Advertisment

OSSC ଅଧୀନରେ ପୂରଣ ହେବ ୬୫୦ରୁ ଅଧିକ ପଦବୀ, ଚାଲିଛି ଆବେଦନ ପ୍ରକ୍ରିୟା

ଆବେଦନର ଶେଷ ତାରିଖ, କିପରି ଆବେଦନ କରିବେ ସେ ବାବଦରେ ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

Representative Image

Representative Image

Advertisment

ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC)। ଏହି ନିଯୁକ୍ତି ପ୍ରକ୍ରିୟାରେ ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍, ହୋମିଓପାଥିକ୍ ଆସିଷ୍ଟାଣ୍ଟ୍, ୟୁନାନି ଆସିଷ୍ଟାଣ୍ଟ୍ ଆଦି ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ, କିପରି ଆବେଦନ କରିବେ ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

Advertisment

ବିଜ୍ଞପ୍ତି ଅନୁସାରେ, ଉଭୟ ମହିଳା ଓ ପୁରୁଷ ଉପରସ୍ତ ପଦବୀ ପାଇଁ ଆବେଦନ କରିପାରିବେ। ଏଥିରେ ୬୫୦ରୁ ଅଧିକ ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବ୍‌ସାଇଟ୍‌ https://ossc.gov.in/ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୭ ମେ' ୨୦୨୪

ଖାଲି ପଦବୀ: ୬୭୩

  • ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍ – ୨୨୦
  • ହୋମିଓପାଥିକ୍ ଆସିଷ୍ଟାଣ୍ଟ୍ – ୨୧୬
  • ୟୁନାନି ଆସିଷ୍ଟାଣ୍ଟ୍ – ୭
  • ଜୁନିୟର୍ ଫିସରିଜ୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ – ୨୧୨
  • ଅମିନ –୧୬
  • କେୟାର୍‌ଟେକର – ୨
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ୍/ହୋମିଓପାଥିକ୍ ଆସିଷ୍ଟାଣ୍ଟ୍/ୟୁନାନି ଆସିଷ୍ଟାଣ୍ଟ୍ ପାଇଁ ପ୍ରାର୍ଥୀଙ୍କୁ +୨ ବିଜ୍ଞାନରେ ପାସ୍ କରିଥିବା ଆବଶ୍ୟକ।
  • ଜୁନିୟର୍ ଫିସରିଜ୍ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍ ପାଇଁ +୨ ଧନ୍ଦାମୂଳକ/ବିଜ୍ଞାନ।
  • ଅମିନ ପାଇଁ +୨ କଳା/ବିଜ୍ଞାନ/ବାଣିଜ୍ୟ
  • କେୟାର୍‌ଟେକର ପଦବୀ ପାଇଁ କେବଳ ଦଶମ ପାସ୍ କରିଥିଲେ ଆବେଦନ କରିପାରିବେ। 

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ
  • OBC ବର୍ଗ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯାଇଥିବା ବେଳେ ST/SC/Pwd/ESM ପାଇଁ ୫ ବର୍ଷ ଏବଂ PWD+SC/STଙ୍କ ପାଇଁ ୧୫ ବର୍ଷ କୋହଳ କରାଯାଇଛି। 

ଚୟନ ପ୍ରକ୍ରିୟା:

  • ପ୍ରାଥମିକ ପରୀକ୍ଷା
  • ମୁଖ୍ୟ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଆବଶ୍ୟକୀୟ ଡକ୍ୟୁମେଣ୍ଟ୍:

  • HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • +୨ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ଜାତି ପ୍ରମାଣପତ୍ର
  • ସିଗ୍ନେଚର୍
  • ଆଧାର କାର୍ଡ
  • ଭୋଟର କାର୍ଡ
  • ଫଟୋକପି
Odisha Govt Job Job Alert OSSC Recruitment Job Opportunity Job
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe