ରେଳବାଇରେ ବିଭିନ୍ନ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଜାରିରହିଛି। ରେଲୱେ ରିକ୍ରୁଟମେଣ୍ଟ ସେଲ୍ (RRC) ବା ରେଳବାଇ ନିଯୁକ୍ତି ସେଲ୍ ବିଜ୍ଞପ୍ତି ଆଧାରରେ ଏହି ଆବେଦନ ଚାଲିଛି। ଏହା ମାଧ୍ୟମରେ ବିଭିନ୍ନ ବିଭାଗରେ ଏକାଧିକ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRCର ଅଫିସିଆଲ୍ ୱେବ୍ସାଇଟ୍ actappt.rrcrail.in ମାଧ୍ୟମରେ ଆବେଦନ କରିପାରିବେ। ୧୬ ସେପ୍ଟେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଗଲାଣି। ୧୫ ଅକ୍ଟୋବର ପର୍ଯ୍ୟନ୍ତ ସୁଯୋଗ ରହିଛି।
ଖାଲି ପଦବୀ: ୧୬୭୯ଟି ପୋଷ୍ଟ୍
ମେକାନିକାଲ୍ ଡିପାର୍ଟମେଣ୍ଟ (ପ୍ରୟାଗରାଜ ଜୋନ୍)– ୩୬୪ଟି
ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ– ୩୩୯ଟି
ଝାନ୍ସୀ ଡିଭିଜନ୍– ୪୯୭ଟି
ୱାର୍କସପ୍ ଝାନ୍ସୀ– ୧୮୩ଟି
ଆଗ୍ରା ଡିଭିଜନ୍– ୨୯୬ଟି
ଯୋଗ୍ୟତା:-
ପ୍ରାର୍ଥୀମାନେ ୫୦% ମାର୍କ ସହିତ ଦଶମ ପାସ୍ କରିଥିବା ଦରକାର।
ସମ୍ପୃକ୍ତ ଟ୍ରେଡ୍ରେ ITI ମଧ୍ୟ କରିଥିବା ଆବଶ୍ୟକ।
ବୟସ ସୀମା:-
ସର୍ବନିମ୍ନ ବୟସ– ୧୫ ବର୍ଷ
ସର୍ବାଧିକ ବୟସ– ୨୪ ବର୍ଷ
ଆବେଦନ ଶୁଳ୍କ:-
ଜେନେରାଲ/OBC/EWS– ୧୦୦ ଟଙ୍କା
SC/ST/PwBD/ମହିଳା– ଦେୟମୁକ୍ତ
ଚୟନ ପ୍ରକ୍ରିୟା:-
ମାର୍କ ଅନୁସାରେ ମେରିଟ୍ ଲିଷ୍ଟ୍
ଡକ୍ୟୁମେଣ୍ଟ୍ ଯାଞ୍ଚ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।