ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ବପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI)। ଏହି ନିଯୁକ୍ତି ମାଧ୍ୟମରେ ସ୍ପେଶାଲିଷ୍ଟ ଅଫିସର(SO) ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନରେ ଆବେଦନ ଆରମ୍ଭ ହୋଇଯାଇ ଥିବାବେଳେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। କଣ ରହିଛି ପୂରା ପ୍ରକ୍ରିୟା, ଜାଣନ୍ତୁ...
ବିଜ୍ଞପ୍ତି ଅନୁସାରେ, ଏକ ହଜାରରୁ ଅଧିକ ପଦବୀ ପାଇଁ SBI ଘୋଷଣା କରିଛି। ଏଥିପାଇଁ ୧୯ ଜୁଲାଇରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇ ଥିବାବେଳେ ଆବେଦନର ଶେଷ ତାରିଖ ୮ ଅଗଷ୍ଟ ୨୦୨୪।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍ସାଇଟ୍ https://sbi.co.in ମାଧ୍ୟମରେ ଆବେଦନ କରିପାରିବେ। ବିଜ୍ଞପ୍ତିର ସମ୍ପୂର୍ଣ୍ଣ ଡେଟା ଜାଣିବା ପାଇଁ SBI SO Recruitment Apply for 1040 posts Notification ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
ଖାଲି ପଦବୀ: ୧୦୪୦
- ସେଣ୍ଟ୍ରାଲ୍ ରିସର୍ଚ୍ଚ ଟିମ୍ (ପ୍ରଡକ୍ଟ୍ ଲିଡ୍) – ୨ଟି
- ସେଣ୍ଟ୍ରାଲ୍ ରିସର୍ଚ୍ଚ ଟିମ୍ (ସପୋର୍ଟ) – ୨ଟି
- ପ୍ରୋଜେକ୍ଟ ଡେଭଲପମେଣ୍ଟ ମ୍ୟାନେଜର (ଟେକ୍ନୋଲୋଜୀ) – ଗୋଟିଏ
- ପ୍ରୋଜେକ୍ଟ ଡେଭଲପମେଣ୍ଟ ମ୍ୟାନେଜର (ବିଜ୍ନେସ୍) – ୨ଟି
- ରିଲେସନସିପ୍ ମ୍ୟାନେଜର – ୨୭୩ଟି
- VP ୱେଲଥ – ୬୪୩ଟି
- ରିଲେସନସିପ୍ ମ୍ୟାନେଜର୍(ଟିମ୍ ଲିଡ୍) – ୩୨ଟି
- ଆଞ୍ଚଳିକ ମୁଖ୍ୟ – ୬ଟି
- ଇନଭେଷ୍ଟମେଣ୍ଟ ସ୍ପେଶାଲିଷ୍ଟ – ୩୦ଟି
- ଇନଭେଷ୍ଟମେଣ୍ଟ ଅଫିସର୍ – ୪୯ଟି
ଶିକ୍ଷାଗତ ଯୋଗ୍ୟତା:
ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଟେକ୍ନୋଲୋଜି, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇନଷ୍ଟ୍ରୁମେଣ୍ଟେସନ୍, କିମ୍ବା BE, B.Techରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।
ବୟସ ସୀମା:
- ସର୍ବନିମ୍ନ ବୟସ – ୨୩ ବର୍ଷ
- ସର୍ବାଧିକ ବୟସ – ୫୦ ବର୍ଷ
- ବୟସ ଗଣନା ୦୧ ଏପ୍ରିଲ୍ ୨୦୨୪ ଅନୁସାରେ ହେବ
ବାର୍ଷିକ ଦରମା:
- ସର୍ବନିମ୍ନ ଦରମା – ୨୦.୫୦ ଲକ୍ଷ ଟଙ୍କା
- ସର୍ବାଧିକ ଦରମା – ୬୬.୫୦ ଲକ୍ଷ ଟଙ୍କା
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ/EWS – ୭୫୦ ଟଙ୍କା
- SC/ ST/ OBC/ PwBD – ଦେୟମୁକ୍ତ
ଚୟନ ପ୍ରକ୍ରିୟା:
- ମେରିଟ୍ ମିଷ୍ଟ୍
- ସାକ୍ଷାତକାର
- ଡକ୍ୟୁମେଣ୍ଟ୍ ଯାଞ୍ଚ
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟେ କରନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।