ଇଞ୍ଜିନିୟରିଂରେ ଡିଗ୍ରୀଧାରୀ ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ। ଭାରତୀୟ ରେଳ ଅଧୀନରେ ଥିବା RITES ଲିମିଟେଡ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଜୁନିଅର ଡିଜାଇନ ଇଞ୍ଜିନିୟର, CAD ଡ୍ରାଫ୍ଟମ୍ୟାନ୍ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ସଂସ୍ଥାର ଅଫିସିଆଲ ୱେବ୍ସାଇଟ୍ https://www.rites.com/Career ମାଧ୍ୟମରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ RITES Recruitment 2024: Monthly Salary Upto Rs. 120000 Notification ଉପରେ କ୍ଲିକ୍ କରି ଦେଖିପାରିବେ।
ଖାଲି ପଦବୀ:
ଏହି ନିଯୁକ୍ତି ମାଧ୍ୟମରେ ମୋଟ ୬୮ଟି ପଦବୀ ପୂରଣ ହେବ
- ଜୁନିଅର ଡିଜାଇନ୍ ଇଞ୍ଜିନିୟର (ଷ୍ଟ୍ରକ୍ଚରାଲ): ୫ଟି ପୋଷ୍ଟ
- ଜୁନିଅର ଡିଜାଇନ୍ ଇଞ୍ଜିନିୟର (ଇଲେକ୍ଟ୍ରିକାଲ): ୩ଟି ପୋଷ୍ଟ
- ଜୁନିଅର ଡିଜାଇନ୍ ଇଞ୍ଜିନିୟର (HVAC): ୪ଟି ପୋଷ୍ଟ
- ଜୁନିଅର ଡିଜାଇନ୍ ଇଞ୍ଜିନିୟର (ଏକ୍ସଟରନାଲ ପୋଷ୍ଟ): ଗୋଟିଏ ପୋଷ୍ଟ
- CAD ଡ୍ରାଫ୍ଟମ୍ୟାନ୍ (ଆର୍କିଟେକ୍ଚର): ୯ଟି ପୋଷ୍ଟ
- CAD ଡ୍ରାଫ୍ଟମ୍ୟାନ୍ (ଷ୍ଟ୍ରକ୍ଚରାଲ): ୮ଟି ପୋଷ୍ଟ
- CAD ଡ୍ରାଫ୍ଟମ୍ୟାନ୍ (ଇଲେକ୍ଟ୍ରିକାଲ): ୧୦ଟି ପୋଷ୍ଟ
- CAD ଡ୍ରାଫ୍ଟମ୍ୟାନ୍ (HVAC): ୯ଟି ପୋଷ୍ଟ
- CAD ଡ୍ରାଫ୍ଟମ୍ୟାନ୍ (ଜଳ ଯୋଗାଣ): ୯ଟି ପୋଷ୍ଟ
- CAD ଡ୍ରାଫ୍ଟମ୍ୟାନ୍ (ଏକ୍ସଟରନାଲ ପୋଷ୍ଟ): ୧୦ଟି ପୋଷ୍ଟ
- ଏହି ନିଯୁକ୍ତି ସଂପୂର୍ଣ୍ଣ ଚୁକ୍ତିଭିତ୍ତିକ
ବୟସ ସୀମା:
- ସର୍ବାଧିକ ବୟସ – ୫୫ ବର୍ଷ
- ବୟସ ଗଣନା ୦୨।୦୩।୨୦୨୪ ଅନୁସାରେ ହେବ
ଦରମା:
- ସର୍ବନିମ୍ନ ଦରମା – ୨୦, ୦୦୦ଟଙ୍କା
- ସର୍ବାଧିକ ଦରମା – ୧,୨୦,୦୦୦ଟଙ୍କା
ଶିକ୍ଷାଗତ ଯୋଗ୍ୟତା:
- ଜୁନିୟର୍ ଡିଜାଇନ୍ ଇଞ୍ଜିନିୟର (ଷ୍ଟ୍ରକ୍ଚରାଲ୍) - ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ
- ଜୁନିଅର ଡିଜାଇନ୍ ଇଞ୍ଜିନିୟର (ଇଲେକ୍ଟ୍ରିକାଲ୍) - ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକ
- CAD ଡ୍ରାଫ୍ଟମ୍ୟାନ୍ (ଜଳ ଯୋଗାଣ) - ସିଭିଲ୍ ଇଞ୍ଜିନିୟରିଂ / ଆଇଟିଆଇ ଡ୍ରାଫ୍ଟମ୍ୟାନ୍ରେ ଡିପ୍ଲୋମା
ଚୟନ ପ୍ରକ୍ରିୟା:
- ୱାକ୍-ଇନ୍-ଇଣ୍ଟରଭିୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ