Advertisment

SBIରେ ଖାଲି ପଡ଼ିଛି ୧୦୪୦ ପଦବୀ, ଆବେଦନ ପ୍ରକ୍ରିୟା ଆରମ୍ଭ

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI)ରେ ଚାକିରି ପାଇଁ କରନ୍ତୁ ଆବେଦନ।

SBI

SBI

Advertisment

ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ବପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(SBI)। ଏହି ନିଯୁକ୍ତି ମାଧ୍ୟମରେ ସ୍ପେଶାଲିଷ୍ଟ ଅଫିସର(SO) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନରେ ଆବେଦନ ଆରମ୍ଭ ହୋଇଯାଇ ଥିବାବେଳେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। କଣ ରହିଛି ପୂରା ପ୍ରକ୍ରିୟା, ଜାଣନ୍ତୁ...

Advertisment

ବିଜ୍ଞପ୍ତି ଅନୁସାରେ, ଏକ ହଜାରରୁ ଅଧିକ ପଦବୀ ପାଇଁ SBI ଘୋଷଣା କରିଛି। ଏଥିପାଇଁ ୧୯ ଜୁଲାଇରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇ ଥିବାବେଳେ ଆବେଦନର ଶେଷ ତାରିଖ ୮ ଅଗଷ୍ଟ ୨୦୨୪।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ https://sbi.co.in ମାଧ୍ୟମରେ ଆବେଦନ କରିପାରିବେ। ବିଜ୍ଞପ୍ତିର ସମ୍ପୂର୍ଣ୍ଣ ଡେଟା ଜାଣିବା ପାଇଁ SBI SO Recruitment Apply for 1040 posts Notification ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

Advertisment

ଖାଲି ପଦବୀ: ୧୦୪୦ 

  • ସେଣ୍ଟ୍ରାଲ୍ ରିସର୍ଚ୍ଚ ଟିମ୍ (ପ୍ରଡକ୍ଟ୍ ଲିଡ୍) – ୨ଟି 
  • ସେଣ୍ଟ୍ରାଲ୍ ରିସର୍ଚ୍ଚ ଟିମ୍ (ସପୋର୍ଟ) – ୨ଟି 
  • ପ୍ରୋଜେକ୍ଟ ଡେଭଲପମେଣ୍ଟ ମ୍ୟାନେଜର (ଟେକ୍ନୋଲୋଜୀ) – ଗୋଟିଏ 
  • ପ୍ରୋଜେକ୍ଟ ଡେଭଲପମେଣ୍ଟ ମ୍ୟାନେଜର (ବିଜ୍‌ନେସ୍) – ୨ଟି 
  • ରିଲେସନସିପ୍ ମ୍ୟାନେଜର – ୨୭୩ଟି 
  • VP ୱେଲଥ – ୬୪୩ଟି 
  • ରିଲେସନସିପ୍ ମ୍ୟାନେଜର୍(ଟିମ୍ ଲିଡ୍) – ୩୨ଟି 
  • ଆଞ୍ଚଳିକ ମୁଖ୍ୟ – ୬ଟି 
  • ଇନଭେଷ୍ଟମେଣ୍ଟ ସ୍ପେଶାଲିଷ୍ଟ – ୩୦ଟି 
  • ଇନଭେଷ୍ଟମେଣ୍ଟ ଅଫିସର୍ – ୪୯ଟି 

ଶିକ୍ଷାଗତ ଯୋଗ୍ୟତା:
ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ଟେକ୍ନୋଲୋଜି, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇନଷ୍ଟ୍ରୁମେଣ୍ଟେସନ୍, କିମ୍ବା BE, B.Techରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୩ ବର୍ଷ
  • ସର୍ବାଧିକ ବୟସ – ୫୦ ବର୍ଷ
  • ବୟସ ଗଣନା ୦୧ ଏପ୍ରିଲ୍ ୨୦୨୪ ଅନୁସାରେ ହେବ

ବାର୍ଷିକ ଦରମା:

  • ସର୍ବନିମ୍ନ ଦରମା – ୨୦.୫୦ ଲ‍କ୍ଷ ଟଙ୍କା
  • ସର୍ବାଧିକ ଦରମା – ୬୬.୫୦ ଲ‍କ୍ଷ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/EWS – ୭୫୦ ଟଙ୍କା
  • SC/ ST/ OBC/ PwBD – ଦେୟମୁକ୍ତ

ଚୟନ ପ୍ରକ୍ରିୟା:

  • ମେରିଟ୍ ମିଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

    ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟେ କରନ୍ତୁ। 

    SBI Job Alert Job Bank Job Vacancies
    Advertisment
    ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
    Here are a few more articles:
    ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
    Subscribe