Advertisment

ଷ୍ଟେଟ ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ କି? ବାହାରିଛି ବିଜ୍ଞପ୍ତି

ବର୍ତ୍ତମାନ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଡେପୁଟି ମ୍ୟାନେଜର (ସିକ୍ୟୁରିଟି) / ମ୍ୟାନେଜର (ସିକ୍ୟୁରିଟି) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଏଥିନିମନ୍ତେ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

State Bank

State Bank

Advertisment

ଷ୍ଟେଟ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତାହାହେଲେ ଏଥିପାଇଁ ନିଜକୁ ପ୍ରସ୍ତୁତ କରି ନିଅନ୍ତୁ, କାରଣ ଆସିଛି ସୁବର୍ଣ୍ଣ ସୁଯୋଗ । ବର୍ତ୍ତମାନ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଡେପୁଟି ମ୍ୟାନେଜର (ସିକ୍ୟୁରିଟି) / ମ୍ୟାନେଜର (ସିକ୍ୟୁରିଟି) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଏଥିନିମନ୍ତେ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବସାଇଟ୍‌ sbi.co.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SBI Recruitment 2023 Apply for Manager/DM posts Notification ରେ କ୍ଲିକ୍ କରି ସବିଶେଷ ବିବରଣୀ ପାଇ ପାରିବେ।

ଆବେଦନ ତାରିଖ:

ଅନ୍‌ଲାଇନ୍ ଆବେଦନ ତାରିଖ – ୦୭ ନଭେମ୍ବର ୨୦୨୩

ଅନ୍‌ଲାଇନ୍ ଆବେଦନ ଶେଷ – ୨୭ ନଭେମ୍ବର ୨୦୨୩

ଖାଲି ପଦବୀ:

ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଡେପୁଟି ମ୍ୟାନେଜର (ସିକ୍ୟୁରିଟି) / ମ୍ୟାନେଜର (ସିକ୍ୟୁରିଟି) ଚାକିରି ନିମନ୍ତେ ସମ୍ପୂର୍ଣ୍ଣ ୪୨ଟି ପୋଷ୍ଟ ବାହାରିଛି।

Advertisment

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀ ଯେକୌଣସି ସରକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ଷ୍ଟ୍ରିମ୍‌ରେ ସ୍ନାତକ ହେବା ଆବଶ୍ୟକ ।

ବୟସ ସୀମା:

ସର୍ବନିମ୍ନ ବୟସ – ୨୫ ବର୍ଷ

ସର୍ବାଧିକ ବୟସ – ୪୦ବର୍ଷ

ବୟସ ଗଣନା ୦୧ ଏପ୍ରିଲ୍ ୨୦୨୩ ଅନୁସାରେ ହେବ

ଆବେଦନ ଶୁଳ୍କ:

UR / EWS / OBC ପ୍ରାର୍ଥୀ – ୭୫୦ ଟଙ୍କା

SC / ST / PWBD ପ୍ରାର୍ଥୀ – ଦେୟମୁକ୍ତ

ମାସିକ ଦରମା:

ଡେପୁଟି ମ୍ୟାନେଜର (ସିକ୍ୟୁରିଟି) – ୪୮,୧୭୦ ଟଙ୍କାରୁ ୬୯,୮୧୦ ଟଙ୍କା

ମ୍ୟାନେଜର (ସିକ୍ୟୁରିଟି) – ୬୩,୮୪୦ ଟଙ୍କା ରୁ ୭୮,୨୩୦ ଟଙ୍କା

କିପରି କରିବେ ଆବେଦନ:

SBI ର କ୍ୟାରିୟର ପୃଷ୍ଠାକୁ ଯାଆନ୍ତୁ (Sbi.co.in/web/careers)

ହୋମ୍‌ପେଜ୍‌ରେ, ଡେପୁଟି ମ୍ୟାନେଜର୍ (ସିକ୍ୟୁରିଟି) କିମ୍ବା ମ୍ୟାନେଜର୍ (ସିକ୍ୟୁରିଟି) ପଦବୀ ପାଇଁ “Apply” ଲିଙ୍କ୍ ଚୟନ କରନ୍ତୁ

ପଞ୍ଜିକରଣ କରି ସାଇନ୍ ଇନ୍ କରନ୍ତୁ

ନିଜ ତଥ୍ୟ ଦେଇ ଆବେଦନ ଫର୍ମ ପୂରଣ କରନ୍ତୁ

ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ

ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ

ଏକ ପ୍ରିଣ୍ଟଆଉଟ୍ ନେବାକୁ ଭୁଲନ୍ତୁ ନାହିଁ

Job Vacancy SBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe