Advertisment

ପରୀକ୍ଷା ସୂଚୀ ପ୍ରକାଶ କଲା OSSC; ଜାଣନ୍ତୁ କେବେ ଅଛି କେଉଁ ପରୀକ୍ଷା

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC) ଅଧୀନରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ।

author-image
Debibandita Barick
Representative Image

Representative Image

ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC) ଅଧୀନରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ପରୀକ୍ଷା ସୂଚି ପ୍ରକାଶ କଲା OSSC। ଚଳିତ ମାସ ସମସ୍ତ ପଦବୀର ପରୀକ୍ଷା ହେବ। ଏନେଇ ଷ୍ଟାଫ୍ ସିଲେକ୍ସନ କମିଶନର ସୂଚନା ଦେଇଛନ୍ତି। ସମସ୍ତ ପଦବୀ ପାଇଁ ଅଲଗା ଅଲଗା ପରୀକ୍ଷା କରାଯିବା ନେଇ ସୂଚନା ପ୍ରକାଶ ପାଇଛି।

Advertisment

Junior Stenographer, Junior Grade Typist, Junior Typist, Junior clerk-Typist, Typist-Copyist, Data Entry Operator ପାଇଁ ଆସନ୍ତା ଫେବ୍ରୁଆରୀ ୪ ତାରିଖରେ ପ୍ରିଲିମିନାରୀ ପରୀକ୍ଷା କରାଯିବ। ସ୍ପେଶାଲିଷ୍ଟ ପୋଷ୍ଟ/ସର୍ଭିସେସ୍‌, Accounts assistant, Assistant Fodder Development Officer & senior Laboratory Assistant ପାଇଁ ଆସନ୍ତା ଫେବ୍ରୁଆରୀ ୧୩ ତାରିଖରେ ମେନ୍‌ ପରୀକ୍ଷା କରାଯିବ। 

Advertisment

ସେହିପରି ସ୍ପେଶାଲିଷ୍ଟ ପୋଷ୍ଟ/ସର୍ଭିସେସ୍‌, Market Intelligence Inspector ପାଇଁ ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ମେନ୍‌ ପରୀକ୍ଷା କରାଯିବ। Senior economic Investigator ପାଇଁ ଆସନ୍ତା ଫେବ୍ରୁଆରୀ ୨୩ ତାରିଖରେ ମେନ୍‌ ପରୀକ୍ଷା କରାଯିବ । 

Vital statistics assistant under the directorate of heath intelligence & vital statistics ପାଇଁ ମଧ୍ୟ ଫେବ୍ରୁଆରୀ ଏବଂ ମାର୍ଚ୍ଚରେ ପ୍ରିଲିମିନାରୀ ପରୀକ୍ଷା କରାଯିବ ।

ସେହିପରି Pharmacist ପଦବୀ ପାଇଁ ଯେଉଁମାନେ ଆଶାୟୀ ରହିଛନ୍ତି ସେମାନଙ୍କ ସାର୍ଟିଫିକେଟ ଭେରିଫିକେସନ୍‌ କରାଯିବ ବୋଲି କୁହାଯାଇଛି। ଏଥିସହ ଅନ୍ୟାନ୍ୟ କିଛି ପଦବୀ ପାଇଁ ଫେବ୍ରୁଆରୀ ଓ ମାର୍ଚ୍ଚ ମାସରେ ସାର୍ଟିଫିକେଟ୍‌ ଭେରିଫିକସନ୍‌ କରାଯିବ ବୋଲି ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ୱେବ୍‌ସାଇଟ୍‌ ଭିଜିଟ୍‌ କରିପାରିବେ। 

Job OSSC Exam Calendar Odisha Staff Selection Odisha Govt Job