ମୋହନ ସରକାରଙ୍କ ନିଷ୍ପତ୍ତି:  ୧.୩୪ ଲକ୍ଷ ସରକାରୀ ପଦବୀ ପୂରଣ ପାଇଁ ସରଳ ହେବ ନିଯୁକ୍ତି ପ୍ରକ୍ରିୟା, ୭ ଦିନ ସୁଦ୍ଧା ରିପୋର୍ଟ ଦିଅ

ମୁଖ୍ୟ ସଚିବ ମନୋଜ ଆହୁଜା ଗତ ୩ ତାରିଖରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହ ବୈଠକ କରି ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟାକୁ ସରଳୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ।

Job

Representative Image

Ordigital Desk
  • Published: Saturday, 06 July 2024
  • Updated: 06 July 2024, 10:22 PM IST

Sports

Latest News

କ୍ଷମତାକୁ ଆସିବାର ମାସେ ନପୁରୁଣୁ ରାଜ୍ୟର ବିଜେପି ସରକାର ପୁରା ଆକ୍ସନ ମୋଡରେ । ରାଜ୍ୟରେ ଖାଲି ପଡ଼ିଥିବା ପ୍ରାୟ ୧.୩୦ ଲକ୍ଷ ସରକାରୀ ମୂଳପଦବୀକୁ ତ୍ୱରିତ୍ ପୂରଣ କରିବା ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ନିଷ୍ପତ୍ତି ହୋଇଛି। ସପ୍ତାହକ ମଧ୍ୟରେ କ୍ୟାଡ଼ର ଓ ନିଯୁକ୍ତି ନିୟମାବଳୀର ସଂଶୋଧନର ସମୀକ୍ଷା କରିବା ସହ ସମାନ ଶିକ୍ଷାଗତ ଯୋଗ୍ୟତା ଥିବା ପଦବୀଗୁଡ଼ିକୁ କମ୍ବାଇନଡ୍ ରିକ୍ର‌୍ୟୁଟମେଂଟ ପରୀକ୍ଷାରେ ସାମିଲ ଓ ଅପ୍ରାସଙ୍ଗିକ ନିଯୁକ୍ତି ସର୍ତ୍ତାବଳୀକୁ ଉଚ୍ଛେଦ ଓ ସରଳୀକରଣ କରିବା ନିମନ୍ତେ ମୁଖ୍ୟ ସଚିବ ମନୋଜ ଆହୁଜା ସମସ୍ତ ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ସଚିବ ମନୋଜ ଆହୁଜା ଗତ ୩ ତାରିଖରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହ ବୈଠକ କରି ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବା ପାଇଁ ଆବଶ୍ୟକ ପ୍ରକ୍ରିୟାକୁ ସରଳୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ପ୍ରଚଳିତ କ୍ୟାଡ଼ର ଓ ନିଯୁକ୍ତି ନିୟମାବଳୀରେ ସଂଶୋଧନ ପାଇଁ ମଧ୍ୟ ବିଭାଗୀୟ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି । ଏପରିକି ସପ୍ତାହକ ମଧ୍ୟରେ ଏହି ନିଯୁକ୍ତି ନିୟମାବଳୀରେ ଥିବା ବିଭିନ୍ନ ଅପ୍ରାସଙ୍ଗିକ ପ୍ରାବଧାନକୁ ଚିହ୍ନଟ କରି ତାହାକୁ ହଟାଇବା, ବିଭିନ୍ନ ପଦବୀ ପାଇଁ ସମାନ ଶିକ୍ଷାଗତ ଯୋଗ୍ୟତା ଥିଲେ ସେସବୁକୁ କମ୍ବାଇନଡ୍ ରିକ୍ର‌୍ୟୁଟମେଂଟ ପରୀକ୍ଷାରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଆହୁଜା ଉଦାହରଣ ଦେଇ କହିଛନ୍ତି ଯେ, ପଶୁଧନ ନିରୀକ୍ଷକ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ସାଇକେଲ୍ ଚାଳନା ପରୀକ୍ଷା ଦେବାକୁ ପଡ଼ୁଛି । ଯାହାକି ବର୍ତ୍ତମାନ ସମୟରେ ପ୍ରାସଙ୍ଗିକତା ବହନ କରୁନି । ଏବେ ସମସ୍ତେ ପ୍ରାୟତଃ ସାଇକେଲ ଚଳାଇ ପାରିବେ, ତେଣୁ ଏଭଳି ପ୍ରାବଧାନକୁ ନିଯୁକ୍ତି ସର୍ତ୍ତାବଳୀରେ ରଖି କେବଳ ନିଯୁକ୍ତି ପ୍ରକ୍ରିୟାକୁ ବିଳମ୍ବ କରାଯାଉଛି । ଏହାବ୍ୟତୀତ ବିଭିନ୍ନ ପଦବୀ ପାଇଁ ଉଦ୍ଦିଷ୍ଟ ପରୀକ୍ଷାର ପାଠ୍ୟକ୍ରମ ଓ ଯୋଜନା ମଧ୍ୟ କେତେକ ମାମଲାରେ ଅପ୍ରାସଙ୍ଗିକ ହୋଇଥିବା ଦେଖିବାକୁ ମିଳିଛି ।  ତେଣୁ ବିଭିନ୍ନ ବର୍ଗର ପଦପଦବୀର ନିଯୁକ୍ତି ସର୍ତ୍ତାବଳୀକୁ ସପ୍ତାହକ ମଧ୍ୟରେ ସମୀକ୍ଷା କରି ଯେଉଁସବୁ ପ୍ରାବଧାନ ବିଶେଷ ପ୍ରାସଙ୍ଗିକତା ବହନ କରୁନି ତାକୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଶ୍ରୀ ଆହୁଜା କହିଛନ୍ତି । ସରକାରୀ ପଦବୀଗୁଡ଼ିକ ପାଇଁ ପରୀକ୍ଷା କରୁଥିବା ନିଯୁକ୍ତି ଆୟୋଗମାନଙ୍କ ସହ ପରାମର୍ଶ କରି ନିର୍ଦ୍ଧାରିତ ପ୍ରକ୍ରିୟାରେ ସଂଶୋଧନ ନିମନ୍ତେ ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Also Read

ସମୀକ୍ଷାରୁ ଜଣାପଡ଼ିଛି ଯେ, ଜୁଲାଇ ୩ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୧ଲକ୍ଷ ୩୪ହଜାର ୦୬୭ଟି ମୂଳପଦବୀ ଖାଲି ପଡ଼ିଛି । ସେଥିରୁ ୯୩୫୨୪ଟି ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ପାଇଁ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ କରିଛନ୍ତି । ଏହି ଅନୁମୋଦିତ ପଦବୀ ମଧ୍ୟରୁ ୮୦୧୭୩ଟି ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ପାଇଁ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ ରିକ୍ୟୁଜିସନ୍ ପଠାଯାଇଛି ।

ତଥ୍ୟ ଅନୁସାରେ, ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ସର୍ବାଧିକ ୫୭୪୩୩ଟି ମୂଳପଦବୀ ଖାଲି ପଡ଼ିଥିବାବେଳେ ସେଥିରୁ ୪୦୬୯୫ଟି ପଦବୀକୁ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ କରିଛନ୍ତି । ଏଥିରୁ ୩୪୬୫୭ଟି ପଦବୀ ପୂରଣ ପାଇଁ ବିଭାଗ ପକ୍ଷରୁ ସରକାରୀ ନିଯୁକ୍ତି ଏଜେନ୍ସୀକୁ ରିକ୍ୟୁଜିସନ୍ ପଠାଯାଇଛି ।

ସ୍ୱାସ୍ଥ୍ୟ ବିଭାଗରେ ୨୮୭୯୪ଟି ମୂଳପଦବୀ ଖାଲି ପଡ଼ିଛି ଓ ସେଥିରୁ ୨୪୧୮୨ଟି ପଦବୀରେ ନିଯୁକ୍ତି ପ୍ରକ୍ରିୟା ପାଇଁ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ ଦେଇଛନ୍ତି । ଆଉ ଏହି ଅନୁମୋଦିତ ପଦବୀ ମଧ୍ୟରୁ ୨୧୩୭୦ଟି ପଦବୀ ପୂରଣ ପାଇଁ ବିଭାଗ ପକ୍ଷରୁ ନିଯୁକ୍ତି ଏଜେନ୍ସୀକୁ ରିକ୍ୟୁଜିସନ୍ ପଠାଯାଇଛି ।

ପଂଚାୟତିରାଜ ବିଭାଗରେ ୩୮୦୪ଟି ମୂଳପଦବୀ ଖାଲିପଡ଼ିଛି ଓ ସେଥିରୁ ୨୫୮୩ଟି ପଦବୀକୁ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ କରିଛନ୍ତି । ଏହି ପଦବୀ ମଧ୍ୟରୁ ୨୫୩୧ଟି ପଦବୀରେ ନିଯୁକ୍ତି ପ୍ରକ୍ରିୟା ପାଇଁ ରିକ୍ୟୁଜିସନ୍ ପଠାଯାଇଛି ।

ରାଜସ୍ୱ ବିଭାଗରେ ଖାଲି ପଡ଼ିଥିବା ୬୨୮୯ଟି ମୂଳପଦବୀ ମଧ୍ୟରୁ ୪୯୧୯ଟି ପଦବୀକୁ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ ଦେଇଛନ୍ତି । ଏହି ସମସ୍ତ ପଦବୀ ପୂରଣ ପାଇଁ ବିଭାଗ ଦ୍ୱାରା ସରକାରୀ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ ରିକ୍ୟୁଜିସନ୍ ପଠାଯାଇଛି ।

ଗୃହ ବିଭାଗରେ ଖାଲି ପଡ଼ିଥିବା ୯୬୪୯ଟି ମୂଳପଦବୀ ମଧ୍ୟରୁ ୩୪୯୯ଟି  ପଦବୀକୁ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ ଦେଇଛନ୍ତି । ସେଥିରୁ ୩୪୬୪ଟି ପଦବୀ ପୂରଣ ପାଇଁ ବିଭାଗ ଦ୍ୱାରା ସରକାରୀ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ ରିକ୍ୟୁଜିସନ୍ ପଠାଯାଇଛି ।

ସେହିପରି ଉଚ୍ଚଶିକ୍ଷା ବିଭାଗରେ ୪୪୫୯ଟି ମୂଳପଦବୀ ଖାଲି ପଡ଼ିଛି ଓ ସେଥିରୁ ୨୭୬୬ଟି ପଦବୀକୁ କ୍ଷମତାପ୍ରାପ୍ତ କମିଟି ବା ପ୍ରାଧିକୃତ ଅଧିକାରୀ ଅନୁମୋଦନ ଦେଇଛନ୍ତି । ଏଥିରୁ ୨୬୧୩ଟି ପଦବୀ ପୂରଣ ପାଇଁ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ ରିକ୍ୟୁଜିସନ୍ ପଠାଯାଇଛି ।

ସୂଚନାଯୋଗ୍ୟ,ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଖାଲି ପଡ଼ିଥିବା ସରକାରୀ ପଦବୀଗୁଡ଼ିକ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମୋହନ ମାଝୀ ସରକାର କ୍ଷମତାକୁ ଆସିବାର ମାସେ ନପୁରୁଣୁ ପ୍ରଶାସନିକସ୍ତରରେ ଏନେଇ ତତ୍ପରତା ଆରମ୍ଭ ହୋଇଛି । ଏହାସହିତ ବିଜେପି ସରକାର ମଧ୍ୟ ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀଙ୍କ ପୁନଃ ଥଇଥାନ ଦିଗରେ ପ୍ରତିକୂଳ ମନୋଭାବ ପୋଷଣ କରୁଥିବା ଦେଖିବାକୁ ମିଳିଛି । ଯାହାକି ରାଜ୍ୟର ଯୁବବର୍ଗଙ୍କ ପାଇଁ ଶୁଭ ସଙ୍କେତ ବୋଲି କୁହାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story