Advertisment

ରେଲୱେ ପୁଲିସରେ ପୂରଣ ହେବ ୪,୬୦୦ ପଦବୀ; ଆଜିଠୁ ଆରମ୍ଭ ଆବେଦନ

ଆଜିଠାରୁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ରେଲୱେ ପୁଲିସ ଚାକିରି କରିବାକୁ ଉଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସବ୍-ଇନ୍ସପେକ୍ଟର (SI) ଏବଂ କନଷ୍ଟେବଳ ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ରେଳବାଇ ନିଯୁକ୍ତି ବୋର୍ଡ (RRB) ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନୁଯୁକ୍ତି ପ୍ରକ୍ରିୟାରେ ୪୬୦୦ରୁ ଅଧିକ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଆଜିଠାରୁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRBର ଅଫିସିଆଲ୍ ୱେବସାଇଟ Indianrailways.gov.inକୁ ଯାଇ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୪ ମେ ୨୦୨୪

ଖାଲି ପଦବୀ: ୪୬୦୦
କନଷ୍ଟେବଳ – ୪୨୦୮
ସବ୍-ଇନ୍ସପେକ୍ଟର – ୪୫୨

ଶିକ୍ଷାଗତ ଯୋଗ୍ୟତା:
କନଷ୍ଟେବଳ ପାଇଁ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଆବଶ୍ୟକ।
ସବ୍-ଇନ୍ସପେକ୍ଟର – ଭାରତର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀରେ ଉତ୍ତିର୍ଣ୍ଣ ହୋଇଥିବା ଆବଶ୍ୟକ। 

Advertisment

ବୟସ ସୀମା:
କନଷ୍ଟେବଳ – ୧୮ ରୁ ୨୮ ବର୍ଷ
ସବ୍-ଇନ୍ସପେକ୍ଟର – ୨୦ ରୁ ୨୮ ବର୍ଷ

ଆବେଦନ ଶୁଳ୍କ:
ମହିଳା SC/ST/ PwBD/EXM/EBC – ୨୫୦ ଟଙ୍କା
ଅନ୍ୟ ସମସ୍ତ ପ୍ରାର୍ଥୀ – ୫୦୦ ଟଙ୍କା

ମାସିକ ଦରମା:
କନଷ୍ଟେବଳ – ୨୧,୭୦୦ ଟଙ୍କା
ସବ୍-ଇନ୍ସପେକ୍ଟର – ୩୫, ୪୦୦ ଟଙ୍କା

ଚୟନ ପ୍ରକ୍ରିୟା:
ଅନ୍‌ଲାଇନ୍ କମ୍ପ୍ୟୁଟର ଆଧାରିତ ଟେଷ୍ଟ୍
ଶାରୀରିକ ଦକ୍ଷତା
ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ...  

Job Opportunity Job Alert RRB Railway Police RPF Job