Advertisment

OSSCର ୟୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ

OSSCର ୟୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ଲାଗି ରାଜ୍ୟରେ ୧୩୮ଟି ସେଣ୍ଟର କରାଯାଇଥିବା ବେଳେ ସେଥିରୁ ଗୋଟିଏ ଥିଲା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ।

Protest

Protest

Advertisment

ଜେଇ (ସିଭିଲ) ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ନେଇ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଅକଳରେ ପଡ଼ିଥିବା ବେଳେ ଏହା ଦ୍ୱାରା ପରିଚାଳିତ ଆଉ ଏକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଆଜି OSSCର ୟୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଏହାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି।

Advertisment

OSSCର ୟୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ଲାଗି ରାଜ୍ୟରେ ୧୩୮ଟି ସେଣ୍ଟର କରାଯାଇଥିବା ବେଳେ ସେଥିରୁ ଗୋଟିଏ ଥିଲା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ। ଏଠାରେ ମୋଟ ୭୦୦ ଆଶାୟୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣିବା ସହିତ ପରୀକ୍ଷା ଦେଇ ନଥିଲେ। ସେମାନେ ପରୀକ୍ଷା ହଲ୍‌ରୁ ବାହାରି ଆସି କଲେଜର ପ୍ରବେଶ ଦ୍ୱାର ନିକଟରେ ପ୍ରତିବାଦ କରିଥିଲେ।

ଏହି ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ୧୦ ମିନିଟ୍ ବିଳମ୍ବରେ ପ୍ରଶ୍ନପତ୍ର ଦିଆଯାଇଥିଲା। ଉତ୍ତର ଲେଖିବା ପାଇଁ ଆଉ ୧୦ ମିନିଟ ଅଧିକ ସମୟ ଦିଆଯିବ ବୋଲି କୁହାଯାଇଥିଲା। ଏଥିରେ ସେମାନଙ୍କର କିଛି ସମସ୍ୟା ନଥିଲା। କିନ୍ତୁ ସେମାନଙ୍କୁ ଯେଉଁ ପ୍ରଶ୍ନପତ୍ର ଦିଆଯାଇଥିଲା, ସେଗୁଡ଼ିକରେ ସିଲ୍ ନଥିଲା। ପ୍ରଶ୍ନପତ୍ରଗୁଡ଼ିକର ସିଲ୍ ସେମାନଙ୍କ ସାମ୍ନାରେ ଖୋଲାଯିବା କଥା। ଏନେଇ ସେମାନେ ଉପସ୍ଥିତ ପରୀକ୍ଷକମାନଙ୍କୁ ପ୍ରଶ୍ନ କରିଥିଲେ। ତେବେ ସନ୍ତୋଷଜନକ ଉତ୍ତର ନପାଇବାରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆଣି ସେମାନେ ପରୀକ୍ଷା ହଲ୍‌ରୁ ବାହାରି ଆସି କଲେଜର ପ୍ରବେଶ ଦ୍ୱାର ନିକଟରେ ପ୍ରତିବାଦ କରିଥିଲେ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମୋଟ ୧୭ଟି ରୁମ୍‌ରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା। ସେଥିରୁ ୩ଟି ରୁମ୍‌ରେ ପଡ଼ିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦ରୁ ୨୨ ଜଣ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆଣି ପରୀକ୍ଷା ଦେଇ ନଥିବା ବେଳେ ଅନ୍ୟ ସମସ୍ତ ପରୀକ୍ଷା ଦେଇଥିଲେ।

ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଭଦ୍ରକ ଉପ-ଜିଲ୍ଲାପାଳ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରଶ୍ନପତ୍ର ଲିକ୍ ହୋଇଛି ବୋଲି ଯାହା କୁହାଯାଉଛି, ତାହା ଭୁଲ୍। ପ୍ରଶ୍ନପତ୍ର ବଣ୍ଟନ ପାଇଁ ଯେଉଁ ଏସ୍‌ଓପି ରହିଛି, ତାହାକୁ ପାଳନ କରାଯାଇଛି। ଏହାର ଭିଡିଓଗ୍ରାଫି ମଧ୍ୟ ହୋଇଛି। ୭୦୦ ପିଲାଙ୍କ ମଧ୍ୟରୁ ମାତ୍ର ୨୦/୨୨ ପିଲା ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ତଦନ୍ତ କରିଥିଲୁ। ତଦନ୍ତରୁ ପ୍ରଶ୍ନପତ୍ର ଲିକ୍ ନେଇ କୌଣସି ପ୍ରମାଣ ମିଳିନାହିଁ। ପ୍ରଶ୍ନପତ୍ର ଦିଆଯିବାରେ ବିଳମ୍ବ ହୋଇଥିଲା। ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଅଧିକ ସମୟ ମଧ୍ୟ ଦିଆଯାଇଥିଲା।

Ossc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe