Advertisment

ଟ୍ରାଫିକ କନଷ୍ଟେବଲ ନିଯୁକ୍ତି ପାଇଁ OSSC ‍ବାହାର କରିଛି ବିଜ୍ଞପ୍ତି, ଜାଣନ୍ତୁ କେବେଠାରୁ ହେବ ଅନ୍‌ଲାଇନ୍ ଆବେଦନ

ପ୍ରାର୍ଥୀ ଅତିକମ୍‌ରେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ।

Traffic

Traffic

Advertisment

ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗର ରାଜ୍ୟ ପରିବହନ ପ୍ରାଧିକରଣ ଅଧୀନରେ ୨୬ ଜଣ ଟ୍ରାଫିକ କନଷ୍ଟେବଲଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ କରିଛି ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ କମିଶନ (OSSC)। ଏହି ପଦବୀ ଗ୍ରୁପ୍‌ ସି’ରେ ଓ ଏହାର ପେ’ ସ୍କେଲ୍ ଲେବଲ-୪ରେ ଯାଉଛି।

Advertisment

ଅନ୍‌ଲାଇନ୍ ଆବେଦନ

ଏଥିପାଇଁ ମାର୍ଚ୍ଚ ୨୮ ତାରିଖରୁ ଅନ୍‌ଲାଇନ୍ ଆବେଦନ ଆରମ୍ଭ ହେବ। ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ www.ossc.gov.in କୁ ଯାଇ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ଅନ୍‌ଲାଇନ୍ ବ୍ୟତୀତ ଅନ୍ୟ କୌଣସି ପ୍ରକାରେ ଆବେଦନ ଗ୍ରହଣ କରାଯିବ ନାହିଁ।

କାହା ପାଇଁ କେତେ ସଂରକ୍ଷିତ

୨୬ଟି ପଦବୀ ମଧ୍ୟରୁ ୨୦ ଅସଂରକ୍ଷିତ ବର୍ଗଙ୍କ ପାଇଁ ରହିଛି। ଏହି ୨୦ଟି ପଦ ଭିତରୁ ୭ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଏସ୍‌ଇବିସି ବର୍ଗଙ୍କ ପାଇଁ ଗୋଟିଏ ପଦ ସଂରକ୍ଷିତ ଥିବା ବେଳେ ଏସ୍‌ସି ବର୍ଗ ପାଇଁ ଗୋଟିଏ ଓ ଏସ୍‌ଟି ବର୍ଗ ପାଇଁ ୪ଟି ପଦ ସଂରକ୍ଷିତ ରହିଛି। ମୋଟି ୨୬ ପଦବୀ ମଧ୍ୟରେ ଗୋଟିଏ ଏକ୍ସ-ସର୍ଭିସ ମ୍ୟାନ୍ ଓ ଗୋଟିଏ ସ୍ପୋର୍ଟସ ପର୍ସନଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଟ୍ରାନ୍ସଜେଣ୍ଡରମାନେ ଆବେଦନ କରିପାରିବେ। କିନ୍ତୁ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ ନାହିଁ।

Advertisment

ବୟସ ସୀମା

୧.୧ ୨୦୨୪ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି ୧.୧.୨୦୨୪ ସୁଦ୍ଧା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୮ ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ। ତେବେ ଏସ୍‌ଇବିସି, ଏସ୍‌ସି, ଏସ୍‌ଟି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷ କୋହଳ କରାଯାଇଛି।

ଚୟନ ପ୍ରକ୍ରିୟା

ଏହି ନିଯୁକ୍ତି ପାଇଁ ପ୍ରଥମେ ପ୍ରିଲିମିନାରୀ ପରୀକ୍ଷା କରାଯିବ। ଏହା ଏମ୍‌ସିକ୍ୟୁ ଆଧାରିତ ହେବ। ତା’ପରେ ଲିଖିତ ପରୀକ୍ଷା କରାଯିବ। ଏହା ପରେ ଶାରିରୀକ ପରୀକ୍ଷା ରହିଛି। ଶାରିରୀକ ପରୀକ୍ଷାରେ ସବୁ ବର୍ଗର ପୁରୁଷ ପ୍ରାର୍ଥୀଙ୍କୁ ୮ ମିନିଟ୍‌ରେ ୧.୬ କିମି ଦୌଡ଼ିବାକୁ ହେବ। ତା’ହେଲେ ସେମାନେ ଯୋଗ୍ୟତା ଅର୍ଜନ କରିବେ। ମହିଳାମାନେ ୧.୬କିମିକୁ ୧୦ ମିନିଟ୍‌ରେ ଅତିକ୍ରମ କରିବାର ଆବଶ୍ୟକତା ରହିଛି। ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ପ୍ରିଲିମିନାରୀ ପରୀକ୍ଷା ହୋଇପାରେ।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଅତିକମ୍‌ରେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟ/ଅନୁଷ୍ଠାନରୁ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ। ସେହିପରି ପ୍ରାର୍ଥୀ ଓଡ଼ିଆରେ ଭଲ ଭାବେ ପଢ଼ିପାରୁଥିବା ସହିତ କହି ଓ ଲେଖି ପାରୁଥିବା ଆବଶ୍ୟକ।

ଏହି ନିଯୁକ୍ତି ସଂପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ  www.ossc.gov.in କୁ ଯାଇ What's Newରେ ୧୪ ତାରିଖରେ ସର୍ଚ୍ଚ କରନ୍ତୁ। 

Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe