Advertisment

ଆଉ ୩ ଦିନ... OSSC ବାହାର କରିଥିବା ୪୦୩ ପଦବୀ ପାଇଁ ଆରମ୍ଭ ହେବ ଆବେଦନ

ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍(OSSC) CTSRE)-2023 ପାଇଁ ଖାଲି ପଡିଥିବା ପଦବୀ ବିଜ୍ଞାପନ ପ୍ରକାଶ କରିଛି।

Representative Image

Representative Image

Advertisment

ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଛି 403 ପଦବୀ। କମ୍ବାଇନ୍ଡ ଟେକ୍ନିକାଲ୍ ସର୍ଭିସେସ୍ ରିକ୍ରିୟୁଟମେଣ୍ଟ ଏଗଜାମିନେସନ୍ (CTSRE)-2023 ପାଇଁ ଖାଲି ପଡିଥିବା ପଦବୀ ବାବଦରେ ଘୋଷଣା କରିଛି ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍(OSSC)। ବିଭିନ୍ନ ବିଭାଗରେ ପଦବୀ ପୂରଣ ପାଇଁ ଚଳିତ ମାସ 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆବେଦନ ପ୍ରକ୍ରିୟା।

Advertisment

ଆଶାୟୀ ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜାନୁଆରୀ 19 ରହିଛି ଏବଂ ସମଗ୍ର ଆବେଦନ ପ୍ରକ୍ରିୟା ଜାନୁୟାରୀ 22ରେ ଶେଷ ହେବ। ସେହିପରି ଆବେଦନ ସଂଶୋଧନ ପାଇଁ ଡିସେମ୍ବର 20ରୁ ଜାନୁୟାରୀ 24 ପର୍ଯ୍ୟନ୍ତ ସୁଯୋଗ ରହିଛି। ପ୍ରିଲିମନାରୀ ପରୀକ୍ଷା ଫେବୃଆରୀରୁ ଏପ୍ରିଲ୍ 2024 ମଧ୍ୟରେ ଶେଷ ହେବ।

କେଉଁ ବିଭାଗରେ କେତେ ପଦବୀ ଖାଲି ରହିଛି

ଜୁନିଅର ମାଇନିଂ ଅଫିସର୍: 196 ଟି ପଦବୀ
ଜୁନିଅର MVI: 48 
ଜୁନିୟର ଇଞ୍ଜିନିୟର (ମେକାନିକାଲ୍): 3 
ଜୁନିୟର ଇଞ୍ଜିନିୟର (ସିଭିଲ୍): 24 
ଟ୍ରେସର୍: 10
ଲାବୋରେଟୋରୀ ଆସିଷ୍ଟାଣ୍ଟ: 15 
ଲାବୋରେଟୋରୀ ଆଟେଣ୍ଡାଣ୍ଟ: 13
ଜୁନିୟର ଇଞ୍ଜିନିୟର: 121 ଟି ପୋଷ୍ଟ

Advertisment

ଆବେଦନ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା
ଆବେଦନକାରୀମାନେ ଯେକୌଣସି ପ୍ରତିଷ୍ଠିତ ବୋର୍ଡ, ଇନଷ୍ଟିଚ୍ୟୁସନ୍ କିମ୍ବା ବିଶ୍ୱବିଦ୍ୟାଳୟରୁ ଦଶମ, ଦ୍ୱାଦଶ, ଗ୍ରାଜୁଏସନ କିମ୍ବା ଇଞ୍ଜିନିୟରିଂ ଶେଷ କରିଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ବୟସ ସୀମା 21 ବର୍ଷରୁ 38 ବର୍ଷ ମଧ୍ୟରେ ରହିବା ଉଚିତ୍। ପ୍ରିଲିମିନାରୀ, ମେନ୍ ଏବଂ ସାର୍ଟିଫିକେଟ ଭେରିଫିକେସନ୍ ଏହି ତିନି ପର୍ଯ୍ୟାୟରେ ନିଯୁକ୍ତି ପ୍ରକ୍ରିୟା ଶେଷ ହେବ। 

କିପରି କରିବେ ଆବେଦନ
ସରକାରୀ ୱେବ୍ ସାଇଟ୍ www.ossc.gov.in ଲଗ୍-ଇନ୍ କରନ୍ତୁ।
ହୋମ୍ ପେଜରେ ଆପ୍ଲାଏ ସେକ୍ସନ୍ ନେଭିଗେଟ୍ କରନ୍ତୁ।
ଆବେଦନ ଫର୍ମ ପୂରଣ କରନ୍ତୁ।
ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ।
ଆବେଦନ ଶୁଳ୍କ ଦିଅନ୍ତୁ।
ଫର୍ମ ସବମିଟ୍ କରିବା ସହ ନିଜ ପାଖରେ ଏକ କପି ରଖନ୍ତୁ।

ଅଧିକ ସୂଚନା ପାଇଁ OSSC ଅଫିସିଆଲ୍ ସାଇଟ୍ ଭିଜିଟ୍ କରନ୍ତୁ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe