Advertisment

ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଆସନ୍ତାକାଲିଠାରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। ପ୍ରାର୍ଥୀଙ୍କ ଯୋଗ୍ୟତା କେତେ ଥିବ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ରେଳବାଇ ନିଯୁକ୍ତି ବୋର୍ଡ (RRB) ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ (ALP)ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, RRB ALP ନିଯୁକ୍ତି 2024 ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଜାନୁଆରୀ 20ରୁ ଆରମ୍ଭ ହେବ ଏବଂ ଫେବୃଆରୀ 19ରେ ଶେଷ ହେବ। 

Advertisment

ଫେବୃଆରୀ 20ରୁ 29 ପର୍ଯ୍ୟନ୍ତ ଆବେଦନ ଫି ସଂଶୋଧନ ସହିତ ଆବେଦନ ଫି ପାଇଁ ସୁଯୋଗ ଦିଆଯିବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ RRBର ଅଫିସିଆଲ୍ ୱେବସାଇଟରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ 5,696ଟି ପଦବୀ ପୂରଣ କରାଯିବ। କିପରି ଆବେଦନ କରିବେ, ଜାଣନ୍ତୁ...

RRB ALP ପଞ୍ଜୀକରଣ 2024 ପାଇଁ କିପରି ପଞ୍ଜିକରଣ କରିବେ?

1. ରେଳବାଇ ନିଯୁକ୍ତି ବୋର୍ଡ (RRBs)ର ଅଫିସିଆଲ୍ ୱେବସାଇଟ୍ କିମ୍ବା ସମ୍ପୃକ୍ତ ଆଞ୍ଚଳିକ RRB ୱେବସାଇଟ୍ ଭିଜିଟ୍ କରନ୍ତୁ।
2. ଆଞ୍ଚଳିକ RRB ୱେବସାଇଟରେ, RRB ALP 2024 ବିଜ୍ଞପ୍ତି ସର୍ଚ୍ଚ କରି ସେଥିରେ କ୍ଲିକ୍ କରନ୍ତୁ।
3. ସମସ୍ତ ଆବଶ୍ୟକୀୟ ବିବରଣୀ ଏଣ୍ଟ୍ରି କରିବା ପରେ ଲଗଇନ୍ ପ୍ରମାଣପତ୍ର ପାଇଁ ଏକ ୟୁଜର ID କ୍ରିଏଟ କରି ପଞ୍ଜୀକରଣ ପ୍ରକ୍ରିୟା ଶେଷ କରନ୍ତୁ।
4. ଯଦି ଅପ୍ସନ୍ ଥାଏ, ତେବେ ଆବଶ୍ୟକ ଅନଲାଇନ୍ ଆବେଦନ ଦେୟ(ଫି) ପ୍ରଦାନ କରନ୍ତୁ।

Advertisment

କଣ ରହିଛି ଯୋଗ୍ୟତା?
ବିଜ୍ଞାପନ ଅନୁସାରେ, ITI ସାର୍ଟିଫିକେଟ୍ ସହିତ ଦଶମ ଶ୍ରେଣୀ ପାସ୍, ଏବଂ ଡିଗ୍ରୀ ପାସ୍ କରିଥିବା ପିଲା ଆବେଦନ କରିପାରିବେ।

ବୟସ ସୀମା - 18ରୁ 30 ବର୍ଷ ବୟସ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ବୟସ 1 ଜୁଲାଇ, 2024ରୁ ଗଣନା କରାଯିବ।

ଦରମା - 19,900 ଟଙ୍କା।

ଆବେଦନ ଶୁଳ୍କ

  • UR/OBC- 500 ଟଙ୍କା
  • SC/ ST/ Ex-Serviceman/PWDs/ମହିଳା / ଟ୍ରାନ୍ସଜେଣ୍ଡର/ସଂଖ୍ୟାଲଘୁ/ଅର୍ଥନୈତିକ ପଛୁଆ ଶ୍ରେଣୀ - 250 ଟଙ୍କା

କିପରି ହେବ ଚୟନ
ଚୟନ ପ୍ରକ୍ରିୟାରେ ଚାରୋଟି ପର୍ଯ୍ୟାୟ ଅନ୍ତର୍ଭୁକ୍ତ - ପ୍ରଥମ ପର୍ଯ୍ୟାୟ ସିବିଟି, ଦ୍ୱିତୀୟ ପର୍ଯ୍ୟାୟ ସିବିଟି କମ୍ପ୍ୟୁଟର-ଆଧାରିତ ଦକ୍ଷତା ପରୀକ୍ଷା (CBAT), ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା। ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିବେ ସେମାନେ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ମନୋନୀତ ହେବେ। 

Job RRB ALP Recruitment 2024 Railway Recruitment