Advertisment

ପଦାର୍ଥ ବିଜ୍ଞାନ ଅଧ୍ୟାପକ ଚୟନ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିବ। କିନ୍ତୁ ନିଯୁକ୍ତିପତ୍ର କାହାରିକୁ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
High Court

High Court

ଷ୍ଟେଟ୍‌ ସିଲେକ୍ସନ ବୋର୍ଡ଼ ଦ୍ୱାରା କରାଯାଉଥିବା ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ଚୟନ ଉପରେ ଅଙ୍କୁଶ ଲଗାଇଛନ୍ତି ଓଡିଶା ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିବ। କିନ୍ତୁ ନିଯୁକ୍ତିପତ୍ର କାହାରିକୁ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ରାଜ୍ୟ ସରକାରଙ୍କୁ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି କୋର୍ଟ। ଆବେଦନକାରୀ ଅମୀୟ ରଞ୍ଜନ ବାରିକଙ୍କ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

Advertisment

UGC ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ନିଯୁକ୍ତି ପ୍ରକ୍ରିୟା କରାଯାଉଥିବା ଦର୍ଶାଇ ଆବେଦନକାରୀ ଅମୀୟ ରଞ୍ଜନ ବାରିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ SSB ଅଧ୍ୟାପକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଭିନ୍ନ ବିଭାଗର ୧୦୬୫ଟି ଅଧ୍ୟାପକ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୩ ତାରିଖରେ ଲିଖିତ ପରୀକ୍ଷା ମଧ୍ୟ ଶେଷ ହୋଇଥିଲା। ସେଥିରୁ ପଦାର୍ଥ ବିଜ୍ଞାନରେ ୫୪ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ବେଳେ ଲିଖିତ ପରୀକ୍ଷା ମଧ୍ୟ ଶେଷ ହୋଇଥିଲା।

Cuttack High Court