/odisha-reporter/media/post_attachments/uploadimage/library/16_9/16_9_0/Exam_1732274532.jpg)
Exam
ଅକ୍ଟୋବର ୪ ଓ ୫ ତାରିଖରେ ହେବ ପୁଲିସ ଏସ୍ଆଇ ପରୀକ୍ଷା। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି ଓଡ଼ିଶା ପୁଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ବା ଓପିଆରବି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।
Advertisment
ଓପିଆରବିର ବିଜ୍ଞପ୍ତି ଅନୁସାରେ, ଓଏମ୍ଆର୍ ଜରିଆରେ ଲିଖିତ ପରୀକ୍ଷା କରାଯିବ। ପରୀକ୍ଷାର୍ଥୀମାନେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରୁ ଓଡ଼ିଶା ପୁଲିସର ୱେବସାଇଟ୍ https://odishapolice.gov.in ରୁ ପାଇପାରିବେ। ସେଥିରେ ପରୀକ୍ଷା କେନ୍ଦ୍ର ଓ ଶିଡ୍ୟୁଲ ଉପଲବ୍ଧ କରାଯାଇଛି।
ଏହି ପରୀକ୍ଷା ନେଇ ଅପ୍ଡେଟ୍ ରହିବା ପାଇଁ ନିୟମିତ ଭାବେ ଓଡ଼ିଶା ପୁଲିସର ୱେବସାଇଟ୍ ଦେଖିବାକୁ ଓପିଆରବି ପକ୍ଷରୁ ଆଶାୟୀମାନଙ୍କୁ କୁହାଯାଇଛି।
Advertisment
ସୂଚନାଯୋଗ୍ୟ, ପୂର୍ବରୁ ଦୁଇ ଥର ଏହି ପରୀକ୍ଷା ଘୁଞ୍ଚିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
