ରେଲୱେ ଚାକିରି ପାଇଁ ଚାଲିଛି ଆବେଦନ, ଦଶମ ପାସ୍ କରିଥିଲେ ନେଇପାରିବେ ସୁଯୋଗ

ଅଫିସିଆଲ୍ ୱେବ୍‌ସାଇଟ୍‌ actappt.rrcrail.in ମାଧ୍ୟମରେ ଆବେଦନ କରିପାରିବେ।

ଟ୍ରେନ

  • Published: Friday, 20 September 2024
  • , Updated: 20 September 2024, 05:46 PM IST

ରେଳବାଇରେ ବିଭିନ୍ନ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଜାରିରହିଛି। ରେଲୱେ ରିକ୍ରୁଟମେଣ୍ଟ ସେଲ୍ (RRC) ବା ରେଳବାଇ ନିଯୁକ୍ତି ସେଲ୍ ବିଜ୍ଞପ୍ତି ଆଧାରରେ ଏହି ଆବେଦନ ଚାଲିଛି। ଏହା ମାଧ୍ୟମରେ ବିଭିନ୍ନ ବିଭାଗରେ ଏକାଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRCର ଅଫିସିଆଲ୍ ୱେବ୍‌ସାଇଟ୍‌ actappt.rrcrail.in ମାଧ୍ୟମରେ ଆବେଦନ କରିପାରିବେ। ୧୬ ସେପ୍ଟେମ୍ବରରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଗଲାଣି। ୧୫ ଅକ୍ଟୋବର ପର୍ଯ୍ୟନ୍ତ ସୁଯୋଗ ରହିଛି। 

ଖାଲି ପଦବୀ: ୧୬୭୯ଟି ପୋଷ୍ଟ୍
ମେକାନିକାଲ୍ ଡିପାର୍ଟମେଣ୍ଟ (ପ୍ରୟାଗରାଜ ଜୋନ୍)– ୩୬୪ଟି

ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ– ୩୩୯ଟି 
ଝାନ୍ସୀ ଡିଭିଜନ୍– ୪୯୭ଟି 
ୱାର୍କସପ୍ ଝାନ୍ସୀ– ୧୮୩ଟି 
ଆଗ୍ରା ଡିଭିଜନ୍– ୨୯୬ଟି 

ଯୋଗ୍ୟତା:-
ପ୍ରାର୍ଥୀମାନେ ୫୦% ମାର୍କ ସହିତ ଦଶମ ପାସ୍ କରିଥିବା ଦରକାର।
ସମ୍ପୃକ୍ତ ଟ୍ରେଡ୍‌ରେ ITI ମଧ୍ୟ କରିଥିବା ଆବଶ୍ୟକ।

ବୟସ ସୀମା:-
ସର୍ବନିମ୍ନ ବୟସ– ୧୫ ବର୍ଷ
ସର୍ବାଧିକ ବୟସ– ୨୪ ବର୍ଷ
  
ଆବେଦନ ଶୁଳ୍କ:-
ଜେନେରାଲ/OBC/EWS– ୧୦୦ ଟଙ୍କା
SC/ST/PwBD/ମହିଳା– ଦେୟମୁକ୍ତ

ଚୟନ ପ୍ରକ୍ରିୟା:-
ମାର୍କ ଅନୁସାରେ ମେରିଟ୍ ଲିଷ୍ଟ୍
ଡକ୍ୟୁମେଣ୍ଟ୍ ଯାଞ୍ଚ

Related story