Advertisment

ଇଞ୍ଜିନିୟରିଂ ପିଲାଙ୍କ ପାଇଁ ଚାକିରି ସୁଯୋଗ, ଦରମା ୧.୨୦ ଲକ୍ଷ ଟଙ୍କା

ଭାରତୀୟ ରେଳ ଅଧୀନରେ ଥିବା RITES ଲିମିଟେଡ୍‌ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି।

author-image
Debibandita Barick
Representative Image

Representative Image

ଇଞ୍ଜିନିୟରିଂରେ ଡିଗ୍ରୀଧାରୀ ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ। ଭାରତୀୟ ରେଳ ଅଧୀନରେ ଥିବା RITES ଲିମିଟେଡ୍‌ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଜୁନିଅର ଡିଜାଇନ ଇଞ୍ଜିନିୟର, CAD ଡ୍ରାଫ୍ଟମ୍ୟାନ୍ ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ସଂସ୍ଥାର ଅଫିସିଆଲ ୱେବ୍‌ସାଇଟ୍‌ https://www.rites.com/Career ମାଧ୍ୟମରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RITES Recruitment 2024: Monthly Salary Upto Rs. 120000 Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଖାଲି ପଦବୀ:

    ଏହି ନିଯୁକ୍ତି ମାଧ୍ୟମରେ ମୋଟ ୬୮ଟି ପଦବୀ ପୂରଣ ହେବ

  • ଜୁନିଅର ଡିଜାଇନ୍ ଇଞ୍ଜିନିୟର (ଷ୍ଟ୍ରକ୍ଚରାଲ): ୫ଟି ପୋଷ୍ଟ 
  • ଜୁନିଅର ଡିଜାଇନ୍ ଇଞ୍ଜିନିୟର (ଇଲେକ୍ଟ୍ରିକାଲ): ୩ଟି ପୋଷ୍ଟ 
  • ଜୁନିଅର ଡିଜାଇନ୍ ଇଞ୍ଜିନିୟର (HVAC): ୪ଟି ପୋଷ୍ଟ 
  • ଜୁନିଅର ଡିଜାଇନ୍ ଇଞ୍ଜିନିୟର (ଏକ୍ସଟରନାଲ ପୋଷ୍ଟ): ଗୋଟିଏ ପୋଷ୍ଟ 
  • CAD ଡ୍ରାଫ୍ଟମ୍ୟାନ୍ (ଆର୍କିଟେକ୍ଚର): ୯ଟି ପୋଷ୍ଟ 
  • CAD ଡ୍ରାଫ୍ଟମ୍ୟାନ୍ (ଷ୍ଟ୍ରକ୍ଚରାଲ): ୮ଟି ପୋଷ୍ଟ 
  • CAD ଡ୍ରାଫ୍ଟମ୍ୟାନ୍ (ଇଲେକ୍ଟ୍ରିକାଲ): ୧୦ଟି ପୋଷ୍ଟ 
  • CAD ଡ୍ରାଫ୍ଟମ୍ୟାନ୍ (HVAC): ୯ଟି ପୋଷ୍ଟ 
  •  CAD ଡ୍ରାଫ୍ଟମ୍ୟାନ୍ (ଜଳ ଯୋଗାଣ): ୯ଟି ପୋଷ୍ଟ 
  • CAD ଡ୍ରାଫ୍ଟମ୍ୟାନ୍ (ଏକ୍ସଟରନାଲ ପୋଷ୍ଟ): ୧୦ଟି ପୋଷ୍ଟ 
  • ଏହି ନିଯୁକ୍ତି ସଂପୂର୍ଣ୍ଣ ଚୁକ୍ତିଭିତ୍ତିକ
Advertisment

ବୟସ ସୀମା:

  • ସର୍ବାଧିକ ବୟସ – ୫୫ ବର୍ଷ
  • ବୟସ ଗଣନା ୦୨।୦୩।୨୦୨୪ ଅନୁସାରେ ହେବ

ଦରମା:

  • ସର୍ବନିମ୍ନ ଦରମା – ୨୦, ୦୦୦ଟଙ୍କା
  • ସର୍ବାଧିକ ଦରମା – ୧,୨୦,୦୦୦ଟଙ୍କା

ଶିକ୍ଷାଗତ ଯୋଗ୍ୟତା:

  • ଜୁନିୟର୍ ଡିଜାଇନ୍ ଇଞ୍ଜିନିୟର (ଷ୍ଟ୍ରକ୍ଚରାଲ୍) - ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ
  • ଜୁନିଅର ଡିଜାଇନ୍ ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍) - ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ
  • CAD ଡ୍ରାଫ୍ଟମ୍ୟାନ୍ (ଜଳ ଯୋଗାଣ) - ସିଭିଲ୍ ଇଞ୍ଜିନିୟରିଂ / ଆଇଟିଆଇ ଡ୍ରାଫ୍ଟମ୍ୟାନ୍‌ରେ ଡିପ୍ଲୋମା

ଚୟନ ପ୍ରକ୍ରିୟା:

  •  ୱାକ୍-ଇନ୍-ଇଣ୍ଟରଭିୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Job Opportunity RITES Recruitment 2024 Job Opportunity For Engineers