Advertisment

ସରକାରୀ ଚାକିରି ଖୋଜୁଛନ୍ତି? OSSCରେ ଚାଲିଛି ଆବେଦନ

+୨ ପାସ୍ କରିଥିଲେ କରିପାରିବେ ଆବେଦନ।

Recruitment

Recruitment

Advertisment

ଓଡ଼ିଶାରେ ସରକାରୀ ଚାକିରି ଅପେକ୍ଷାରେ ଥିଲେ ଖୁସି ଖବର। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିଯୁକ୍ତି ପାଇଁ ଚାଲିଛି ଆବେଦନ ପ୍ରକ୍ରିୟା। ଏହି ନିଯୁକ୍ତି ମାଧ୍ୟମରେ ଗ୍ରୁପ୍ C ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSCର ଅଫିସିଆଲ୍ ୱେବ୍‌ସାଇଟ୍‌ ossc.gov.in. ମାଧ୍ୟମରେ ଆବେଦନ କରିପାରିବେ। ୨୭ ନମ୍ବେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇ ଥିବାବେଳେ ୨୬ ଡିସେମ୍ବର ଶେଷ ତାରିଖ ରହିଛି।

ଖାଲି ପଦବୀ: ୩୨୪ 
ଜେନେରାଲ୍– ୧୮୮
SEBC – ୨
SC – ୬୦
ST – ୭୪

ଯୋଗ୍ୟତା:-
ଆବେଦନ ପାଇଁ ପ୍ରାର୍ଥୀଙ୍କୁ କୃଷି ସମ୍ବନ୍ଧୀୟ ବିଷୟ, ଯେପରିକି ଫସଲ ଉତ୍ପାଦନ ବା କ୍ରପ୍ ପ୍ରଡକ୍ସନ (CP), ଉଦ୍ୟାନ କୃଷି, ମରାମତି ଏବଂ ରକ୍ଷଣାବେକ୍ଷଣରେ ଶକ୍ତି ଚାଳିତ ଫାର୍ମ ମେସିନାରୀ (PDFM))ରେ ବିଜ୍ଞାନ କିମ୍ବା ଭୋକେସନାଲ୍ ପାଠ୍ୟକ୍ରମରେ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ। 

Advertisment

ବୟସ ସୀମା:-
ସର୍ବନିମ୍ନ ବୟସ –୨୧ ବର୍ଷ
ସର୍ବାଧିକ ବୟସ – ୩୮ ବର୍ଷ
ଜାନୁଆରୀ ୧, ୨୦୨୪ ଅନୁସାରେ ବୟସ ଗଣନା ହେବ। 

ଚୟନ ପ୍ରକ୍ରିୟା:-
ପ୍ରାଥମିକ ଲିଖିତ ପରୀକ୍ଷା
ମୁଖ୍ୟ ଲିଖିତ ପରୀକ୍ଷା
ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:-
ଅଫିସିଆଲ୍ ୱେବସାଇଟ୍ ossc.gov.in.ଭିଜିଟ୍ କରନ୍ତୁ।
ହୋମ୍‌ପେଜ୍‌ରେ, “Recruitment” ଉପରେ କ୍ଲିକ୍ କରନ୍ତୁ।
ଏହାପରେ “Combined Higher Secondary(CHS) Level Recruitment 2024” ଉପରେ କ୍ଲିକ୍ କରନ୍ତୁ
ନୂଆ ପ୍ରାର୍ଥୀ ହୋଇଥିଲେ ପ୍ରଥମେ ପଞ୍ଜିକରଣ କରି ଆବେଦନ ଫର୍ମ ପୂରଣ କରନ୍ତୁ।
ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
ଆବେଦନ ଶୁଳ୍କ ଦେବା ପରେ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ

Job Govt Job OSSC Recruitment Odisha Govt Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe