ଇଞ୍ଜିନିୟରିଂ ଛାତ୍ରଙ୍କ ପାଇଁ ସେଲ୍‌ରେ ଚାକିରି ସୁଯୋଗ, ଦରମା ଲକ୍ଷେ ଉପରେ

ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ନିମନ୍ତେ ସେଲ୍‌ ଆଣିଛି ବମ୍ପର ନିଯୁକ୍ତି ଅଫର । ମ୍ୟାନେଜମେଣ୍ଟ ଟ୍ରେନିଙ୍କ ପାଇଁ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

Sail Company

  • Published: Saturday, 16 December 2023
  • , Updated: 16 December 2023, 11:33 AM IST

ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ନିମନ୍ତେ ସେଲ୍‌ ଆଣିଛି ବମ୍ପର ନିଯୁକ୍ତି ଅଫର । ମ୍ୟାନେଜମେଣ୍ଟ ଟ୍ରେନିଙ୍କ ପାଇଁ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଆବେଦନ ପ୍ରକ୍ରିୟା ଜାରି ରହିଛି। ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। 

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀମାନେ ସ୍ୱିକୃତୀପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ଜରୁରୀ ।

ମୋଟ ପଦବୀ ସଂଖ୍ୟା- ୯୨

OBC ପ୍ରାର୍ଥୀ- ୩୭ଟି ପଦବୀ 

ଅନୁସୂଚିତ ଜାତି ପ୍ରାର୍ଥୀ -୨୫ଟି ପଦବୀ 

ଅନୁସୂଚିତ ଜନଜାତି ପ୍ରାର୍ଥୀ - ୩୦ଟି ପଦବୀ  

ବୟସ ସୀମା

ଏହି ପଦ ନିମନ୍ତେ ଆଶାୟୀ ଥିବା ପ୍ରାର୍ଥୀଙ୍କ ବୟସ ୨୦୨୩ ଡିସେମ୍ବର ୩୧ ତାରିଖ ସୁଦ୍ଧା ୩୧ ବର୍ଷରୁ ଊର୍ଦ୍ଧ୍ୱ ହୋଇ ନ ଥିବା ଉଚିତ । ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ବୟସସୀମା କୋହଳ କରାଯାଇଛି। ସେମାନେ ୩୩ ବର୍ଷ ପର୍ଯ୍ୟନ୍ତ ଆବେଦନ କରି ପାରିବେ ।

ଆବେଦନ ସମୟସୀମା

 ଇଚ୍ଛୁକ ପ୍ରାର୍ଥୀ ଅନଲାଇନ୍‌ରେ ଆବେଦନ କରିପାରିବେ। ସେମାନେ ସେଲ୍‌ର ଅଫିସିଆଲ ୱେବସାଇଟ୍‌ www.sail.co.in or www.sailcareers.com. କୁ ଯାଇ ଆବେଦନ କରି ପାରିବେ।  ଆସନ୍ତା ୩୧ ତାରିଖ ଆବେଦନର ଶେଷ ତାରିଖ ରହିଛି ।

ଆବେଦନ ଦେୟ

OBC ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଫି ୭ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ଆବେଦଡ଼ ଫି’ କୋହଳ କରାଯାଇ ୨ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ସମସ୍ତ ପ୍ରାର୍ଥୀ ଅନଲାଇନ୍‌ରେ ଆବେଦନ ଫି ପେମେଣ୍ଟ କରିବେ। 

ଦରମା

ମ୍ୟାନେଜମେଣ୍ଟ ଟ୍ରେନିଙ୍କ ବେସିକ ଦରମା ମାସକୁ ୫୦ ହଜାରରୁ ୧,୬୦ ,୦୦୦ ରହିବ । ଗୋଟିଏ ବର୍ଷର ଟ୍ରେନିଂ ଶେଷ କରିବା ପରେ ସେମାନଙ୍କୁ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ପଦୋନ୍ନତି ମିଳିବ । ସେତେବେଳେ ସେମାନଙ୍କ ପେ’ ସ୍କେଲ୍‌ ୬୦ ହଜାରରୁ ୧ ଲକ୍ଷ ୮୦ ହଜାର ଟଙ୍କା ରହିବ ବୋଲି ଜଣାଯାଇଛି। 

Related story