Advertisment

PNBରେ ଅଫିସର୍ ଚାକିରି; ୧୦୨୫ ପଦବୀରେ ଚାଲିଛି ଆବେଦନ

ଅନଲାଇନ୍ ଜରିଆରେ ଚାଲିଛି ଆବେଦନ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB)ରେ ଚାଲିଛି ଆବେଦନ ପ୍ରକ୍ରିୟା। ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରାଯାଉଛି। ଏହି ନିଯୁକ୍ତି ମାଧ୍ୟମରେ ବିଭିନ୍ନ ଅଫିସର୍ ପଦବୀ ପୂରଣ ହେବ। ମୋଟ୍ ୧୦୨୫ ଅଫିସର୍ ପଦବୀ ପୂରଣ ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ https://www.pnbindia.in/ ରେ ଅନ୍‌ଲାଇନ ଜରିଆରରେ ଆବେଦନ କରିପାରିବେ। ଫେବୃଆରୀ ୭ରୁ ଅନ୍‌ଲାଇନରେ ଆବେଦନ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ଫେବୃଆରୀ ୨୫କୁ ଧାର୍ଯ୍ୟ କରାଯାଇଛି। ଏହାପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ।

ମୋଟ ପଦବୀ: ୧୦୨୫ 
ଅଫିସର-କ୍ରେଡିଟ୍ – ୧୦୦୦ 
ମ୍ୟାନେଜର୍-ଫରେକ୍ସ – ୧୫ 
ମ୍ୟାନେଜର୍-ସାଇବର୍‌ ସିକ୍ୟୁରିଟି – ୫ 
ସିନିୟର୍ ମ୍ୟାନେଜର୍-ସାଇବର୍‌ ସିକ୍ୟୁରିଟି – ୫ 

Advertisment

ଶିକ୍ଷାଗତ ଯୋଗ୍ୟତା:
ଯେକୌଣସି ଶିକୃତିପ୍ରାପ୍ତ ଅନୁଷ୍ଠାନ/ବିଶ୍ୱବିଦ୍ୟାଳୟରୁ ସ୍ନାତକ ବା ସ୍ନାତକୋତ୍ତରେ ଉତ୍ତିର୍ଣ୍ଣ ହୋଇଥିବା ଆବଶ୍ୟକ।

ବୟସ ସୀମା:
ଅଫିସର-କ୍ରେଡିଟ୍ – ସର୍ବନିମ୍ନ ବୟସ ୨୧ ବର୍ଷ, ସର୍ବାଧିକ ୨୮ ବର୍ଷ
ମ୍ୟାନେଜର୍-ଫରେକ୍ସ – ସର୍ବନିମ୍ନ ବୟସ ୨୫ବର୍ଷ, ସର୍ବାଧିକ ୩୫ ବର୍ଷ 
ମ୍ୟାନେଜର-ସାଇବର ସିକ୍ୟୁରିଟି – ସର୍ବନିମ୍ନ ବୟସ ୨୫ ବର୍ଷ, ସର୍ବାଧିକ ୩୫ ବର୍ଷ 
ସିନିୟର ମ୍ୟାନେଜର-ସାଇବର ସିକ୍ୟୁରିଟି – ସର୍ବନିମ୍ନ ବୟସ ୨୫ ବର୍ଷ, ସର୍ବାଧିକ ୩୫ ବର୍ଷ

ଆବେଦନ ଶୁଳ୍କ:
SC/ST/PwBD – ୫୯ ଟଙ୍କା
ଅନ୍ୟାନ୍ୟ ବର୍ଗ – ୧୧୮୦ ଟଙ୍କା

ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା(ଅନଲାଇନ୍ ମୋଡ୍)
ସାକ୍ଷାତକାର

Bank Job Punjab National Bank PNB Recruitment Job Alert JOB News Job Opportunity