Advertisment

ASO ଚୟନ ଅନିୟମିତତା ମାମଲା: ମେରିଟ୍ ଲିଷ୍ଟକୁ କାଏମ ରଖିଲେ ହାଇକୋର୍ଟ

OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିଛନ୍ତି ହାଇକୋର୍ଟ।

author-image
Tapaswini Nayak
ଅଦ୍ୟତନ ହୋଇଛି
High Court

High Court

ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ପରିଚାଳିତ ASO ଚୟନ ଅନିୟମିତତା ମାମଲାକୁ ନେଇ ଦାୟର ହୋଇଥିବା ଅପିଲକୁ କାଏମ ରଖିଛନ୍ତି ହାଇକୋର୍ଟ। ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟକୁ କାଏମ ରଖିଛନ୍ତି ହାଇକୋର୍ଟ।

Advertisment

OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିଛନ୍ତି ହାଇକୋର୍ଟ। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରିଛନ୍ତି ୨ ଜଣିଆ ଖଣ୍ଡପୀଠ। ଯେଉଁଠୁ ଚୟନ ପ୍ରକ୍ରିୟା ବନ୍ଦ ସେଠାରୁ ଚାଲୁ ରଖିବାକୁ OPSCକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୦୨୨ ମସିହାରେ ୭୯୬ଟି ଏଏସଓ ପଦବୀ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିପାଇଁ ଲିଖିତ ପରୀକ୍ଷା ଦେଇଥିବା ମୋଟ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନାକାରୀଙ୍କ ମଧ୍ୟରୁ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ତେବେ କ୍ଷମତା ବାହାରକୁ ଯାଇ ଓପିଏସସି ମାର୍କିଙ୍ଗ ପଦ୍ଧତିରେ ପରିବର୍ତ୍ତନ କରି ମେରିଟ ଲିଷ୍ଟ ପ୍ରକାଶ କରିଥିଲା ବୋଲି ଅଭିଯୋଗ ହୋଇଥିଲା। ଓପିଏସସିର ଚୟନ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ମେରିଟ ଲିଷ୍ଟରୁ ବାଦ୍ ପଡ଼ିଥିବା ଅନେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମସ୍ତ ମାମଲାର ଏକାକାଳୀନ ଶୁଣାଣି କରି ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କ ଜଣିକିଆ ଖଣ୍ଡପୀଠ ଓପିଏସସିର ମେରିଟ ଲିଷ୍ଟକୁ ଖାରଜ କରିବା ସହ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ କୋର୍ଟ ଗତ ମେ ୧୯ ତାରିଖରେ ରାୟ ଶୁଣାଇଥିଲେ।

Advertisment

ଓଡ଼ିଶା ସେକ୍ରେଟାରିଏଟ (ମେଥଡ ଅଫ୍ ରିକ୍ରୁଟମେଣ୍ଟ) ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ୍ ଏଏସଓ ରୁଲ୍ସ, ୨୦୧୬ର ଉଲ୍ଲଂଘନ କରି ବିଷୟ ଭିତ୍ତିକ ସର୍ବନିମ୍ନ ନମ୍ବର ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରାଯାଉଛି ବୋଲି ହାଇକୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ।

ହାଇକୋର୍ଟଙ୍କ ରାୟରେ ତ୍ରୁଟି ରହିଥିବା ଦର୍ଶାଇ ଓପିଏସସି ଏବଂ ଅନ୍ୟମାନଙ୍କ ପକ୍ଷରୁ ୩ଟି ପୃଥକ ଅପିଲ ଦାୟର ହୋଇଥିଲା। 

Aso Exam Orissa High Court