ବାରମ୍ବାର ପରୀକ୍ଷା ବାତିଲ, କାର୍ଯ୍ୟାନୁଷ୍ଠାନ ଶୂନ: କାହା ସୁରକ୍ଷାରେ ଅଭୟ, ଅନିଶ୍ଚିତତାରେ ଓଡ଼ିଆ ପିଲାଙ୍କ ଭବିଷ୍ୟତ

ଗତବର୍ଷ ନଭେମ୍ବର ମାସରେ ୧୦୦୮ଟି ପଦବୀ ନିମନ୍ତେ ଜେଇ ସିଭିଲ୍ ପରୀକ୍ଷାର ପ୍ରକ୍ରିୟା ଆରମ୍ଭ କରିଥିବା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ପ୍ରଶ୍ନପତ୍ର ବିକ୍ରି ଅଭିଯୋଗର ପ୍ରମାଣ ପାଇବା ପରେ ଗତକାଲି ଏହି ପରୀକ୍ଷାକୁ ବାତିଲ କରି ପୁନଃ ସେପ୍ଟେମ୍ବର ୩ ତାରିଖରେ କରାଯିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି ।

OSSC PhotoOR

ଆଶାୟୀମାନେ ବିକ୍ଷୋଭ କରୁଛନ୍ତି

Ordigital Desk
  • Published: Monday, 24 July 2023
  • Updated: 24 July 2023, 09:23 PM IST

Sports

Latest News

ରାଜ୍ୟ ସରକାରଙ୍କ ନିଯୁକ୍ତି ସଂସ୍ଥା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଜେଇ ସିଭିଲ ମେନ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗର ପ୍ରମାଣ ମିଳିବା ପରେ ଗତକାଲି ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷା ବାତିଲକୁ ନେଇ ଆଜି ରାଜନୀତିକ ସରଗରମ ବୃଦ୍ଧି ପାଇଥିବାବେଳେ ଚାକିରି ଆଶାୟୀ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରି ନିଜର ପ୍ରତିବାଦ ଜଣାଇଛନ୍ତି । ତେବେ ଗତ ୨-୩ବର୍ଷ ଧରି ରାଜ୍ୟ ସରକାର ନିଯୁକ୍ତି ସଂସ୍ଥାଗୁଡ଼ିକ ବିରୁଦ୍ଧରେ ବାରମ୍ବାର ଏଭଳି ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆସିବା ଏବଂ ପରୀକ୍ଷା ବାତିଲର ପୁନରାବୃତ୍ତି ହେବା ତଥା ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ପାଇଁ ରାଜ୍ୟ ସରକାର କାହିଁକି ଆଖିଦୃଶିଆ ପଦକ୍ଷେପ ନନେଇ ଏହି ସଂସ୍ଥାଗୁଡ଼ିକୁ ଅବସରପ୍ରାପ୍ତ ଅଫିସରଙ୍କ ଥଇଥାନ କେନ୍ଦ୍ର କରିଛନ୍ତି ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ଗତ ବର୍ଷକ ମଧ୍ୟରେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ୨ଟି ପରୀକ୍ଷା ବାତିଲ ହୋଇଥିବାବେଳେ ରାଜ୍ୟ ସରକାର ଏ ଦିଗରେ ସମ୍ପୂର୍ଣ୍ଣ ଆଖି ବୁଜିଦେବା ଓ ଜଣେ ଅଣଓଡ଼ିଆ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ କାହିଁକି ସେଥିରେ ଥଇଥାନ କରିଛନ୍ତି ଏବଂ ତାଙ୍କୁ କାହିଁକି ଅତି ମାତ୍ରାରେ ସୁରକ୍ଷା ଦେଉଛନ୍ତି ତାହା ମଧ୍ୟ ରାଜ୍ୟ ସରକାରଙ୍କ ଭୂମିକାକୁ ସନ୍ଦେହଘେରକୁ ଆଣିଛି ।

ସୂଚନା ଅନୁସାରେ, ଗତବର୍ଷ ନଭେମ୍ବର ମାସରେ ୧୦୦୮ଟି ପଦବୀ ନିମନ୍ତେ ଜେଇ ସିଭିଲ୍ ପରୀକ୍ଷାର ପ୍ରକ୍ରିୟା ଆରମ୍ଭ କରିଥିବା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ପ୍ରଶ୍ନପତ୍ର ବିକ୍ରି ଅଭିଯୋଗର ପ୍ରମାଣ ପାଇବା ପରେ ଗତକାଲି ଏହି ପରୀକ୍ଷାକୁ ବାତିଲ କରି ପୁନଃ ସେପ୍ଟେମ୍ବର ୩ତାରିଖରେ କରାଯିବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି । ତେବେ ଏହି ପରୀକ୍ଷା ପ୍ରଶ୍ନପତ୍ର କିଭଳି ଲିକ୍ ହେଲା ସେ ନେଇ ଷ୍ଟାଫ ସିଲେକ୍ସନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ବି ସ୍ପଷ୍ଟୀକରଣ ଦିଆଗଲାନି । ଗତବର୍ଷ ଏପ୍ରିଲ ମାସରେ ଅନୁରୂପ ଭାବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୋଟ ୬୫ଟି ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତ ପ୍ରକ୍ରିୟା ପାଇଁ ପରୀକ୍ଷା କରିବାର ଗୋଟିଏ ଦିନ ପରେ ଏହାକୁ ଷ୍ଟାଫ ସିଲେକ୍ସନ କମିଶନ ବାତିଲ କରି ଦେଇଥିଲେ । ଏହି ପରୀକ୍ଷାର ପ୍ରଶ୍ନପତ୍ରରେ ଓଡ଼ିଆ ଭାଷାକୁ କଦର୍ଥ କରାଯାଇଥିବାର ଅଭିଯୋଗ ହୋଇଥିଲା । ଏପ୍ରିଲରେ ବାତିଲ ହୋଇଥିବା ଏହି ପରୀକ୍ଷା ଏପର୍ଯ୍ୟନ୍ତ ହୋଇପାରିନି ।

ତେବେ ପ୍ରଶ୍ନ ଉଠୁଛି, ଏହି ବାରମ୍ବାର ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ସହ ପ୍ରଶ୍ନପତ୍ର ଲିକ୍ କଥା କୁହାଯାଉଥିଲେ ମଧ୍ୟ ରାଜ୍ୟ ସରକାର କାହିଁକି ନିରବଦ୍ରଷ୍ଟା ସାଜିଛନ୍ତି । ଗତବର୍ଷ ଏପ୍ରିଲମାସରେ ଓଡ଼ିଆ ଭାଷାକୁ ପ୍ରଶ୍ନପତ୍ରରେ କଦର୍ଥ କରିବା ଓ ଉକ୍ତ ପରୀକ୍ଷାକୁ ବାତିଲ କରିବା ପ୍ରସଙ୍ଗରେ ଷ୍ଟାଫ ସିଲେକ୍ସନ କମିଶନଙ୍କୁ ପଦୁଟିଏ ବି ସ୍ପଷ୍ଟୀକରଣ ମାଗିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଇଲେ ନାହିଁ । ଯଦିଓ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଏବେ ଅନୁରୂପ ଭାବେ ଜେଇ ସିଭିଲ୍ ପରୀକ୍ଷା(ମେନ୍)କୁ ଅଚାନକ ବାତିଲ କରାଯିବା ଓ କମିଶନଙ୍କ ଅପାରଗତାରୁ କିଛି ଅସାଧୁ ଗୋଷ୍ଠୀ ସକ୍ରିୟ ହୋଇ ପ୍ରଶ୍ନପତ୍ର ଲିକ୍ କରିଥିଲେ ମଧ୍ୟ ତା’ର ଫଳ ଚାକିରି ଆଶାୟୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ଭୋଗିବାକୁ ପଡ଼ିଲା । ପିଲାମାନେ ଆଜି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ କମିଶନଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ମଧ୍ୟ କମିଶନ କିମ୍ବା ସରକାର ସେଥିପ୍ରତି ଦୃଷ୍ଟି ଦେଲେନି ।

Also Read

ରାଜ୍ୟର ପୂର୍ବତନ ଡିଜି ଅଭୟଙ୍କୁ ଅବସର ପରେ ଏହି କମିଶନ ଅଧ୍ୟକ୍ଷ ପଦବୀରେ କାହିଁକି ଥଇଥାନ କରାଗଲା ଓ ଆଉ କେତେଥର କମିଶନ କରୁଥିବା ପରୀକ୍ଷାରେ ଅନିୟମିତତା ଅଭିଯୋଗ ଓ ପରୀକ୍ଷା ବାତିଲ ପରେ ସରକାରଙ୍କ ଚେତା ପଶିବ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସରକାରୀ ନିଯୁକ୍ତି ସଂସ୍ଥାକୁ ପେଷାଦାର ଢଙ୍ଗରେ ପାରଦର୍ଶିତାର ସହ ପରିଚାଳନା ନକରି ସରକାର କାହିଁକି ଏଭଳି ଅବସରପ୍ରାପ୍ତଙ୍କୁ ଆଣି ସେଥିରେ ଥଇଥାନ କରୁଛନ୍ତି ତାହା ବି ସନ୍ଦେହ ବଢ଼ାଉଛି । ବାରମ୍ବାର ପରୀକ୍ଷା ବାତିଲ କରି ଚାକିରି ଆଶାୟୀ ପିଲାଙ୍କ ଭବିଷ୍ୟତ ସହ ଷ୍ଟାଫ ସିଲେକ୍ସନ କମିଶନ ଖେଳ ଖେଳିଲେ ।

ହଜାର ହଜାର ପିଲା କଷ୍ଟକରି ପରୀକ୍ଷା ଦେବାର କିଛି ଘଣ୍ଟା ନପୁରୁଣୁ ପରୀକ୍ଷା ବାତିଲ ହେଲା, ଅଥଚ ଏଭଳି ଗୁରୁତର ତ୍ରୁଟି ପାଇଁ କାହାରିକୁ କମିଶନ ଦାୟୀ କଲେନି କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ନେଲେନି? ସରକାର ବି ନିରବଦ୍ରଷ୍ଟା ସାଜି ଅଭୟ କିଭଳି ସୁରକ୍ଷିତ ରହିବେ ସେଥିପାଇଁ ତତ୍ପର ହୋଇପଡ଼ିଛି । ଯେଉଁଥିପାଇଁ ବିଜେପି ଓ କଂଗ୍ରେସ ଏହି ଅନିୟମିତତା ନେଇ କମିଶନଙ୍କୁ ଘେରିବା ପରେ କମିଶନଙ୍କ ସପକ୍ଷରେ ଶାସକ ବିଜେଡି ଆଗକୁ ଆସି ବିରୋଧୀ ଦଳକୁ ସମାଲୋଚନା କରିବାକୁ ପଛାଇ ନାହିଁ । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ବାତିଲ ଯୋଗୁ ଯେଉଁ ମାନସିକ ଓ ଶାରୀରିକ କଷ୍ଟ ପାଉଛନ୍ତି ସେଥିପାଇଁ କିଏ ଦାୟୀ ରହିବ? ଏଭଳି ଅବ୍ୟବସ୍ଥା ଲାଗି ରହିଲେ ରାଜ୍ୟର ସରକାରୀ ନିଯୁକ୍ତି ସଂସ୍ଥାଗୁଡ଼ିକ ଉପରେ ରାଜ୍ୟବାସୀଙ୍କ ଭରସା ଭରସା ରହିବ କି? କମିଶନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାରେ ସରକାର କାହିଁକି ପଛଘୁଂଚା ଦେଉଛନ୍ତି? ଏଭଳି ଅନେକ ଅସମାହିତ ପ୍ରଶ୍ନ ହିଁ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଅଭୟ ଓ ତାଙ୍କ ସୁରକ୍ଷାଦାତାଙ୍କ ଅପାରଗତା ଓ ଅନିୟମିତତାକୁ ପଦାରେ ପକାଇଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ନିଜର ଏହି ନିଯୁକ୍ତି ସଂସ୍ଥାଗୁଡ଼ିକୁ ଅବସରପ୍ରାପ୍ତ ଅଫିସରଙ୍କ ଥଇଥାନ କେନ୍ଦ୍ର କରିସାରିଥିବାରୁ ଏସବୁ ସଂସ୍ଥା ପେଷାଦାର ମନୋବୃତ୍ତି ରଖିବାରେ ସକ୍ଷମ ହୋଇପାରୁନାହାନ୍ତି । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ପେଷାଦାର ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ ଅଣଓଡ଼ିଆ ଡିଜି ଅଭୟଙ୍କୁ ଅଧ୍ୟକ୍ଷ ଓ ଅନ୍ୟ ଅବସରପ୍ରାପ୍ତ ସରକାରୀ ଅଫିସରଙ୍କୁ ଥଇଥାନ କରାଯାଇଛି । ସେହିପରି ଓଡ଼ିଶା ପବ୍ଲିକ ସର୍ଭିସ କମିଶନରେ ଅବସରପ୍ରାପ୍ତ ଡିଜି ସତ୍ୟଜିତ ମହାନ୍ତିଙ୍କୁ ଅଧ୍ୟକ୍ଷ ଓ ଅନ୍ୟ ଅବସରପ୍ରାପ୍ତଙ୍କୁ ଥଇଥାନ କରାଯାଇଛି । ଏହି ଅବସରପ୍ରାପ୍ତ ଅଫିସରମାନେ ଏଭଳି ସଂସ୍ଥାରେ ଥଇଥାନ ହୋଇଥିବାରୁ ସମ୍ପୂର୍ଣ୍ଣ ସଂସ୍ଥାଗୁଡ଼ିକ ପେଷାଦାର ଭାବେ କାର୍ଯ୍ୟ କରିବାରେ ସକ୍ଷମ ହେଉନି । ଯେଉଁଥିପାଇଁ ବିଭିନ୍ନ ପଦବୀ ନିମନ୍ତେ ହେଉଥିବା ନିଯୁକ୍ତି ପ୍ରକ୍ରିୟା ଉପରେ ସାଧାରଣରେ ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ସୂଚନାଯୋଗ୍ୟ, ଗତ ୨୦୨୧ ମସିହାରେ ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ପ୍ରାୟ ୪କୋଟି ଟଙ୍କାରୁ ଅଧିକ ଆୟବର୍ହିଭୂତ ସମ୍ପତ୍ତି ଜବତ କରିଥିଲେ ମଧ୍ୟ ତାଙ୍କ ଭଳି ଜଣେ କିରାଣୀ ଏତେ ଟଙ୍କା ଆୟ କିପରି କଲେ ତା’ର ଖୋଳତାଡ଼ ହେଲାନି କିମ୍ବା ଷ୍ଟାଫ ସିଲେକ୍ସନ ଆୟୋଗରେ କାହାରିକୁ ତଦନ୍ତ ପରିସରଭୁକ୍ତ କରାଗଲାନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story