Advertisment

SBIରେ ପୂରଣ ହେବ ୧୬୯ ପଦବୀ, ଇଞ୍ଜିନିୟରିଂ ପିଲାଙ୍କ ପାଇଁ ରହିଛି ସୁଯୋଗ

ସ୍ପେଶାଲ କ୍ୟାଡର ଅଫିସର ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

SBI

SBI

Advertisment

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପ୍ରକାଶ କରିଛି ବିଜ୍ଞପ୍ତି। ସ୍ପେଶାଲ କ୍ୟାଡର ଅଫିସର ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଞ୍ଜିନିୟର ପିଲାମାନେ ମଧ୍ୟ ଏହାର ଫାଇଦା ନେଇପାରିବେ।  

Advertisment

ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇ ଥିବାବେଳେ ଆବେଦନର ଶେଷ ତାରିଖ ଡିସେମ୍ବର 12। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ sbi.co.in ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। କେତେ ପଦବୀରେ ନିଯୁକ୍ତି ହେବ ଏବଂ କେମିତି ଆବେଦନ କରିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ... 

ମୋଟ ପଦବୀ: 169ଟି 
ଆସିଷ୍ଟାଣ୍ଟ ମ୍ୟାନେଜର (ଇଞ୍ଜିନିୟର- ସିଭିଲ୍): 43
ଆସିଷ୍ଟାଣ୍ଟ ମ୍ୟାନେଜର (ଇଞ୍ଜିନିୟର- ଇଲେକ୍ଟ୍ରିକାଲ): 25 
ଆସିଷ୍ଟାଣ୍ଟ ମ୍ୟାନେଜର (ଇଞ୍ଜିନିୟର- ଫାୟାର): 101 ଟି ପୋଷ୍ଟ 

Advertisment

ଯୋଗ୍ୟତା 
ଏହି ସବୁ ପୋଷ୍ଟ ପାଇଁ ଯୋଗ୍ୟ ହେବାକୁ ହେଲେ ପ୍ରାର୍ଥୀଙ୍କୁ ସ୍ୱିକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂରରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଶିକ୍ଷାଗତ ଏବଂ ବୟସ ସୀମା ବାବଦରେ ଅଧିକ ବିବରଣୀ ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟ କରନ୍ତୁ।

ଚୟନ ପ୍ରକ୍ରିୟା
ସମସ୍ତ ପଦବୀ ପାଇଁ: ଅନଲାଇନ୍ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର।
ସହକାରୀ ପରିଚାଳକ (ଇଞ୍ଜିନିୟର - ଫାୟାର୍): ସର୍ଟଲିଷ୍ଟିଂ ଏବଂ ସାକ୍ଷାତକାର।

ଆବେଦନ ଶୁଳ୍କ
ଜେନେରାଲ୍/EWS/OBC ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଏବଂ 750 ଟଙ୍କା ଥିବାବେଳେ SC/ST/PwBD ପ୍ରାର୍ଥୀଙ୍କ ପାଇଁ ଦେୟମୁକ୍ତ ରହିଛି। ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଆବେଦନ ଶୁଳ୍କ ପୈଠ କରିପାରିବେ। 

SBI Recruitment 2024 Bank Job SBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe