Advertisment

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଚର୍ଚ୍ଚାରେ ଏଡସିଲ୍ ସ୍ପଷ୍ଟୀକରଣ

ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ପ୍ରସଙ୍ଗରେ ଚୟନ ପ୍ରକ୍ରିୟା କରିଥିବା ସଂସ୍ଥା ଏଡସିଲ୍ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଛି

undefined

Teacher

Advertisment

ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ପ୍ରସଙ୍ଗରେ ଚୟନ ପ୍ରକ୍ରିୟା କରିଥିବା ସଂସ୍ଥା ଏଡସିଲ୍ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଛି । କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ବିରୋଧୀ ଓ ଶାସକ ଦଳ ମୁର୍ହାମୁହିଁ ହୋଇଥିବାବେଳେ ଆଜି କେନ୍ଦ୍ରୀୟ ସଂସ୍ଥା ଏଡସିଲ୍ ପକ୍ଷରୁ ଜାରି ପ୍ରେସ୍ ରିଲିଜକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସରକାରୀ ଉଦ୍ୟୋଗ ଏଡସିଲ୍ ଆଜି ଯେଉଁ ପ୍ରେସ୍ ରିଲିଜ୍ ଜାରି କରିଛି ତାହା ରାଜ୍ୟ ସରକାରଙ୍କ ପରୀକ୍ଷା ନୀତିକୁ ସମର୍ଥନ ନା ବିରୋଧ ତାହା ବୁଝାପଡ଼ୁନି । ତଥାପି କୌଣସି ସ୍ପଷ୍ଟତା ନଥିବା ପ୍ରେସ୍ ରିଲିଜ୍ କାହିଁକି ‘ଏଡସିଲ୍‌’ ଜାରି କଲା ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଲାଗି ରହିଛି ।

Advertisment

ସୂଚନା ଅନୁସାରେ, କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଏଡସିଲ୍ ପକ୍ଷରୁ ଆଜି ି ଏକ ପ୍ରେସ୍ ରିଲିଜ୍ ଜାରି ହୋଇଛି । ଡଃ ଚନ୍ଦ୍ରଶେଖରଙ୍କ ଦ୍ୱାରା ଜାରି ଏଡସିଲର ଏହି ପ୍ରେସ୍ ରିଲିଜରେ ଉଲ୍ଲେଖ ଅଛି ଯେ, କମ୍ପ୍ୟୁଟର ଆଧାରିତ ଟେଷ୍ଟ ପରେ ଏଡସିଲ୍ ଦ୍ୱାରା ପରୀକ୍ଷା ଫଳ ପ୍ରସ୍ତୁତ କରାଯାଇଥିଲା, ଯାହାକି ୨୦୨୩ ଜାନୁୟାରୀ ୬ତାରିଖରେ ସ୍ୱାକ୍ଷରିତ ଏମଓୟୁ ଓ ୨୦୨୩ ଅଗଷ୍ଟ ୨୨ତାରିଖର ରେଜଲ୍ୟୁସନରେ ଦର୍ଶାଯାଇଥିବା ଗାଇଡଲାଇନ୍ ଆଧାରରେ ପ୍ରସ୍ତୁତ କରାଯାଇ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି(ଓସେପା)ର ଅଧିକୃତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।  କମ୍ବାଇନଡ୍ ମେରିଟ୍ ଲିଷ୍ଟ ୨୦୨୪ ଜାନୁୟାରୀ ୧୩ତାରିଖରେ ଓସେପାକୁ ପ୍ରଦାନ କରାଯାଇଥିଲା ଓ ଜାନୁୟାରୀ ୧୫ତାରିଖରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ ଓସେପାକୁ ପ୍ରଦାନ କରାଯାଇଥିଲା।

୨୦୨୩ ଅଗଷ୍ଟ ୨୨ ତାରିଖ ଓ ସେପ୍ଟେମ୍ବର ୧୦ ତାରିଖର ଗାଇଡଲାଇନ୍ ଆଧାରରେ ଓଡ଼ିଶା ସରକାରଙ୍କ ଦ୍ୱାରା କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି, ଆବେଦନପତ୍ର ଦାଖଲ ମଡେଲ, ଯୋଗ୍ୟତା, ବୟସ, ସଂରକ୍ଷଣ ସର୍ତ୍ତାବଳୀ, ଚୟନ ପ୍ରକ୍ରିୟା ଓ ପଦ୍ଧତି ମାଧ୍ୟମରେ ମେରିଟ୍ ଲିଷ୍ଟ ଚୂଡ଼ାନ୍ତ ହୋଇଥିଲା । ରେସ୍ପନର୍ସ କ୍ୟୁରି ମ୍ୟାନେଜମେଂଟ ଦ୍ୱାରା ଓସେପାର ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ସବୁ ପ୍ରକାରର ଅଭିଯୋଗର ସମାଧାନ କରାଯାଇଥିଲା ବୋଲି ପ୍ରେସ୍ ରିଲିଜରେ ଦର୍ଶାଯାଇଛି ।

Advertisment

ତେବେ ଭାରତ ସରକାରଙ୍କ ଏଡସିଲ୍ ସଂସ୍ଥା ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ କାହାକୁ କ୍ଲିନଚିଟ୍ ଦେବା ପାଇଁ ଉଦ୍ଦିଷ୍ଟ ତାକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି ।
ସୂଚନାଯୋଗ୍ୟ, ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ଅନିୟମିତତା ଅଭିଯୋଗରେ ବିରୋଧୀ କଂଗ୍ରେସ ଓ ବିଜେପି ଏବେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରୁଛନ୍ତି । କଂଗ୍ରେସ ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିବା ଜଣାପଡ଼ିଛି ।

Odisha Teacher
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe