Advertisment

ରେଲୱେ ଚାକିରି ସୁଯୋଗ; ଆସନ୍ତାକାଲିଠୁ ଆବେଦନ ଆରମ୍ଭ

ବିଭିନ୍ନ ପଦବୀ ପୂରଣ ପାଇଁ ରେଳବାଇ ନିଯୁକ୍ତି ସେଲ୍ (RRC) ବିଜ୍ଞପ୍ତି ଜାରି କରିିଛି।

ଅଦ୍ୟତନ ହୋଇଛି
Railway

Railway

Advertisment

ପୂର୍ବ ରେଳବାଇରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ବିଜ୍ଞପ୍ତି ଜରିଆରେ କ୍ରୀଡା କୋଟା ଅର୍ଥାତ୍ ସ୍ପୋର୍ଟ୍ସ କୋଟା ପଦବୀ ପୂରଣ ହେବ। ଏନେଇ ରେଳବାଇ ନିଯୁକ୍ତି ସେଲ୍ (RRC) ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ଜରିଆରେ ୬୦ଟି ପଦବୀ ପୂରଣ ହେବ। 

Advertisment

ଆଗ୍ରହୀ ପ୍ରାର୍ଥୀମାନେ RRC/ERର ଅଫିସିଆଲ୍ ୱେବସାଇଟ୍ www.rrcer.org ମାଧ୍ୟମରେ ଆବେଦନ କରିପାରିବେ। ଆସନ୍ତାକାଲିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନର ଶେଷ ତାରିଖ ଡିସେମ୍ବର ୧୪ ପର୍ଯ୍ୟନ୍ତ ରହିବ। କିପରି ଆବେଦନ କରିବେ ଏବଂ କେଉଁ ବିଭାଗରେ କେତେ ପଦବୀ ପୂରଣ ହେବ, ଜାଣନ୍ତୁ... 

ମୋଟ ପଦବୀ: ୬୦ ଟି ପୋଷ୍ଟ 

  • ତୀରନ୍ଦାଜ: ୧
  • ଆଥଲେଟିକ୍ସ: ୩
  • ବକ୍ସିଂ: ୧ 
  • ଶୁଟିଂ: ୨
  • ଆକ୍ୱାଟିକ୍ ୱାଟର୍ ପୋଲୋ: ୪
  • ବାସ୍କେଟବଲ୍: ୨
  • କ୍ରସ୍ କଣ୍ଟ୍ରି: ୨
  • ଫୁଟବଲ୍: ୧୧
  • ହକି: 9
  • କବାଡି: ୨
  • ପାୱାରଲିଫ୍ଟ: ୩
  • ଭଲିବଲ୍: ୨
  • ଭାରୋତ୍ତୋଳନ: ୬
  • ଏକ୍ୱାଟିକ ଡାଇଭିଂ: ୨
  • ସନ୍ତରଣ: ୧
  • କ୍ରିକେଟ୍: ୫
  • ସାଇକେଲ ଚାଳଣା: ୨
  • ଜିମ୍ନାଷ୍ଟିକ୍: ୨
Advertisment

ଯୋଗ୍ୟତା
ଲେବଲ୍-୧ରେ ପଦବୀ ପାଇଁ ଆବଶ୍ୟକ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଉଛି ମାଟ୍ରିକ୍ କିମ୍ବା ITI ପାସ୍। ଲେବଲ୍-୨/୩ ପାଇଁ ପ୍ରାର୍ଥୀଙ୍କୁ ଦ୍ୱାଦଶ,  ବୈଷୟିକ ବର୍ଗ ପାଇଁ NCVT/SCVT ଦ୍ୱାରା ଅନୁମୋଦିତ ITI ପାସ୍ କରିବା ଆବଶ୍ୟକ। ଲେବଲ୍ ୪/୫ ପାଇଁ, ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟର ଯେକୌଣସି ଅନୁମୋଦିତ ଅନୁଷ୍ଠାନରୁ ସ୍ନାତକୋତ୍ତର ଡିଗ୍ରୀ କିମ୍ବା ସମାନ ଯୋଗ୍ୟତା ହାସଲ କରିବା ଆବଶ୍ୟକ।

ବୟସ ସୀମା
କ୍ରୀଡା କୋଟା ଅନ୍ତର୍ଗତ ପଦବୀ ପାଇଁ ଆବେଦନ କରିବାର ବୟସ ସୀମା ୧୮ ବର୍ଷରୁ ୨୫ ବର୍ଷ। ବୟସ ଯୋଗ୍ୟତା ନିର୍ଣ୍ଣୟ କରିବାର ତାରିଖ ଜାନୁୟାରୀ ୧, ୨୦୨୫। କୌଣସି କୋହଳ ବ୍ୟବସ୍ଥା ନାହିଁ। 

ଅଧିକ ବିବରଣୀ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟ୍ କରନ୍ତୁ। 

Job RRC Eastern Railway Posting Railway Job
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe