ଭାରତୀୟ ରେଳବାଇରେ ୯୦୦୦ ପଦବୀ ଖାଲି ପଡିଛି। ଏହି ସବୁ ପଦବୀ ପାଇଁ ରେଲୱେ ନିଯୁକ୍ତି ବୋର୍ଡ ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ ଓ ସିଗ୍ନାଲ୍ ପଦବୀ ପୂରଣ ହେବ। ଏଥିପାଇଁ ଅନଲଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍ସାଇଟ୍ https://indianrailways.gov.inକୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଅନ୍ଲାଇନ ମାଧ୍ୟମରେ ୯ ମାର୍ଚ୍ଚ ୨୦୨୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ୮ ଏପ୍ରିଲ୍ ୨୦୨୪ ଆବେଦନର ଶେଷ ତାରିଖ ରହିଛି।
ଖାଲି ପଦବୀ:
- ମୋଟ୍ ପଦବୀ – ୯୦୦୦
- ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୧୧୦୦ ପୋଷ୍ଟ୍
- ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୭୯୦୦ ପୋଷ୍ଟ୍
ବୟସ ସୀମା:
- ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୧୮ ରୁ ୩୬ ବର୍ଷ
- ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୧୮ ରୁ ୩୩ ବର୍ଷ
ଦରମା:
- ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୨୯,୨୦୦ ଟଙ୍କା
- ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୧୯,୯୦୦ ଟଙ୍କା
ଆବେଦନ ଶୁଳ୍କ:
- SC/ST, EMS,PwBD, OBC, ମହିଳା, ଦିବ୍ୟାଙ୍ଗ, ଟ୍ରାନ୍ସଜେଣ୍ଡର, ଅଳ୍ପସଂଖ୍ୟକ – ୨୫୦ ଟଙ୍କା
- ଅନ୍ୟମାନେ – ୫୦୦ ଟଙ୍କା
ଅଧିକ ବିବରଣୀ ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟ୍ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।