Advertisment

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଘୋଟାଲା, ତାତିଲେ ଆଶାୟୀ

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଆଶାୟୀ। ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମେରିଟ୍‌ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍‌ ଅଫ୍‌ ତାଲିକା ପ୍ରକାଶ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Teacher

Teacher

Advertisment

ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା। ତାଙ୍କ ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଇ-ଆଡମିଟ୍ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଖପ୍ପା ଓଡ଼ିଶା ଜୁନିଅର ଟିଚର ଆଶାୟୀ। କେବଳ ଏତିକି ନୁହେଁ, ଗୋଟିଏ ଆଡମିଟ୍‌ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଲାଗିଥିବା ଦେଖିବାକୁ ମିଳିଛି। ଓଡ଼ିଶା ଜୁନିଅର ଟିଚର(ସିବିଟି) ପରୀକ୍ଷା ମେରିଟ୍‌ ଲିଷ୍ଟ ପ୍ରକାଶ ପରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।

Advertisment

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଆଶାୟୀ। ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମେରିଟ୍‌ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍‌ ଅଫ୍‌ ତାଲିକା ପ୍ରକାଶ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ତା’ସହ ଚୂଡ଼ାନ୍ତ ଉତ୍ତର ଖାତା ନମିଳିବା, ଅଧିକ ନମ୍ବର ରଖିଥିବା ଅନେକ ପିଲା ମେରିଟ୍‌ ଲିଷ୍ଟରେ ନଥିବା ଅଭିଯୋଗ କରି ଅସନ୍ତୋଷ ଝାଡ଼ିଛନ୍ତି ଆଶାୟୀ। ଆଜି ବହୁ ସଂଖ୍ୟାରେ ଅଶାୟୀ କଟଅଫ ଜାଣିବାକୁ RTI ଆବେଦନ କରିବାକୁ ଆସିଛନ୍ତି।

କନିଷ୍ଠ ଶିକ୍ଷକ ଆଶାୟୀମାନେ ଏ ସମ୍ପର୍କରେ ଜାଣିବା ପାଇଁ ଓସେପା ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ବିଫଳ ହୋଇଥିଲା। ପରେ ସେମାନେ ଫାଇଭ-ଟି ଅଧ୍ୟକ୍ଷଙ୍କ ବାସଭବନ ଆଡ଼କୁ ଯିବା ବେଳେ, ଅଧାବାଟରେ ଅଟକାଇଥିଲା କମିଶନରେଟ୍‌ ପୁଲିସ। ଏହାପରେ ସେମାନେ ରାସ୍ତାକଡ଼ରେ ଧାରଣାରେ ବସିଥିଲେ। ଏହାପରେ ଡିସିପିଙ୍କ ସହ ଆଲୋଚନା କରି ଗଣଶିକ୍ଷା ବିଭାଗ ସଚିବଙ୍କ ସହ ସେମାନଙ୍କୁ ଆଲୋଚନା ପାଇଁ ନିଆଯାଇଥିବା ସୂଚନା ମିଳିଛି।

Advertisment

କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ମେରିଟ୍‌ ଲିଷ୍ଟ ନେଇ ଆଶାୟୀଙ୍କ ହୋହଲ୍ଲା ପରେ ସ୍ପଷ୍ଟୀକରଣ ରଖିଛି ଓସେପା (OSEPA)। ଓସେପା କହିଛି, ଯେଉଁ ଆଡମିଟ କାର୍ଡ କଥା କୁହାଯାଉଛି, ତାହା ଅଟୋମେଟେଡ। ସେହି ଆଡମିଟ କାର୍ଡରେ OSEPAର କିଛି କରିବାର ନାହିଁ। ଲିଖିତ ପରୀକ୍ଷା ବେଳେ ପରୀକ୍ଷାର୍ଥୀଙ୍କ ବାୟୋମେଟ୍ରିକ ଯାଞ୍ଚ ହୋଇଛି। ମେରିଟ ଲିଷ୍ଟରେ ଥିବା ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ହେବ। ଯଦି କାହାର ତ୍ରୁଟି ସାମ୍ନାକୁ ଆସେ ତାଲିକାରୁ ବାଦ ପଡ଼ିବେ। ଜିଲ୍ଲା ଚୟନ ନିଷ୍ପତ୍ତିକୁ ବି ମେରିଟ ତାଲିକାରେ ବିଚାର କରାଯାଇଛି।

Odisha Teacher Job Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe