Advertisment

ରାଜ୍ୟ ସରକାର ଆଣିଛନ୍ତି ବମ୍ପର ନିଯୁକ୍ତି ସୁଯୋଗ, ଆଜିଠୁ କରନ୍ତୁ ଆବେଦନ

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଗ୍ରେଡ- ବି ଓ ଗ୍ରେଡ-ସି ପଦବୀ ପାଇଁ ଆଜିଠୁ ଆରମ୍ଭ ହେଉଛି ଆବେଦନ ।

ଅଦ୍ୟତନ ହୋଇଛି
JOBS

JOBS

Advertisment

ସରକାରୀ ଚାକିରି ପାଇଁ ଆପଣ ଇଚ୍ଛୁକ ଅଛନ୍ତି କି ? ଆସିଛି ବମ୍ପର ସୁଯୋଗ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ଗ୍ରେଡ- ବି ଓ ଗ୍ରେଡ-ସି ପଦବୀ ପାଇଁ ଆଜିଠୁ ଆରମ୍ଭ ହେଉଛି ଆବେଦନ । ମାଟ୍ରିକରୁ ଗ୍ରାଜୁଏଟ ଡିଗ୍ରୀଧାରୀ ଆଜିଠୁ କରି ପାରିବେ ଆବେଦନ । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଟି (OSSC) ଏଥିନିମନ୍ତେ ଆବେଦନ ଆହ୍ୱାନ କରିଛି ।

Advertisment

ସମୁଦାୟ ପଦବୀ ସଂଖ୍ୟା: ୮୩

Inspector of Legal Metrology: ୧୭ ପଦବୀ

ଜୁନିୟର କେମିଷ୍ଟ: ୧୪ ପଦବୀ

ସିନିୟର ଲାବରୋଟାରୀ ଆସିଷ୍ଟାଣ୍ଟ: ୩୨ ପଦବୀ

ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ: ୧୧ ପଦବୀ

Market Intelligence Inspector: ୭ ପଦବୀ

କମ୍ପ୍ୟୁଟର ପ୍ରୋଗ୍ରାମର: ୧ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା

ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ ପାସ୍‌ ହେବା ଉଚିତ । ଏହାବାଦ ଦ୍ୱାଦଶ ଓ କୌଣସି ସ୍ୱିକୃତିପ୍ରାପ୍ତ ୟୁନିଭରସିଟିରୁ ଗ୍ରାଜୁଏସନ୍‌ ପାସ୍‌ କରିଥିବା ପ୍ରାର୍ଥୀ ମଧ୍ୟ ବିଭିନ୍ନ ପଦ ପଦବୀ ପାଇଁ ଆବେଦନ କରି ପାରିବେ।

ଆବେଦନ ତାରିଖ

ଏହି ପଦ ନିମନ୍ତେ ଆଜିଠୁ ଆବେଦନ ଆରମ୍ଭ ହେଉଛି। ରେଜିଷ୍ଟ୍ରେଶନ କରିବାର ଶେଷ ସମୟ ସୀମା ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ରହିଛି। ଏହାପରେ ଫେବୃୟାରୀ ୫ ତାରିଖ ସୁଦ୍ଧା ନିଜ ଆବେଦନକୁ ଡିପୋଜିଟ କରି ପାରିବେ ପ୍ରାର୍ଥୀ। ଜାନୁୟାରୀ ୩ରୁ ୭ ତାରିଖ ମଧ୍ୟରେ ଆବେଦନକାରୀ ନିଜ ଫର୍ମରେ ଥିବା ତ୍ରୁଟିକୁ ସୁଧାରି ପାରିବେ। ଅଧିକ ସୂଚନା ପାଇଁ ଇଚ୍ଛୁକ ପ୍ରାର୍ଥୀ ରାଜ୍ୟ ସରକାରଙ୍କ ଅଫିସିଆଲ ୱେବସାଇଟ୍‌ www.ossc.govକୁ ଭିଜିଟ୍‌ କରି ପାରିବେ।

Advertisment

ବୟସ ସୀମା

ଏହି ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ହେବା ଆବଶ୍ୟକ । ଏଥିସହ ସେମାନଙ୍କ ସର୍ବାଧୀକ ବୟସ ୩୮ ବର୍ଷରୁ ଅଧିକ ନ ହେବା ଉଚିତ ।

କିପରି ହେବ ପରୀକ୍ଷା

ଏହି ସମସ୍ତ ପଦ ନିମନ୍ତେ ପ୍ରଥମେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ ।

ଏହା ପରେ ମେନ୍‌ ପରୀକ୍ଷା ହେବ ।

ଏଥିରେ କୃତକାର୍ଯ୍ୟ ହେବା ପରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯିବ ।

କିପରି କରିବେ ଆବେଦନ 

*ପ୍ରଥମେ ossc.gov.in ଅଫିସିଆଲ ସାଇଟ୍‌କୁ ଭିଜିଟ୍‌ କରନ୍ତୁ

*ହୋମପେଜ୍‌ରେ CGL 2023 recruitment link ଉପରେ କ୍ଲିକ୍‌ କରନ୍ତୁ

*ନିଜ ନାମ ରେଜିଷ୍ଟର କରନ୍ତୁ

*ଫର୍ମ ଫିଲଅପ୍‌ କରିବା ସହ, ଧାର୍ଯ୍ୟ ଫି ପଇଠ କରନ୍ତୁ । ଏହାପରେ ଫର୍ମକୁ ଅନଲାଇନ୍‌ରେ ସବମିଟ୍‌ କରନ୍ତୁ ।

*ଏହାର ଏକ ହାର୍ଡ କପି ବାହାର କରନ୍ତୁ ।

Odisha Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe