୍ୟନ୍ତ ଅଟକ ରଖିବା ସହ ପେପର-୧ ପରୀକ୍ଷା ନକରାଇ ପେପର-୨ ପରୀକ୍ଷା କରାଯାଇଥିଲା।

Advertisment

ସେହିଦିନ ରାଜ୍ୟବ୍ୟାପୀ ବାକି ସମସ୍ତ ସେଣ୍ଟରରେ ଶୃଙ୍ଖଳିତ ଭାବେ ଉଭୟ ପେପର-୧ ଓ ପେପର-୨ର ପରୀକ୍ଷା ଶେଷ ହୋଇଥିଲା। ଏହାପରେ କେବଳ ସମ୍ପୃକ୍ତ ସେଣ୍ଟରର ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ୧୦ ଡିସେମ୍ବରରେ ପେପର-୧ ପରୀକ୍ଷା କରାଯାଇଥିଲା। ପ୍ରଶ୍ନପତ୍ର ବିଭ୍ରାଟ ସତ୍ତ୍ୱେ ପେପର-୧ ପରୀକ୍ଷା ବାତିଲ କରିବା ପରିବର୍ତ୍ତେ ବୋର୍ଡ଼ ତରବରିଆ ଭାବେ ସେହି ଡିସେମ୍ବର ୨୧ ତାରିଖରେ ଲିଖିତ ପରୀକ୍ଷାଫଳ ପ୍ରକାଶ କରିବା ସହ ସେହିମାସ ୩୧ ତାରିଖରେ ଚୂଡାନ୍ତ ମେରିଟ୍‌ ଲିଷ୍ଟ ପ୍ରକାଶ କରିଥିଲେ। ଏହାଛଡା ଲିଖିତ ପରୀକ୍ଷା ଫଳ ପ୍ରକାଶ ସମୟରେ ସାଧାରଣ ବର୍ଗଙ୍କ ପାଇଁ କଟ୍‌ଅଫ ମାର୍କ ୧୮୫ ରଖାଯାଇଥିବା ନେଇ ବୋର୍ଡ଼ ସୂଚନା ଦେଇଥିଲେ ମଧ୍ୟ ଚୂଡାନ୍ତ ମେରିଟ୍‌ ଲିଷ୍ଟରେ ଏହାକୁ ୧୭୨କୁ ଖସାଇ ଦିଆଯାଇଥିଲା ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଏସବୁକୁ ଦୃଷ୍ଟିରେ ରଖି ଚୂଡାନ୍ତ ମେରିଟ ଲିଷ୍ଟ ଖାରଜ କରିବା ପାଇଁ ସୁବାସ ଏହି ମାମଲା ଦାୟର କରିଥିଲେ। ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Odisha Police Cuttack High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe