Advertisment

ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ସ୍କିମ୍: କିପରି କରିବେ ରେଜିଷ୍ଟର ଓ ଆବେଦନ, ଜାଣନ୍ତୁ

ଦେଶର ଯୁବପିଢିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ସ୍କିମ।

author-image
Debibandita Barick
PM Modi

PM Modi

ଚଳିତ ବର୍ଷରୁ ଆରମ୍ଭ ହୋଇଛି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ସ୍କିମ୍ ବା ଯୋଜନା। ଦେଶର ଯୁବପିଢିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାର ଏହା ଏକ ଅଭିନବ ପ୍ରୟାସ। ଅକ୍ଟୋବର 3, 2024ରେ କେନ୍ଦ୍ର ସରକାର ଏହି ସ୍କିମ ଆରମ୍ଭ କରିଛନ୍ତି।  

Advertisment

ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ 1 କୋଟି ପିଲାଙ୍କୁ ଇଣ୍ଟର୍ନସିପ ପ୍ରଦାନ କରିବା ଲକ୍ଷ୍ୟରେ ଏହି ସ୍କିମ୍ ଆରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ ଯୁବପିଢିଙ୍କୁ ଦେଶର ଶ୍ରେଷ୍ଠ 500 କମ୍ପାନୀରେ ଇଣ୍ଟର୍ନସିପ କରିବାର ସୁଯୋଗ ମିଳିବ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କୁ ନିଯୁକ୍ତିରେ ସହାୟକ କରିବ। 

ମନୋନୀତ ପ୍ରାର୍ଥୀମାନେ ମାସିକ 5000 ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ଏବଂ 6000 ଟଙ୍କା ଏକକାଳୀନ ଆର୍ଥିକ ସହାୟତା ମିଳିବ। ଇଣ୍ଟର୍ନସିପ୍ ପାଇଁ ଆବେଦନ କରିବାକୁ ଆଗ୍ରହୀ ପ୍ରାର୍ଥୀ ଅନଲାଇନ ପୋର୍ଟାଲ୍ www.pminternship.mca.gov.inରେ ପଞ୍ଜିକୃତ ହେବା ନିହାତି ଆବଶ୍ୟକ। ଏହି ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ହିଁ ଇଣ୍ଟର୍ସିପର ସୁଯୋଗ ମିଳିବ। ତେବେ କିପରି ଆବେଦନ କରିବେ, ଜାଣନ୍ତୁ...

Advertisment

PM ଇଣ୍ଟର୍ନସିପ୍ ସ୍କିମ୍ ପାଇଁ କିପରି ପଞ୍ଜୀକରଣ ବା ରେଜିଷ୍ଟର କରିବେ

  • pminternship.mca.gov.in ପୋର୍ଟାଲ୍ ଭିଜିଟ୍ କରନ୍ତୁ।
  • ରେଜିଷ୍ଟର୍ ନାଓ ଟ୍ୟାବ୍ ଉପରେ କ୍ଲିକ୍ କରିବା ପରେ ରେଜିଷ୍ଟର ରେଜିଷ୍ଟର ୟୁଥ୍ ପପ୍-ଅପରେ ମୋବାଇଲ୍ ନମ୍ବର ଦିଅନ୍ତୁ।
  • ଏହାପରେ ଏକ OTP।
  • OTP ଦେଇ ପାସୱାର୍ଡ କ୍ରିଏଟ୍ କରନ୍ତୁ।
  • ପ୍ରଥମ ଲଗଇନ୍ ପରେ ପାସୱାର୍ଡ ଅପଡେଟ୍ କରନ୍ତୁ।
  • ଆବଶ୍ୟକ ତଥ୍ୟ ପୂରଣ କରି ୟୁଜର୍ ପ୍ରୋଫାଇଲ୍ କ୍ରିଏଟ୍ କରନ୍ତୁ।
  • KYC ବିବରଣୀ ଦେଇ ପ୍ରୋଫାଇଲ୍ ଭେରିଫାଏ କରନ୍ତୁ।
  • ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ଇଣ୍ଟର୍ନସିପ୍ ପେମେଣ୍ଟ ପାଇବା ପାଇଁ ବ୍ୟାଙ୍କ୍ ଡକ୍ୟୁମେଣ୍ଟ ଦିଅନ୍ତୁ। 

PM ଇଣ୍ଟର୍ନସିପ୍ ସ୍କିମ୍ ପାଇଁ କିପରି ଆବେଦନ କରିବେ

  • ଅଫିସିଆଲ୍ ପୋର୍ଟାଲ୍ www.pminternship.mca.gov.in ଭିଜିଟ୍ କରନ୍ତୁ।
  • ବ୍ୟକ୍ତିଗତ ଏବଂ ଶିକ୍ଷାଗତ ତଥ୍ୟ ଦେଇ ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ।
  • ପଞ୍ଜୀକରଣ ସମୟରେ ଦେଇଥିବା ତଥ୍ୟ ଆଧାରରେ ପୋର୍ଟାଲରେ ସୂଚନା ସ୍ୱୟଂଚାଳିତ ଭାବରେ ଆପଣଙ୍କର ରିଜ୍ୟୁମ୍ କ୍ରିଏଟ୍ କରିବ।
  • ଏହାପରେ ପୋର୍ଟାଲର ବ୍ରାଉଜିଂ ଫିଚର୍ ବ୍ୟବହାର କରି କେଉଁ ସେକ୍ଟରରେ, ଲୋକେସନ (ସ୍ଥାନ) ଏବଂ କେଉଁ ପଦବୀରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସର୍ଚ୍ଚ କରନ୍ତୁ। 
  • ଯୋଗ୍ୟତା ଏବଂ ପସନ୍ଦ ଅନୁଯାୟୀ ଅତି କମରେ ପାଞ୍ଚଟି ଇଣ୍ଟର୍ନସିପ୍ ସୁଯୋଗ ପାଇଁ ଆବେଦନ କରିପାରିବେ। 
  • ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଏବଂ ସହଭାଗୀ କମ୍ପାନୀ ଦ୍ୱାରା ସ୍ଥିର କରାଯାଇଥିବା ଆବଶ୍ୟକତାକୁ ଆଧାର କରି ସର୍ଟଲିଷ୍ଟ କରାଯିବ।
  • ମନୋନୀତ କମ୍ପାନୀଗୁଡିକ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ସମୀକ୍ଷା କରିବେ ଏବଂ ସେମାନଙ୍କର ଚୟନ ମାନଦଣ୍ଡ ଉପରେ ଆଧାର କରି ଅଫର ଦେବେ। 
  • ଇଣ୍ଟର୍ନସିପ୍ ଅଫର୍ ପାଇବା ପରେ ପୋର୍ଟାଲ୍ ମାଧ୍ୟମରେ ଆସେପ୍ଟ ବା ଗ୍ରହଣ କରି ଆବେଦନ ପ୍ରକ୍ରିୟାକୁ ଶେଷ କରନ୍ତୁ। 
Job Opportunity Job PM Internship Scheme