Advertisment

ଓଡିଶା ସରକାରରେ ନିଯୁକ୍ତି ସୁଯୋଗ, ୫୫୦ରୁ ଅଧିକ ପଦବୀ ପୂରଣ ହେବ

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଅଧୀନରେ ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଚାଲିଛି ଆବେଦନ।

Representative Image

Representative Image

Advertisment

ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ବିଭିନ୍ନ ପଦବୀ ପାଇଁ ପ୍ରକାଶ କରିଛି ବିଜ୍ଞପ୍ତି। OSSC ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷା (CGLRE) ୨୦୨୪ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମାଧ୍ୟମରେ OSSC ଅଧୀନରେ ଏଣ୍ଡୋମେଣ୍ଟସ୍ ଇନ୍ସପେକ୍ଟର, ଜିଏସ୍‌ଟି ଅଫିସର, ଅଡିଟର ଆଦି ପଦବୀ ପୂରଣ ହେବ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ୫୫୦ରୁ ଅଧିକ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSCର ଅଫିସିଆଲ୍ ୱେବସାଇଟ https://www.ossc.gov.in ମାଧ୍ୟମରେ ଆବେଦନ କରିପାରିବେ। ଏପ୍ରିଲ ୫ରୁ ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ମେ’ ୨।

ଖାଲି ପଦବୀ: ୫୮୬

  • ଏଣ୍ଡୋମେଣ୍ଟର ଇନ୍ସପେକ୍ଟର (ଗ୍ରୁପ୍-ବି) – ୨୧ 
  • ଆସିଷ୍ଟାଣ୍ଟ୍ CT ଏବଂ GST ଅଫିସର (ଗ୍ରୁପ୍-ବି) – ୬୧ 
  • ଅଡିଟର (ଗ୍ରୁପ୍-ବି) – ୯ 
  • ସମବାୟ ସମିତି ଇନ୍ସପେକ୍ଟର (ଗ୍ରୁପ୍-ବି) – ୧୫
  • ଜୁନିଅର ଆସିଷ୍ଟାଣ୍ଟ (ଗ୍ରୁପ୍-ସି) – ୪୮୦
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ
  • ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ସାର୍ଟିଫିକେଟ୍

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ
  • ବୟସ ଗଣନା ୧।୧।୨୦୨୪ ଅନୁସାରେ ହେବ

ଚୟନ ପ୍ରକ୍ରିୟା:

  • ପ୍ରାରମ୍ଭିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ଡକ୍ୟୁମେଣ୍ଟ ଯାଞ୍ଚ

ଆବେଦନ ଶୁଳ୍କ:

  • ସବୁ ବର୍ଗ – ଦେୟ ମୁକ୍ତ

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟ୍ କରନ୍ତୁ। 

Job Govt Job OSSC CGL Recruitment Job Alert Job Opportunity
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe