ଆପଣ ଯୁକ୍ତ ୨ ପାସ୍ କରିଛନ୍ତି । ପ୍ରାଞ୍ଜଳ ଭାବେ ଓଡ଼ିଆ କହି ପାରୁଛନ୍ତି ଓ ଲେଖି ପାରୁଛନ୍ତି। ତା’ ହେଲେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ନିଯୁକ୍ତି ସୁଯୋଗ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ(OSSC) ଆଣିଛି ବମ୍ପର ନିଯୁକ୍ତି ଅଫର୍ । ବିଭିନ୍ନ ବିଭାଗରେ ବାହାରିଛି ୬୭୩ ପଦବୀ । ଏକାସଙ୍ଗେ ଇଚ୍ଛୁକ ପ୍ରାର୍ଥୀମାନେ www.ossc.gov. ୱେବସାଇଟ୍ରେ ଆବେଦନ କରି ପାରିବେ।
ଖାଲି ପଦବୀ: ୬୭୩
କେଆରଟେକର-୨ ପଦବୀ
ଆର୍ୟୂବେଦ ଆସିଷ୍ଟାଣ୍ଟ-୨୨୦ ପଦବୀ
ହୋମିଓପାଥି ଆସିଷ୍ଟାଣ୍ଟ- ୨୧୬ ପଦବୀ
Unani ଆସିଷ୍ଟାଣ୍ଟ- ୭ ପଦବୀ
ଜୁନିୟର ଫିସରିଜ୍ ଆସିଷ୍ଟାଣ୍ଟ-୨୧୨ ପଦବୀ
ଅମିନ - ୧୬ ପଦବୀ
ଶିକ୍ଷାଗତ ଯୋଗ୍ୟତା
ଆବେଦନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ୨ ପାସ୍ ହୋଇଥିବା ଆବଶ୍ୟକ । ଯେକୌଣସି ସ୍ୱିକୃତୀପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଆଶାୟୀମାନେ ଯୁକ୍ତ ୨ ପାସ୍ କରିଥିବା ଆବଶ୍ୟକ ।
ଆବେଦନ ତାରିଖ
ଆସନ୍ତା ୨୫ ତାରିଖରୁ ଏହି ସବୁ ପଦବୀ ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନର ଶେଷ ତାରିଖ ମେ’ ୨୪ ତାରିଖ ରହିଛି।
ବୟସ ସୀମା
ଚଳିତ ବର୍ଷ ଜାନୁୟାରୀ ୧ ତାରିଖ ସୁଦ୍ଧା ଆଶାୟୀ ପ୍ରାର୍ଥୀଙ୍କ ବୟସ ୩୮ ବର୍ଷରୁ ଅଧିକ ହୋଇ ନ ଥିବା ଉଚିତ ।
କିପରି କରିବେ ଆବେଦନ?
ପ୍ରଥମେ ossc.gov.inର ଅଫିସିଆଲ ସାଇଟ୍କୁ ଯାଆନ୍ତୁ ।
ଏହି ସାଇଟ୍ର ହୋମ ପେଜରେ ଥିବା recruitment linkରେ କ୍ଲିକ୍ କରନ୍ତୁ ।
ଏହାପରେ ଫର୍ମ ଡାଉନଲୋଡ କରି ତାହାକୁ ଫିଲଅପ୍ କରି ସବମିଟ୍ କରନ୍ତୁ ।
ଅଧିକ ବିବରଣୀ ossc.gov.inର ଅଫିସିଆଲ ସାଇଟ୍ରୁ ପାଇ ପାରିବେ।