Advertisment

ଓଡ଼ିଶାରେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବମ୍ପର ଧମାକା, ଜାଣନ୍ତୁ, କେଉଁ ବିଭାଗରେ କେତେ ଖାଲି ଅଛି

ରାଜ୍ୟରେ ୨୭୫୩ ମହିଳା ସ୍ୱାସ୍ଥ୍ୟ କର୍ମୀ ପଦବୀ ଖାଲି ଥିବା ବେଳେ ଏଥିନିମନ୍ତେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଆବେଦନ ଆହ୍ୱାନ କରିଛି। ୪୯୪୨ ଜୁନିୟର ଆସିଷ୍ଟାଣ୍ଟ ପଦବୀ ଖାଲିଥିବା ବେଳେ ୨୨୯୭ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ଖାଲି ରହିଛି।

author-image
Niharika Rout
ଅଦ୍ୟତନ ହୋଇଛି
undefined

Govt Jobs

ଓଡ଼ିଶା ସରକାର ଚାକିରି ଆଶାୟୀଙ୍କ ପାଇଁ ଆଣିଛନ୍ତି ଜବରଦସ୍ତ ଅଫର। ଆପଣ ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିଲେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଓଡ଼ିଶାର ବିଭିନ୍ନ ବିଭାଗରେ ବହୁ ପଦ ଖାଲି ପଡ଼ିଥିବା ବେଳେ ଏଥିନିମନ୍ତେ ଖୁବ୍‌ ଶୀଘ୍ର ବାହାରିବାକୁ ଯାଉଛି ବିଜ୍ଞାପନ । ଏଥିସହ ବହୁ ବିଭାଗରେ ଆବେଦନ ତାରିଖ ପ୍ରକାଶ ପାଇ ସାରିଥିବା ବେଳେ ଜଲଦି ଆବେଦନ କରିବାକୁ ଆହ୍ୱାନ କରାଯାଇଛି।

Advertisment

ରାଜ୍ୟରେ ୨୭୫୩ ମହିଳା ସ୍ୱାସ୍ଥ୍ୟ କର୍ମୀ ପଦବୀ ଖାଲି ଥିବା ବେଳେ ଏଥିନିମନ୍ତେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଆବେଦନ ଆହ୍ୱାନ କରିଛି। ୪୯୪୨ ଜୁନିୟର ଆସିଷ୍ଟାଣ୍ଟ ପଦବୀ ଖାଲିଥିବା ବେଳେ ୨୨୯୭ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ଖାଲି ରହିଛି। ଏଥିପାଇଁ ବି ତୁରନ୍ତ ଆବେଦନ କରିବାକୁ ଆହ୍ୱାନ ଦିଆଯାଇଛି। ଏଥିନିମନ୍ତେ ଆସନ୍ତା ଜୁଲାଇରେ ଲିଖିତ ପରୀକ୍ଷା ହେବ ବୋଲି ସ୍ଥିର ହୋଇଥିବା ବେଳେ ନିର୍ଦ୍ଦିଷ୍ଟ ତାରିଖ ପ୍ରକାଶ ପାଇନି। ଏହାବାଦ ରାଜ୍ୟରେ ୧୧,୦୪୧ ଆରଆଇ ଓ ଆସିଷ୍ଟାଣ୍ଟ ଆରଆଇ ପୋଷ୍ଟ ଫାଙ୍କା ରହିଛି।

ରାଜ୍ୟରେ ବିଭିନ୍ନ ବିଭାଗରେ ବହୁ ସରକାର ପଦବୀ ଖାଲି ପଡ଼ିଛି। ଜାଣି ରଖନ୍ତୁ, କେଉଁ ବିଭାଗରେ କେତେ ସିଟ୍‌ ଖାଲି ପଡ଼ିଛି ଓ କେବେ ସୁଦ୍ଧା ଆବେଦନ କରିହେବ ।

Advertisment

- ରାଜ୍ୟରେ ୨୭୫୩ ମହିଳା ସ୍ୱାସ୍ଥ୍ୟ କର୍ମୀ ପୋଷ୍ଟ ଫାଙ୍କା ପଡ଼ିଛି। ଏଥିନିମନ୍ତେ ଆବେଦନ କରିବାର ଶେଷ ତାରିଖ ହେଉଛି ଆସନ୍ତା ୩୦ ତାରିଖ ।

-ରାଜ୍ୟରେ ସମୁଦାୟ ୧୦୦୨ ଫାର୍ମାସିଷ୍ଟ ପୋଷ୍ଟ ଫାଙ୍କା ଥିବା ବେଳେ ଏଥିନିମନ୍ତେ ଚଳିତ ମାସରେ ନୋଟିଫିକେସନ ବାହାରିବାର ଆଶା କରାଯାଉଛି।

- ୧୪୫୧ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପୋଷ୍ଟ ଫାଙ୍କା ଥିବା ବେଳେ ଏଥିନିମନ୍ତେ ମଧ୍ୟ ଚଳିତ ମାସ ବିଜ୍ଞପ୍ତି ପ୍ରକାଶ ପାଇବ ।

- ରାଜ୍ୟରେ ସମୁଦାୟ ୯୨୧ ଲାବରୋଟୋରୀ ଟେକନିସିଆନ ପୋଷ୍ଟ ଫାଙ୍କା ଥିବା ବେଳେ ଏଥିନିମନ୍ତେ ଜୁନ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାଯାଇଛି।

-ଆସନ୍ତା ମାସରେ ରାଜ୍ୟରେ ୩୭୮ ରେଡିଓଗ୍ରାଫି ପୋଷ୍ଟ ପାଇଁ ବିଜ୍ଞପ୍ତି ବାହାରିବ ବୋଲି ଜଣାଯାଇଛି।

-ଆସନ୍ତା ଅଗଷ୍ଟରେ ରାଜ୍ୟରେ ୭୧୯ ପ୍ରାଣୀଧନ ନିରୀକ୍ଷକ ପଦ ପାଇଁ ବାହାରିବ ବିଜ୍ଞପ୍ତି।

-ଜୁଲାଇରେ ୨୫୮ ICDS ସୁପରଭାଇଜର ପଦ ପାଇଁ ବିଜ୍ଞପ୍ତି ବାହାରିବ ।

-ଆସନ୍ତା ମାସ ରାଜ୍ୟରେ ଖାଲି ପଡ଼ିଥିବା ୫୬୨ ରେଭିନ୍ୟୁ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ପଦ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। ରାଜ୍ୟରେ ଏବେ ୫୬୨ ରେଭିନ୍ୟୁ ଇନ୍ସପେକ୍ଟର ପୋଷ୍ଟ ଖାଲିଥିବା ବେଳେ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ପଦବୀ ସଂଖ୍ୟା ୮୩୯ ରହିଛି।

- ରାଜ୍ୟରେ ସମୁଦାୟ ୬୮୬ ଅମିନ ପଦ ଖାଲିଥିବା ବେଳେ ଏଥିପାଇଁ ମଧ୍ୟ ଆସନ୍ତା ମାସ ବାହାରିବ ବିଜ୍ଞପ୍ତି।

-ରାଜ୍ୟରେ ମୋଟ ୨୫୮ ପରିସଂଖ୍ୟାନ କ୍ଷେତ୍ର ପରିଦର୍ଶକ ପୋଷ୍ଟ ଫାଙ୍କା ଥିବା ବେଳେ ଏଥିନିମନ୍ତେ ଆସନ୍ତା ମାସ ବାହାରିପାରେ ନୋଟିଫିକେସନ ।

-ରାଜ୍ୟରେ ଖାଲି ପଡ଼ିଥିବା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦ ପାଇଁ ଅଗଷ୍ଟରେ ବାହାରିବ ବିଜ୍ଞପ୍ତି। ରାଜ୍ୟରେ ଏବେ ୩୧୬ ଫରେଷ୍ଟର ପଦ ଖାଲିଥିବା ବେଳେ ୮୦୨ ଫରେଷ୍ଟ ଗାର୍ଡ ପଦ ଖାଲି ରହିଛି।

- ରାଜ୍ୟରେ ଏବେ ୯୪ଟି HEW ପଦ ଖାଲିଥିବା ବେଳେ ଏଥିନିମନ୍ତେ ଖୁବ୍‌ ଶୀଘ୍ୟ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଅନୁମାନ କରାଯାଉଛି।

Odisha Job Vacancy