Advertisment

IPS ସ୍ତରରେ ଅଦଳବଦଳ

ବି. ଯୁଗଳ କିଶୋର ହେଲେ ଖୋର୍ଦ୍ଧା ଏସ୍‌ପି।

author-image
Jitendra Garnayak
ଅଦ୍ୟତନ ହୋଇଛି
Loka Seva Bhavan

Loka Seva Bhavan

ରାଜ୍ୟ ସରକାର ଆଜି IPS ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ତଥା ଅନୁଗୋଳ ପିଟିସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିବା ଡକ୍ଟର ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି।

Advertisment

ପୂର୍ବାଞ୍ଚଳ ଆଇଜି ଥିବା ସତ୍ୟବ୍ରତ ଭୋଇଙ୍କୁ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ତା’ ସହିତ ତାଙ୍କୁ ଅନୁଗୋଳ ପିଟିସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ତଥା କେନ୍ଦ୍ରାପଡ଼ା ଏସ୍‌ପି ଥିବା ବି. ଯୁଗଳ କିଶୋରଙ୍କୁ ଖୋର୍ଦ୍ଧା ଏସ୍‌ପି ଭାବେ ବଦଳି କରାଯାଇଛି। ଖୋର୍ଦ୍ଧା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ୨୦୧୭ ବ୍ୟାଚ୍‌ର ଆଇପିଏସ୍ ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ଭାବେ ବଦଳି କରାଯାଇଛି।  

Advertisment