Advertisment

ରେଲୱେରେ ନିଯୁକ୍ତି ସୁଯୋଗ; ଖାଲି ପଡିଛି ୯,୦୦୦ ପଦବୀ

ନିକଟରେ ରେଳବାଇ ନିଯୁକ୍ତି ବୋର୍ଡ ପଦବୀ ପୂରଣ ନେଇ ବିଜ୍ଞପ୍ତି ଜାରି କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ରେଲୱରେ ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଛି ପଦବୀ। ୯୦୦୦ ଟେକ୍ନିସିଆନ୍ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି RRB। ଖୁବ୍ ଶୀଘ୍ର ଏହି ବିଭାଗରେ ପଦବୀ ପୂରଣ ହେବ।

Advertisment

ଆଗ୍ରହୀ ପ୍ରାର୍ଥୀମାନେ ଆରଆରବିର ରିଜୋନାଲ୍ ଅଫିସିଆଲ୍ ୱେବସାଇଟରେ ନିଯୁକ୍ତି ପ୍ରକ୍ରିୟା ସୂଚନା ପାଇପାରିବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ବିସ୍ତୃତ ବିଜ୍ଞପ୍ତି ଫେବୃଆରୀରେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

ଅନଲାଇନ୍ ଆବେଦନ ଦାଖଲ ମାର୍ଚ୍ଚରୁ ଆରମ୍ଭ ହୋଇ ଏପ୍ରିଲ୍ ୨୦୨୪ରେ ଶେଷ ହେବ। କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଅକ୍ଟୋବରରୁ ଡିସେମ୍ବର ୨୦୨୪ ମଧ୍ୟରେ ଚାଲିବାକୁ ଯୋଜନା କରାଯାଇଛି। ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ଫେବୃଆରୀ ୨୦୨୫ରେ ପ୍ରକାଶ ପାଇପାରେ।

Advertisment

ଗତ ଜାନୁଆରୀ ୨୯ରେ ଏନେଇ ରେଳବାଇ ନିଯୁକ୍ତି ବୋର୍ଡ ପକ୍ଷରୁ ଏକ ସୂଚନା ଦିଆଯାଇଥିଲା, ଯେଉଁଥିରେ କୁହାଯାଇଥିଲା କି ଆରଆରବି ଟେକ୍ନିସିଆନ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଁ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ଏନେଇ ଘୋଷଣା କରାଯିବ। ଆଶାୟୀ ପ୍ରାର୍ଥୀମାନେ ଅପଡେଟ୍ ପାଇବା ପାଇଁ ଅଫିସିଆଲ୍ ୱେବସାଇଟ୍ ଚେକ୍ କରନ୍ତୁ। 

Job RRB Technician RRB Technician Recruitment Drive Railway Recruitment RRB Job Opportunity