Advertisment

ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପଦୋନ୍ନତି କୋଟା ୨୦%କୁ ବୃଦ୍ଧି

ଚତୁର୍ଥ ଶ୍ରେଣୀର କର୍ମଚାରୀମାନେ ଏଣିକି କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ(ଜୁନିୟର ଏକଜ୍ୟୁକିଟିଭ ଆସିଷ୍ଟାଣ୍ଟ)କୁ ପଦୋନ୍ନତିରେ ବିଶେଷ ଅଗ୍ରାଧିକାର ମିଳିବ।

Lokaseva Bhaban

Lokaseva Bhaban

Advertisment

ଚତୁର୍ଥ ଶ୍ରେଣୀର କର୍ମଚାରୀମାନେ ଏଣିକି କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ(ଜୁନିୟର ଏକଜ୍ୟୁକିଟିଭ ଆସିଷ୍ଟାଣ୍ଟ)କୁ ପଦୋନ୍ନତିରେ ବିଶେଷ ଅଗ୍ରାଧିକାର ମିଳିବ। ପୂର୍ବରୁ ଥିବା ୫ ପ୍ରତିଶତ ପଦୋନ୍ନତି କୋଟାକୁ ରାଜ୍ୟ ସରକାର ୨୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଅର୍ଥାତ୍ ଅଧିକ ସଂଖ୍ୟକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏହି ପଦୋନ୍ନତିଜନିତ ସୁବିଧା ମିଳିବ। ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ସଚିବାଳୟ କାର୍ଯ୍ୟନିର୍ବାହୀ ସହାୟକ ଓ ବ୍ୟକ୍ତିଗତ ସହାୟକ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ-୧୯୯୭ର ସଂଶୋଧନ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୃତୀୟ ଶ୍ରେଣୀ ପାହ୍ୟାକୁ ପଦୋନ୍ନତିରେ ଅଧିକ ସୁଯୋଗ ଦେବା ପାଇଁ ଉଦ୍ଦିଷ୍ଟ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପୂର୍ବରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ତୃତୀୟ ଶ୍ରେଣୀ ପାହ୍ୟାକୁ ପଦୋନ୍ନତିରେ ୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳୁଥିବାବେଳେ ଏବେ ଏହାକୁ ୨୦ ପ୍ରତିଶତକୁ ବୃଦ୍ଧି ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଯେଉଁ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କର ଅନ୍ୟାନ୍ୟ ଯୋଗ୍ୟତା ସହ ମୌଳିକ କମ୍ପ୍ୟୁଟର ଦକ୍ଷତା ଥିବ ସେମାନଙ୍କୁ କନିଷ୍ଠ କାର୍ଯ୍ୟନିର୍ବାହୀ ସହାୟକ ପଦବୀକୁ ପଦୋନ୍ନତିରେ ଅଧିକ ସୁଯୋଗ ମିଳିବ ।

Odisha Jobs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe