Advertisment

ଆଇପିଏସ୍ ବଦଳି: ୬ ମାସ ନପୂରୁଣୁ ବିଦା ହେଲେ ମୟୂରଭଞ୍ଜ ଏସପି

ନବରଙ୍ଗପୁର ଏସପି ୨୦୧୮ ବ୍ୟାଚର ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ମୟୂରଭଞ୍ଜ ଏସପି ଭାବେ ନିଯୁକ୍ତି ମିଳିଛି ।

author-image
Ordigital Desk
ips Gangadhara

ips Gangadhara

ରାଜ୍ୟ ସରକାର ଆଜି ଆଇପିଏସ ଅଫିସରସ୍ତରରେ ଛୋଟଧରଣର ବଦଳି କରିଛନ୍ତି । ମୟୂରଭଞ୍ଜ ଏସପି ୨୦୧୧ ବ୍ୟାଚ୍ ଆଇପିଏସ୍ ବି ଗଙ୍ଗାଧରଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ସେ ଗତ ୬ମାସ ତଳେ ସମ୍ବଲପୁରରୁ ମୟୂରଭଞ୍ଜ ଏସପି ଭାବେ ବଦଳି ହୋଇଥିଲେ । ଜଣେ ଏସପିଙ୍କୁ ମାତ୍ର ୬ମାସରେ ଅଚାନକ ବଦଳି କରିବାକୁ ନେଇ ପୁଲିସ ପ୍ରଶାସନରେ ଚର୍ଚ୍ଚା ଜୋର ଧରିଛି ।

Advertisment

ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ୨୦୧୧ ବ୍ୟାଚ୍ ଆଇପିଏସ୍ ମୟୂରଭଞ୍ଜ ଏସପି ବି ଗଙ୍ଗାଧରଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଛି। ସେହିପରି ନବରଙ୍ଗପୁର ଏସପି ୨୦୧୮ ବ୍ୟାଚର ଆଇପିଏସ୍ ଏସ୍ ସୁଶ୍ରୀଙ୍କୁ ମୟୂରଭଞ୍ଜ ଏସପି ଭାବେ ନିଯୁକ୍ତି ମିଳିଛି । ସେହିପରି ବାଲିଗୁଡ଼ା ଏସଡିପିଓ ଭାବେ କାର୍ଯ୍ୟରତ ୨୦୧୯ ବ୍ୟାଚ୍ ଆଇପିଏସ୍ ରୋହିତ ବର୍ମାଙ୍କୁ ପଦୋନ୍ନତି ଦେଇ ନବରଙ୍ଗପୁର ଏସପି ଭାବେ ବଦଳି ହୋଇଛି।

ମୟୂରଭଞ୍ଜ ପୁଲିସ ଏସପି ଗଙ୍ଗାଧରଙ୍କୁ କାହିଁକି ଅଚାନକ ସରକାର ବଦଳି କଲେ ତାହା ଜଣାପଡ଼ିନି । ସମ୍ବଲପୁରରେ ଏସପି ଥିବାବେଳେ ସେ ରାଜ୍ୟ ସରକାରଙ୍କ ଗେହ୍ଲାପୁଅ ସାଜିଥିଲେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୁଦ୍ଧରେ ମାମଲା ଓ ଅନ୍ୟାନ୍ୟ ଘଟଣାରେ ସେ ସରକାରଙ୍କ ଇସାରାରେ କାର୍ଯ୍ୟ କରି ମୟୂରଭଞ୍ଜ ଭଳି ବଡ଼ ଜିଲ୍ଲାର ଏସପି ଭାବେ ପୁରସ୍କୃତ ହୋଇଥିଲେ । ଗତ ମେ’ ୧୮ତାରିଖରେ ରାଜ୍ୟ ସରକାର ତାଙ୍କୁ ସମ୍ବଲପୁରରୁ ମୟୂରଭଞ୍ଜକୁ ବଦଳି କରିଥିଲେ । ମାତ୍ର ମୟୂରଭଞ୍ଜ ଜିଲ୍ଲାରେ ତାଙ୍କର ୬ମାସ ନପୁରୁଣୁ ଆଜି ପୁଣିଥରେ ବଦଳି ହୋଇଛି ।

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଗଙ୍ଗାଧରଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ପଛରେ କାରଣ ଜଣାପଡ଼ିନି । ରାଜ୍ୟରେ ପୁଲିସ ଏସପି ପାହ୍ୟାର ବଦଳି ଓ ନିଯୁକ୍ତି ସଂକ୍ରାନ୍ତ ନିଷ୍ପତ୍ତି ନେବା ପାଇଁ ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡ ନଥିବାରୁ ରାଜ୍ୟ ସରକାର ମନମୁଖୀ ପୁଲିସ ଏସପି ବଦଳି କରୁଥିବା ଜଣାପଡ଼ିଛି ।

Ips Management Odisha