Advertisment

OSSC ଆଣିଛି ନିଯୁକ୍ତି ସୁଯୋଗ; ଜାଣନ୍ତୁ, କିପରି କରିବେ ଆବେଦନ

ରାଜ୍ୟ ସରକାରଙ୍କ ଜୁନିଅର ଏନଫୋର୍ସମେଣ୍ଟ ଅଫିସର (JEO) ଓ ଜୁନିଅର ଆକାଉଣ୍ଟାଣ୍ଟ(JA) ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି।

author-image
Niharika Rout
OSSC

OSSC

ସରକାରୀ ଚାକିରି ପାଇଁ ଇଚ୍ଛା ଅଛି କି? ହାତରେ ଡିଗ୍ରୀ ବି ଅଛି। ତେବେ ଡେରି ନ କରି ଆଜି ହିଁ କରନ୍ତୁ ଆବେଦନ। କାରଣ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ(OSSC) ଆଣିଛି ନିଯୁକ୍ତି ସୁଯୋଗ ।

Advertisment

ରାଜ୍ୟ ସରକାରଙ୍କ ଜୁନିଅର ଏନଫୋର୍ସମେଣ୍ଟ ଅଫିସର (JEO) ଓ ଜୁନିଅର ଆକାଉଣ୍ଟାଣ୍ଟ(JA) ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ossc.gov.in. ୱେବସାଇଟରେ ଆବେଦନ କରି ପାରି ପାରିବେ ।

ମୋଟ ପଦବୀ - ୩୧

ଜୁନିଅର ଏନଫୋର୍ସମେଣ୍ଟ ଅଫିସର-୩୦ଟି ପଦବୀ

ଜୁନିଅର ଆକାଉଣ୍ଟାଣ୍ଟ- ଗୋଟିଏ ପଦବୀ

ଶିକ୍ଷାଗତ ଯୋଗ୍ୟତା

ଜୁନିଅର ଏନଫୋର୍ସମେଣ୍ଟ ଅଫିସର

ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ଷ୍ଟ୍ରିମ୍‌ରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଜରୁରୀ। ଏହାବାଦ ବ୍ୟାଚଲର ଡିଗ୍ରୀଧାରୀ ଅବସରପ୍ରାପ୍ତ ମିଲିଟାରୀ ଅଫିସର ବି ଏହି ପଦ ନିମନ୍ତେ ଆବେଦନ କରି ପାରିବେ। ଏଥିନିମନ୍ତେ ତାଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ ।

Advertisment

ଜୁନିଅର ଆକାଉଣ୍ଟାଣ୍ଟ

ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ କଳା କିମ୍ବା ବିଜ୍ଞାନ କିମ୍ବା ବାଣିଜ୍ୟରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଜରୁରୀ।

ବୟସ ସୀମା

ଆବେଦନକାରୀଙ୍କ ସର୍ବାଧିକ ବୟସ ୩୮ ବର୍ଷରୁ ଊର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ ।

ଆବେଦନ ତାରିଖ

ଏହି ପଦ ନିମନ୍ତେ ଏବେ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ରେଜିଷ୍ଟ୍ରେଶନର ଶେଷ ତାରିଖ ଫେବ୍ରୁୟାରୀ ୧୫କୁ ଧାର୍ଯ୍ୟ କରାଯାଇଛି। ଏହାପରେ ଆବେଦନକାରୀ ଫେବ୍ରୁୟାରୀ ୧୮ ପର୍ଯ୍ୟନ୍ତ ଆବେଦନ କରି ପାରିବେ ବୋଲି ଜଣାଯାଇଛି।

କିପରି କରିବେ ଆବେଦନ

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ www.ossc.gov.in ସାଇଟ୍‌କୁ ଭିଜିଟ କରନ୍ତୁ ।

 "Apply" ବଟମ୍‌ ଉପରେ କ୍ଲିକ କରନ୍ତୁ ।

 ନିଜ ନାମ ରେଜିଷ୍ଟ୍ରି କରିବା ସହ ଆବେଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ।

ଏବେ ସେଥିରେ ନିଜର ସମସ୍ତ ସାର୍ଟିଫିକେଟ ଅପଲୋଡ କରନ୍ତୁ।

ସମସ୍ତ ଡାଟା ସବମିଟ୍‌ କରି ସାରିବା ପରେ , ଆବେଦନ ଫର୍ମକୁ ସବ୍‌ମିଟ୍‌ କରନ୍ତୁ ।

ସବ୍‌ମିଟ୍‌ ହେବା ପରେ ଆପଣ ତାହାର ଏକ ହାର୍ଡ କପି ବାହାର କରି ନିଜ ପାଖରେ ରଖନ୍ତୁ।

Job Vacancy Odisha Jobs