Advertisment

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍ ଲିଷ୍ଟ ଖାରଜ

ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ । ଏଥିସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଅଦ୍ୟତନ ହୋଇଛି
High Court

High Court

Advertisment

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି ହାଇକୋର୍ଟ। ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ । ଏଥିସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Advertisment

ଓସେପା ପକ୍ଷରୁ ପ୍ରଥମେ ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ କରାଯାଇଥିଲା। ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଏହାପରେ ତରବରିଆ ଭାବେ ରାଜ୍ୟ ସରକାର ଜିଲ୍ଲାୱାରୀ ମେରିଟ୍‌ ଲିଷ୍ଟ ପ୍ରସ୍ତୁତ କରିଥିଲେ।

ଆବେଦନକାରୀଙ୍କ ମୂଳ ଅଭିଯୋଗ ଅନୁଯାୟୀ ପ୍ରାୟ ୨୦ ହଜାର ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକଙ୍କ ପାଇଁ ଓସେପା ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେଥିରେ ଥିବା ଧାରା ୮.୩ ଅନୁଯାୟୀ, ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଜିଲ୍ଲା ଭିତରେ ସୀମିତ ରହିବ । କାରଣ ଏହା ଜିଲ୍ଲାଭିତ୍ତିକ କ୍ୟାଡର । ଏଥିରେ ନିଯୁକ୍ତି ପାଉଥିବା କନିଷ୍ଠ ଶିକ୍ଷକଙ୍କ ଚାକିରି ଆରମ୍ଭ ସହ ଶେଷ ବି ସେହି ଜିଲ୍ଲାରେ ହେବ । ତେଣୁ ଚୟନ ପ୍ରକ୍ରିୟା ବି ଜିଲ୍ଲାୱାରୀ କରିବାର ଆବଶ୍ୟକତା ରହିଛି ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଥିଲା।

Advertisment

ମାତ୍ର ଓସେପା ଏହି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଳଘଂନ କରି ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ ପ୍ରକାଶ କରିଥିଲା। ଯାହାକୁ କି ଆବେଦନକାରୀମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ପ୍ରାରମ୍ଭିକ ପର୍ଯ୍ୟାୟ ଶୁଣାଣି ବେଳେ କୋର୍ଟ ଏହି ନିୟମ ଉପରେ ଗତ ଡିସେମ୍ବରରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କଲେ। ମାତ୍ର ଉକ୍ତ ସମୟରେ କନିଷ୍ଠ ଶିକ୍ଷକ ଚୟନ ପ୍ରକ୍ରିୟା ଜାରି ରହିଥିବାରୁ କୋର୍ଟ ଏଥିରେ ବାଧା ସୃଷ୍ଟି କରି ନ ଥିଲେ। ଏହି ପ୍ରକ୍ରିୟା ଜାରି ରହିବ , କିନ୍ତୁ ରାଜ୍ୟ ସରକାର କୌଣସି ଚୂଡ଼ାନ୍ତ ମେରିଟ ଲିଷ୍ଟ ପ୍ରକାଶ କରି ପାରିବେନି କି ନିଯୁକ୍ତି ଦେଇ ପାରିବେନି ବୋଲି କୋର୍ଟ କହିଥିଲେ।

ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ବେଳେ ପ୍ରାଥମିକ ମେରିଟ ଲିଷ୍ଟକୁ କୋର୍ଟ ଖାରଜ କରିବା ସହ ପରବର୍ତ୍ତୀ ସମୟରେ ସରକାର ଦାଖଲ କରିଥିବା ଜିଲ୍ଲାୱାରୀ ମେରିଟ୍‌ ଲିଷ୍ଟକୁ ବି ଖାରଜ କରି ଦେଇଥିଲେ।

ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ଏଣିକି ପ୍ରାର୍ଥୀମାନଙ୍କୁ ଜିଲ୍ଲାୱାରୀ ଚୟନ କରାଯାଇ ଜିଲ୍ଲାୱାରୀ ନିଯୁକ୍ତି ଦିଆଯିବ । ଏଥିନିମନ୍ତେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ଦେଖାଦେଇଥିବା ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପଡ଼ିଛି।

Cuttack Odisha Highcourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe